Posted inଖେଳ

ପଦ ତ୍ୟାଗ କରିବେ ବେଲିଣ୍ଡା କ୍ଲାର୍କ

ସିଡ୍‌ନୀ, ୩୦ା୯ (ପି.ଟି.)-ଅଷ୍ଟ୍ରଲିଆର ପୂର୍ବତନ ମହିଳା ଟିମ୍‌ ଅଧିନାୟକ ବେଲିଣ୍ଡା କ୍ଲାର୍କ କ୍ରିକେଟ ବୋର୍ଡର କମ୍ୟୁନିଟି କ୍ରିକେଟ ଏକ୍‌ଜିକ୍ୟୁଟିଭ୍‌ ଜେନେରାଲ ମ୍ୟାନେଜର ପଦ ତ୍ୟାଗ କରିବେ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। କ୍ଲାର୍କଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦୁଇଥର ବିଶ୍ୱକପ୍‌ ଟାଇଟଲ ଜିତିଛି। ଦେଶ ତରଫରୁ ସେ ୧୫ ଟେଷ୍ଟ ଏବଂ ୧୧୮ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି। ସେ ଗତ ଅଢେଇବର୍ଷ ହେଲା ଏହି ପଦବୀରେ ଥିଲେ। ନଭେମ୍ବର ୩୦ରୁ ସେ ଏଥିରୁ ଓହରିଯିବେ ବୋଲି କହିଛନ୍ତି। ୫୦ବର୍ଷୀୟା ଏହି ପୂର୍ବତନ କ୍ରିକେଟର କିନ୍ତୁ ଆଇସିସି ଟି୨୦ ବିଶ୍ୱକପ୍‌ ଆୟୋଜକ କମିଟିର ନିର୍ଦ୍ଦେଶକ ପଦବୀରେ ରହିବେ। କ୍ଳାର୍କ ୨୦ବର୍ଷ ହେଲା କ୍ରିକେଟ ଅଷ୍ଟ୍ରେଲିଆ ଏବଂ ୬ ବର୍ଷ କ୍ରିକେଟ ନ୍ୟୁ ସାଉଥ ଓ୍ବେଲ୍ସ ସହ ସମ୍ପୃକ୍ତ ରହି ଆସିଥିବାବେଳେ ଆଇସିସି ମହିଳା କମିଟିର ଦୀର୍ଘକାଳୀନ ଷ୍ଟାଣ୍ଡିଂ କମିଟି ସଦସ୍ୟ ରହିଆସିଛନ୍ତି। ପୁନଶ୍ଚ ୨୦୧୮ରୁ ଆଇସିସି କ୍ରିକେଟ କମିଟିର ଜଣେ ସଦସ୍ୟ ଭାବେ କାର୍ଯ୍ୟକରି ଆସୁଛନ୍ତି। ବର୍ତ୍ତମାନ ସେ ୟଙ୍ଗ ଗର୍ଲଙ୍କର ନେତୃତ୍ୱ ନେବାର କ୍ୱାଲିଟିକୁ ବିକଶିତ କରିବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନରେ ବିଶ୍ୱକପ୍‌ ଆୟୋଜନ ଲାଗି ହେବ ଆଲୋଚନା

କରାଚୀ,୧୭।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ମୁଖ୍ୟ କାର୍ଯ୍ୟକାରୀ (ସିଇଓ) ମନୁ ସାହାନେ ଆସନ୍ତା ସପ୍ତାହରେ ପାକିସ୍ତାନ ଗସ୍ତ କରିବେ। ସେଠାରେ ସେ ପାକିସ୍ତାନ କ୍ରିକେଟ...

ସ୍ତ୍ରୀଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଧୋନୀ

ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ତମ ସିଜିନ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରେଇ...

ଡୋପିଂ ମାମଲା: ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ୨ବର୍ଷ ବାସନ୍ଦ

ଲଣ୍ଡନ, ୧୪ା୧ (ଏପି)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ରେ ମହିଳା ୧୦୦ମିଟର ସ୍ବର୍ଣ୍ଣ ପଦକ ବିଜୟିନୀଙ୍କୁ ୨ବର୍ଷ ବାସନ୍ଦ କରାଯାଇଛି। ଡୋପ୍‌ ପରୀକ୍ଷକମାନଙ୍କୁ ସେ ତାଙ୍କର ଅବସ୍ଥିତି...

ଓ୍ବାର୍ନରଙ୍କ ଉପରକୁ ସ୍ୟାଣ୍ଡ ପେପର ପକାଇଲେ ଦର୍ଶକ

ବର୍ମିଂହାମ,୨।୮- ଏଠାରେ ଚାଲିଥିବା ପ୍ରଥମ ଆଶେସ ଟେଷ୍ଟରେ ଏକ ଅଭାବନୀୟ ଘଟଣା ଘଟିଛି। ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନର ଆଉଟ୍‌ ହେବା ପରେ ଷ୍ଟାଡିୟମରେ ଉପସ୍ଥିତ...

କ୍ୱାଲିଫାୟର୍‌-୧: ଟସ୍‌ ଜିତିଲା ଚେନ୍ନାଇ

ଦୁବାଇ,୧୦।୧୦: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆଜି ଦୁବାଇ ଅନ୍ତର୍ଜାତୀୟ...

କୋହଲି-ଶାସ୍ତ୍ରୀଙ୍କୁ ଦାୟୀ କରିବା ଠିକ୍‌ ନୁହେଁ

ମାଞ୍ଚେଷ୍ଟର,୧୨।୯: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଫାରୁକ୍‌ ଇଞ୍ଜିନିୟର ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ପୁସ୍ତକ ଉନ୍ମୋଚନ ଉତ୍ସବରେ...

ଟର୍ନିଂ ଟ୍ରାକ୍‌ରେ ଅଶ୍ୱିନୀ ବିପଜ୍ଜନକ: ଖ୍ବାଜା

ବେଙ୍ଗାଲୁରୁ,୭ା୨: ଭାରତୀୟ ଟର୍ନିଂ ଟ୍ରାକ୍‌ରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳିବା ସବୁଠାରୁ ବିପଜ୍ଜନକ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଓପ୍‌ନର ଉସ୍‌ମାନ ଖ୍ବାଜା। ୪ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ...

ସ୍ତ୍ରୀଙ୍କ ପାଇଁ ଫେସ୍‌ବୁକ୍‌ ଛାଡିଥିଲେ ଏହି କ୍ରିକେଟର୍‌, ଜାଣନ୍ତୁ କାହିଁକି

ଭାରତର ଷ୍ଟାର୍‌ ବୋଲର ଭୁବନେଶ୍ୱର କୁମାର ୨୦୧୭ରେ ପଡୋଶୀ ନୁପୁର ନାଗରଙ୍କୁ ବିବାହ କରିଥିଲେ। ନୁପୁର ପେଶାରେ ଜଣେ ଇଞ୍ଜିନିୟର। ଏମଏନସି କମ୍ପାନୀରେ ଇଞ୍ଜିନିୟର ଭାବେ...

Advertisement
Archives

Model This Week