ୟୁକ୍ରେନ୍‌ ପଛରେ ରହି ରୁଷିଆ ସହିତ ଆମେରିକା ଲଢୁଛି ଛାୟା ଯୁଦ୍ଧ…

ଓ୍ବାଶିଂଟନ, ୨୨।୫ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ୪ ମାସରେ ପହଞ୍ଚିଛି। ତେବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି ଯେ, ରୁଷିଆ ସହିତ ଆମେରିକା ଛାୟାଯୁଦ୍ଧ ଲଢୁଛି। ଆମେରିକା ୟୁକ୍ରେନ୍‌ ପଛରେ ରହି ଏଭଳି କରୁଛି। ୟୁକ୍ରେନ୍‌ କୁ ଅସ୍ତ୍ରଶସ୍ତ୍ର, ଟଙ୍କା ଯୋଗାଣ ବୃଦ୍ଧି ଏବଂ ଏପରିକି ଗୁପ୍ତରେ ୟୁକ୍ରେନକୁ ସୈନ୍ୟ ପଠାଇବା ସୂଚାଇ ଦେଉଛି ଯେ ଆମେରିକା ନାଟୋ ସହଯୋଗରେ ରୁଷିଆ ବିରୁଦ୍ଧରେ ଏକ ଛାୟା ଯୁଦ୍ଧ ଜାରି ରଖିଛି। ୟୁକ୍ରେନକୁ କେବଳ ବଳିର ଛେଳି ଭାବେ ବ୍ୟବହାର କରାଯାଉଛି।

ଫେବୃଆରୀ ୨୪ ରେ ଆରମ୍ଭ ହୋଇଥିବା ରୁଷୋ-ୟୁକ୍ରେନ ଯୁଦ୍ଧର ସମାପ୍ତି ହେବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ। କାରଣ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ପ୍ରତିହତ କରିବା ପାଇଁ ନାଟୋ ୟୁକ୍ରେନକୁ କୋଟି କୋଟି ଡଲାର ଅସ୍ତ୍ର ଯୋଗାଉଛି ଏବଂ ଆମେରିକାର ରାଷ୍ଟ୍ରପତି ୪୦ ବିଲିୟନ ଡଲାର ଚୁକ୍ତି ଘୋଷଣା କରିଛନ୍ତି। ରୁଷିଆର ପ୍ରତିରକ୍ଷା ବଜେଟ ଅପେକ୍ଷା ସମୁଦାୟ ଆମେରିକୀୟ ସହାୟତା ଅଧିକ ହୋଇଛି।

ୟୁକ୍ରେନକୁ ୪୦ ବିଲିୟନ ଆମେରିକୀୟ ଡଲାରର ସହାୟତା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ସ୍ବାକ୍ଷର କରିଛନ୍ତି। ଏହି ଆମେରିକୀୟ ଚୁକ୍ତିକୁ ଆମେରିକାର ଉଭୟ ରାଜନୈତିକ ଦଳ ସମର୍ଥନ କରିଥିଲେ ଏବଂ ଏହା ସଂସଦରେ ପାରିତ ହୋଇଛି। ଆମେରିକା କହିଛି ଯେ ଏହା ସଂସଦରେ ପାରିତ ହେବା ୟୁକ୍ରେନକୁ ସାହାଯ୍ୟ କରିବାକୁ ଆମେରିକାର ସଂକଳ୍ପବଦ୍ଧତାକୁ ଦର୍ଶାଉଛି।

ୟୁକ୍ରେନରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ବିଷୟରେ ଆମେରିକାର ଅଧିକାରୀମାନେ ମଧ୍ୟ ଚେତାବନୀ ଦେଇଛନ୍ତି। ଏହାପୂର୍ବରୁ, ୟୁକ୍ରେନକୁ ଆମେରିକା ୧୩.୬ ବିଲିୟନ ଡଲାର ସହାୟତା ପ୍ରଦାନ କରିସାରିଛି ଏବଂ ଫେବୃଆରୀରେ ୟୁକ୍ରେନ ଆକ୍ରମଣ ପରେ ଏହି ସମସ୍ତ ଆମେରିକୀୟ ସହାୟତା ପ୍ରଦାନ କରାଯାଇଛି। ଆମେରିକା ଏପର୍ଯ୍ୟନ୍ତ ୟୁକ୍ରେନକୁ ସହାୟତା ନାମରେ ୫୩.୬ ବିଲିୟନ ଡଲାର ସହାୟତା ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?