ବିଏମ୍‌ସି ନୂତନ କମିଶନରଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର ଅଫିସ,୧୯ ।୬: ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ନୂତନ କମିଶନର ଭାବେ ଜେ.ସୋନାଲ ଶନିବାର ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଏମସିର ବିଭିନ୍ନ ଅଧିକାରୀଙ୍କ ପକ୍ଷରୁ ନୂତନ କମିଶନରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ବିଏମସି ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡି, ଅତିରିକ୍ତ କମିଶନର ଆଶୁତୋଷ ସାମଲଙ୍କ ସମେତ ବିଏମସିର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବତନ କମିଶନର ଶ୍ରୀ ବୋନ୍ଦାରଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ କାର୍ଯ୍ୟକଳାପକୁ ବିଏମସି ଅଧିକାରୀ ଓ କର୍ମଚାରୀମାନେ ପ୍ରଶଂସା କରିଥିଲେ। ସୂଚନା ଥାଉ କି, ଶ୍ରୀ ବୋନ୍ଦାର ୨୦୨୦ ମସିହା ସେପ୍ଟମ୍ବର ୯ ତାରିଖରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଭଦ୍ରକ ଜିଲାପାଳ ଭାବେ ବଦଳି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଇଞ୍ଚପୁର ପଞ୍ଚାୟତରେ କରୋନା ଟିକାର ଶୁଭାରମ୍ଭ

ଗଞ୍ଜାମ, ୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଞ୍ଚପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର କରୋନା ଟୀକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଖଣ୍ଡଦେଉଳି ମେଡିକାଲ ଡାକ୍ତର...

ପୋଖରୀରୁ ମିଳିଲା ମୃତଦେହ

ବ୍ର୍ରହ୍ମପୁର ଅଫିସ,୨।୫: ଗଞ୍ଜାମ ଜିଲା ବଡବଜାର ଥାନା ପୋଲିସ ଜଗବନ୍ଧୁସାହି ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ସ୍ଥାନୀୟ ଗଣେଶନଗରରେ ରହୁଥିବା...

ନାବାଳକ ଗାଡ଼ି ଚଳାଇଲେ ଅଭିଭାବକ ଜେଲ ଯିବେ

ଭଞ୍ଜନଗର,୨୧।୮(ଡି.ଏନ.ଏ): ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଦୁର୍ଘଟଣା ହାର ବଢ଼ୁଛି। ମୋଟର ଯାନ ଆଇନ ସମ୍ପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ଲୋଡ଼ା। ସରକାର ମୋଟର...

ମୌଳିକ ସୁବିଧାରୁ ବଞ୍ଚିତ ଆମ୍ବଖାଲବାସୀ

ହାତୀଓଟ,୧୯ା୧୦-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। କିନ୍ତୁ ଏବେ ମଧ୍ୟ କିଛି ଆଦିବାସୀ...

ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ: ସ୍ବତନ୍ତ୍ର ଦର୍ଶନ, ବସ ସେବା ଯିବ ଟ୍ରଷ୍ଟ ବୋର୍ଡକୁ

ପୁରୁଷୋତ୍ତମପୁର,୨୯।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ଶନିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୋର୍ଡ ପରିଚାଳନା...

ବାଇଗଣ ବୋଝେଇ ପିକ୍‌ଅପ୍‌ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ

ଭଞ୍ଜନଗର,୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କଳିଙ୍ଗାଘାଟିରେ ଏକ ପିକ୍‌ଅପ୍‌ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ କବିସୂର୍ଯ୍ୟନଗର ଅଞ୍ଚଳର ପ୍ରତାପ ପ୍ରଧାନ(୩୫)। ସୂଚନାଯୋଗ୍ୟ,...

ଚତୁର୍ଥୀରେ ନବଦମ୍ପତିଙ୍କ ମୃତ୍ୟୁ

ଗୋପାଳପୁର,୧୪ା୨(ଡି.ଏନ.ଏ.):ଚାରିଦିନ ଦିନ ପୂର୍ବେ ପଡ଼ିଥିଲା ହାତଗଣ୍ଠି। ପାଦରୁ ଅଳତା ଲିଭିନି। ଘରୁ ମଧ୍ୟ ବିଦା ହୋଇନାହାନ୍ତି ବନ୍ଧୁବାନ୍ଧବ। ହେଲେ ଚତୁର୍ଥୀ ଦିନରେ ଲିଭିଗଲା ନବ ଦମ୍ପତିଙ୍କ...

ଯାଉଥିଲେ ଦୋକାନ ଖୋଲିବାକୁ ମୃତ୍ୟୁ ସାଜି ଆସିଲା ଟ୍ରକ

ଦିଗପହଣ୍ଡି,୬ା୩(ଡି.ଏନ.ଏ.): ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ମୁଖ୍ୟରାସ୍ତାର ଟାଉନ ଛକଠାରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦିଗପହଣ୍ଡି ପନ୍ଦରା ସାହିର...

Advertisement
Archives

Model This Week