Posted inଜାତୀୟ

ସ୍ବାମୀଙ୍କୁ ବିଧାୟକ ଭାବେ ଜିତାଇବା ପଛରେ ୨ ସ୍ତ୍ରୀଙ୍କ ହାତ

ଅହମ୍ମଦାବାଦ,୧୨।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଦେଡିଆପଡାରୁ ନିର୍ବାଚିତ ହୋଇଥିବା ଆମ୍‌ ଆଦମୀ ପାର୍ଟି(ଏଏପି)ବିଧାୟକ ଚୈତର ବାସଭା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଏଏପିର ୫ ବିଜୟୀ ବିଧାୟକଙ୍କ ମଧ୍ୟରୁ ଜଣେ। ଗୁଜରାଟରେ ଭାଜପାର ରେକର୍ଡ ବିଜୟ ଭିତରେ ଚୈତର ଏଏପି ପକ୍ଷରୁ ଜିତିବା ବଡ କଥା। ସେ ପ୍ରାୟ ୪୦,୦୦୦ ଭୋଟରେ ନିର୍ବାଚନ ଜିତିବା ପରେ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଚୈତରଙ୍କ ଦୁଇଟି ସ୍ତ୍ରୀ ଅଛନ୍ତି। ପୁରା ପରିବାର କେବଳ ଏକାଠି ରୁହନ୍ତି ନାହିଁ ବରଂ ଏକ ଟିମ୍‌ ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ସେ ନିଜ ବିଜୟର ଶ୍ରେୟ ମଧ୍ୟ ନିଜ ୨ ସ୍ତ୍ରୀ ବର୍ଷା ଏବଂ ଶକୁନ୍ତଳାଙ୍କୁ ଦିଅନ୍ତି।
ଚୈତର କହିଛନ୍ତି, ମୋ ୨ ସ୍ତ୍ରୀ ଏକ ଟିମ୍‌ ଭାବରେ କାମ କରିଥିଲେ ଏବଂ ମୋର ବିଜୟରେ ବହୁତ ସାହାଯ୍ୟ କରିଥିଲେ। ପ୍ରଚାର ସମୟରେ ସେମାନେ ନିରନ୍ତର ପରିଶ୍ରମ କରିବା ସହ  ପରିଚାଳନା କରିଥିଲେ। ମୋର ସରକାରୀ ଚାକିରି ଥିଲା ଏବଂ ମୋ ସ୍ତ୍ରୀମାନେ ମଧ୍ୟ ସରକାରୀ ସଂଗଠନରେ କାର୍ଯ୍ୟ କରୁଥିଲେ। କିନ୍ତୁ ମୁଁ ଆଦିବାସୀଙ୍କ କଲ୍ୟାଣ ପାଇଁ କାମ କରିବାରୁ ଚାକିରି ଛାଡିବାକୁ ସ୍ଥିର କଲି। ପରେ ଶକୁନ୍ତଳା ଏବଂ ବର୍ଷା ଚାକିରି ଛାଡି ବର୍ଷ ବର୍ଷ ଧରି ମୋ ରାଜନୈତିକ ଅଭିଳାଷକୁ ସମର୍ଥନ କରିବା ଆରମ୍ଭ କଲେ। ଶକୁନ୍ତଳା ଏବଂ ବର୍ଷା ସର୍ବଦା ଭଲ ବନ୍ଧୁ ଅଟନ୍ତି।
ବାସଭା ଏକ ଦଶନ୍ଧି ପୂର୍ବରୁ ଆଦିବାସୀ ସମ୍ପ୍ରଦାୟ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୨୦୧୪ରେ ବିଟିପିରେ ଯୋଗ ଦେଇଥିଲେ। ଏହାପରେ ସେ ବିଟିପି ଛାଡି ଏଏପିରେ ଯୋଗ ଦେଇଥିଲେ। ବାସଭା ପ୍ରାୟ ୧୩ ବର୍ଷ ପୂର୍ବେ ଶକୁନ୍ତଳା ଏବଂ ଦୁଇ ବର୍ଷ ପରେ ବର୍ଷାଙ୍କୁ ବିବାହ କରିଥିଲେ। ୩୪ ବର୍ଷୀୟ ଚୈତରଙ୍କର ତିନୋଟି ସନ୍ତାନ ଅଛନ୍ତି। ଶକୁନ୍ତଳାଙ୍କର ଗୋଟିଏ ଏବଂ ବର୍ଷାଙ୍କର ଦୁଇଟି ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri