ମୁଣ୍ଡ ପିଟିବା

ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଆଧାରରେ କୌଣସି ଏକ ସ୍ଥାନର ପ୍ରଦୂଷଣକୁ ମପା ଯାଇଥାଏ। ଶୂନରୁ ୫୦ ଯାଏ ‘ଉତ୍ତମ’, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’ ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୫୦୦ ‘ଅସମ୍ଭାଳ’ ଭଳି ବାୟୁ ପ୍ରଦୂଷଣକୁ ବର୍ଗୀକରଣ କରାଯାଇଛି। ସେହି ଦୃଷ୍ଟିରୁ ଦେଖିଲେ ଭାରତର ରାଜଧାନୀ ଦିଲ୍ଲୀ ଅସମ୍ଭାଳ ସ୍ତରରେ ପହଞ୍ଚିଛି। ୧୫ ନଭେମ୍ବରରେ ଏହା ୪୬୯ ସ୍ତରରେ ରହିଥିଲା। ଏଥିରୁ ଅନୁମାନଯୋଗ୍ୟ ଯେ ସେଠାକାର ବାସିନ୍ଦା କେଉଁଭଳି ଅବସ୍ଥାରେ ବଞ୍ଚୁଥିବେ। ଚଳିତ ବର୍ଷ ଦୀପାବଳି ସମୟରେ ଆତସବାଜି ଉପରେ ପ୍ରତିବନ୍ଧକ ଲଗାଯାଇଥିବା ସତ୍ତ୍ୱେ କାଁଭାଁ ବାଣ ଫୁଟିବାରୁ ଦିଲ୍ଲୀ ଓ ଏହାର ଆଖପାଖ ବାୟୁମଣ୍ଡଳ ପ୍ରଦୂଷିତ ହୋଇଯାଇଛି। ନଭେମ୍ବର ଆସିଲେ ଭାରତରେ ବିଶେଷକରି ବାୟୁ ପ୍ରଦୂଷଣ ପ୍ରସଙ୍ଗ ଜୋରଦାର ଉଠେ। ଏହାର ଦୁଇ ମାସ ପରେ ଅର୍ଥାତ୍‌ ଫେବୃୟାରୀ ଆଡ଼କୁ ଏହି କଥା ଯେମିତି କାହାର ମନେପଡ଼େ ନାହିଁ। ଦେଖିବାକୁ ଗଲେ ଦୀପାଳବି ବର୍ଷକୁ ଥରେ ଆସେ। ତାହାଠାରୁ କାହିଁ କେତେ ଗୁଣରେ ପଞ୍ଜାବ, ହରିୟାଣା ଆଦି ଦିଲ୍ଲୀ ନିକଟବର୍ତ୍ତୀ ଅଞ୍ଚଳରୁ ଖେତରେ ନଡ଼ାକୁ ପୋଡ଼ି ଦିଆଯିବା ପରେ ବାହାରୁଥିବା ଧୂଆଁ ଦ୍ୱାରା ସମଗ୍ର ବାୟୁମଣ୍ଡଳ ଆଚ୍ଛାଦିତ ହୋଇଯାଏ। ଏହି ଶୀତ ଦିନେ ସେହି ଧୂଆଁ ସହ କାକର ମିଶିଗଲେ ପ୍ରାତଃ ସମୟରେ ଲୋକେ ୧୦ ମିଟର ଭିତରେ ଦେଖିପାରି ନ ଥାଆନ୍ତି। କେତେକେ ନଡ଼ା ଧୂଆଁକୁ ଋତୁକାଳୀନ କହି ଏଡ଼ାଇ ଦେଉଛନ୍ତି। କିନ୍ତୁ ଏହାର କୁପ୍ରଭାବ ଲୋକଙ୍କ ଶ୍ୱାସପ୍ରକ୍ରିୟା ଉପରେ ଯଥେଷ୍ଟ ପଡ଼ୁଛି। ଏଥିସହିତ ଗ୍ରାମାଞ୍ଚଳରୁ ସହର ଯାଏ ଅନେକ ସ୍ଥାନରେ ରନ୍ଧନ ଗ୍ୟାସ୍‌ ସମସ୍ତଙ୍କୁ ଉପଲବ୍‌ଧ ହେଉ ନ ଥିବାରୁ ଗୋବର ଘଷି ଜାଳି ଲୋକେ ରୋଷେଇ କରିଥାଆନ୍ତି। ସବୁଠାରୁ ସାଂଘାତିକ ବିପଦ ସୃଷ୍ଟି କରୁଛି କୋଇଲା ପ୍ଲାଣ୍ଟଗୁଡ଼ିକ। ସେଥିରୁ ନିର୍ଗତ ବାଷ୍ପ ଓ ଗୁଣ୍ଡ ବାୟୁମଣ୍ଡଳକୁ ଅତ୍ୟଧିକ ଖରାପ କରିଦେଉଛି। ଏଭଳି ଶିଳ୍ପ ଓଡ଼ିଶାଠାରୁ ଆରମ୍ଭ କରି ଦେଶର ବିଭିନ୍ନ ପ୍ରାନ୍ତରେ ରହିଛି। କେବଳ ବିକାଶର ଦ୍ୱାହି ଦିଆଯାଇ ସେଗୁଡ଼ିକୁ ଚାଲୁ ରଖାଯାଉଥିବାରୁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ପୁଣି ଗାଡ଼ିମୋଟରରୁ ନିର୍ଗତ ଧୂଆଁ ପ୍ରଦୂଷଣ ମାତ୍ରାକୁ ଢେର ବୃଦ୍ଧି କରିଚାଲିଛି। ଏ ବିଷୟ ସମସ୍ତେ ହୃଦୟଙ୍ଗମ କରୁଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଲୋକେ ସଚେତନ ହେଉନାହାନ୍ତି।
କୃଷିପ୍ରଧାନ ଦେଶ ଭାରତରେ ଯେବେଠାରୁ ଶିଳ୍ପକୁ ବହୁଳ ମାତ୍ରାରେ ଗୁରୁତ୍ୱ ଦିଆଗଲା ସେବେଠାରୁ ପ୍ରଦୂଷଣ ବଢ଼ିଚାଲିଛି। ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପ ଦରକାର। କିନ୍ତୁ ଜନବସତିଠାରୁ ଦୂରରେ ତଥା ଅନୁପଯୁକ୍ତ ଜମିରେ ସେଗୁଡ଼ିକ ସ୍ଥାପନ ହେବା ଦରକାର। କିନ୍ତୁ ଯୋଗାଯୋଗ ଓ ଗମନାଗମନକୁ ଆଳ ଦେଖାଇ ଶିଳ୍ପଗୁଡ଼ିକୁ ସହର ନିକଟରେ ପ୍ରତିଷ୍ଠା କରାଯାଉଥିବାରୁ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ୁଛି। ବିଶେଷକରି କୋଇଲାଚାଳିତ ଓ ରାସାୟନିକ କାରଖାନାରୁ ବହୁ ପରିମାଣର ଦୂଷିତ ଗ୍ୟାସ୍‌ ନିର୍ଗତ ହୋଇଥାଏ। ଏଠାରେ ଭୋପାଳ ଗ୍ୟାସ୍‌ ବସ୍ଫୋରଣ କଥା ମନେପକାଇ ଦିଆଯାଇପାରେ। ବିସ୍ଫୋରଣ ଯୋଗୁ ସେଠାରେ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। କିନ୍ତୁ ତା’ଠାରୁ ଆହୁରି ମାରାତ୍ମକ ହୋଇଗଲାଣି ସେହିଭଳି କାରଖାନାଗୁଡ଼ିକୁ ସହର ମଧ୍ୟରେ ସ୍ଥାପନ କରିବା ଲାଗି ଅନୁମତି ଦିଆଯିବା। ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଯାଏ ବାହାବା ନିଆଯାଉଛି କିଏ କେତେ ଶିଳ୍ପ ସ୍ଥାପନ ଲାଗି ବୁଝାମଣାପତ୍ରରେ ସ୍ବାକ୍ଷର କରୁଛନ୍ତି। କେହି କେବେ ପ୍ରଶ୍ନ କରୁନାହାନ୍ତି ଯେ ବଡ଼ ଓ ବିପଦପୂର୍ଣ୍ଣ କାରଖାନାଗୁଡ଼ିକୁ ଜନଗହଳି ଅଞ୍ଚଳରେ ସ୍ଥାପନ କରାଗଲେ କେତେ କ୍ଷତି ସହିବାକୁ ପଡ଼ିବ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ଆଧାରିତ ଶିଳ୍ପ ଗଢ଼ାଗଲେ ତାହାର କୁପ୍ରଭାବ ଲୋକଙ୍କ ଉପରେ ସେଭଳି ପଡ଼ି ନ ଥାଏ।
ଗୋଟେ ସମୟ ଥିଲା ପାଶ୍ଚାତ୍ୟ ଅର୍ଥନୀତି ସହ ପ୍ରତିଦ୍ୱନ୍ଦ୍ୱିତା କରିବା ସକାଶେ ଭାରତରେ ଶିଳ୍ପକୁ ଅଗ୍ରାଧିକାର ଦିଆଯାଇଥିଲା। ତାହାଦ୍ୱାରା ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସହ ଅନେକାଂଶରେ ଆର୍ଥିକ ଦୃଷ୍ଟିରୁ ଲାଭ ମିଳିଛି। କିନ୍ତୁ ଏବେ ସମୟ ଆସିଲାଣି ପରିବେଶକୁ ଯଥାସମ୍ଭବ ପ୍ରଦୂଷଣମୁକ୍ତ ରଖି ବଞ୍ଚିବାକୁ ହେବ। ଶିଳ୍ପରେ ପୁଞ୍ଜି ନିବେଶଠାରୁ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ମୌଳିକ ଭିତ୍ତିଭୂମି ବା ସାମାଜିକ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଅଧିକ ଗୁରୁତ୍ୱ ବହନ କଲାଣି। ତାହା ହେଲେ ଯାଇ ପରିବେଶକୁ ନିର୍ମଳ ରଖିବା ଦିଗରେ ଏକ ପାଦ ଆଗକୁ ଯାଇପାରିବା। ନ ହେଲେ କେବଳ ମୁଣ୍ଡ ପିଟିବା ସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri