ଏଇ ଭାରତରେ

ଅରୁଣାଚଳପ୍ରଦେଶର ଆଇଏଏସ୍‌ ଅଧିକାରୀ ଦେବାଂଶ ଯାଦବ ପ୍ରଶାସନିକ କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ଗରିବ ଛାତ୍ରଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରୁଛନ୍ତି। ଛାଙ୍ଗଲାଙ୍ଗର ଡେପୁଟି କମିଶନର ଭାବେ ଦାୟିତ୍ୱ ତୁଲାଉଥିବା ଦେବାଂଶ ଲୋକମାନଙ୍କ ଅନୁଦାନରେ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୮୦%ରୁ ଅଧିକ ନମ୍ବର ରଖୁଥିବା ୩ଜଣ ଛାତ୍ରଙ୍କୁ ଉଚ୍ଚଶିକ୍ଷା ଦେବାରେ ସଫଳ ହୋଇଛନ୍ତି। ଏହି ଛାତ୍ରମାନଙ୍କ ମଧ୍ୟରେ ଜଣେ ୮୯.୪ % ନମ୍ବର ରଖିଛନ୍ତି। ଏଭଳି ପିଲାମାନଙ୍କୁ ଆର୍ଥିକ ସହାୟତା ଦେବା ଲାଗି ଅନୁରୋଧ କରାଯିବା ପରେ ଦେଶର ବିଭିନ୍ନ ଅଞ୍ଚଳରୁ ଏହା ଆସିବାରେ ଲାଗିଛି। ପ୍ରଥମ ସପ୍ତାହରେ ଲୋକମାନଙ୍କଠାରୁ ୩ ଲକ୍ଷ ଟଙ୍କା ମିଳିଛି ବୋଲି କହନ୍ତି ଦେବାଂଶ। ପରେ ଅଧିକରୁ ଅଧିକ ଆର୍ଥିକ ସାହାଯ୍ୟ ଆସୁଛି। ଅକ୍ଟୋବର ୨୬ରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଏବେ ଯେଉଁ ଅର୍ଥ ମିଳିଛି ସେଥିରୁ ହଷ୍ଟେଲରେ ରହିବା, ଟ୍ୟୁସନ ଫି,ଯିବା ଆସିବା ଓ ଖାଇବା ଖର୍ଚ୍ଚ ବାବଦରେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି କହନ୍ତି ଦେବାଂଶ। ଏହି ଛାତ୍ରମାନେ ଉଚ୍ଚଶିକ୍ଷା ଲାଗି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇପାରିଛନ୍ତି। କେବଳ ଏମାନେ ନୁହନ୍ତି ଆହୁରି ଅଧିକ ପିଲାଙ୍କୁ ସାହାଯ୍ୟ କରିବା ଲାଗି ସେ ଯୋଜନା କରିଛନ୍ତି। ଦେବାଂଶ କହନ୍ତି, ଲୋକମାନେ ଯେଉଁ ଅର୍ଥ ଦାନ କରୁଛନ୍ତି ତାହାର ରେକର୍ଡ ରଖାଯିବା ସହ ତାହାକୁ ସୋସିଆଲ ମିଡିଆରେ ବି ଶେୟାର କରାଯିବ। ଏହି ପିଲାମାନଙ୍କର ବ୍ୟାଙ୍କ୍‌ ଆକାଉଣ୍ଟରେ ଖୁବ୍‌ ଶୀଘ୍ର ଟଙ୍କା ଜମା କରାଯିବ। ଏହା ମଧ୍ୟ ଦାନ ଦେଇଥିବା ଲୋକମାନଙ୍କୁ ଜଣାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri