Posted inଫୁରସତ

ଭାରତର ରହସ୍ୟମୟ ଷ୍ଟେଶନ: ସନ୍ଧ୍ୟା ପରେ ମାଛି ବି ଉଡନ୍ତି ନାହିଁ, ଶୂନ୍‌ଶାନ୍‌ ହୋଇଯାଏ…

ଦୁନିଆ ରହସ୍ୟମୟ ଜିନିଷରେ ପରିପୂର୍ଣ୍ଣ। ସେଥିରୁ କିଛି ଚମକାଇବା ଭଳି ଥାଏ। ଯେମିତିକି କୋଲକାତାରେ ଥିବା ବେଗନ କୋଡାର ଷ୍ଟେଶନ। ସାଧାରଣତଃ ଷ୍ଟେଶନରେ ସବୁ ସମୟରେ ଭିଡ ପରିଲକ୍ଷିତ ହୋଇଥାଏ। ହେଲେ ସନ୍ଧ୍ୟା ପରେ ଉକ୍ତ ଷ୍ଟେଶନକୁ ଯିବାକୁ ଲୋକେ ଡରିଥାନ୍ତି। କାରଣ କିଛି ଏଭଳି।

୧୯୬୦ ମସିହାରେ ନିର୍ମିତ ହୋଇଥିଲା ବେଗନ କୋଡାର ଷ୍ଟେଶନ । କିନ୍ତୁ ପ୍ରାୟ ୪୦ ବର୍ଷ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଷ୍ଟେଶନ ପୁଣି ଖୋଲା ହେବା ପରେ ଲୋକମାନେ ସେଠାକୁ ଯିବାକୁ ଭୟ କରୁଛନ୍ତି। ଷ୍ଟେଶନରେ ’ଭୂତ’ଥିବା ନେଇ ସମଗ୍ର ଅଞ୍ଚଳରେ ଆଲୋଚନା ହୋଇଆସୁଛିା। ଏବେ ବି ସେଭଳି ଭୟ ରହିଛି।

ଷ୍ଟେଶନ ନିର୍ମାଣ ହେବାବେଳେ ସବୁକିଛି ଠିକ୍‌ ଥିଲା। କିନ୍ତୁ ପ୍ରାୟ ସାତ ବର୍ଷ ପରେ ଜଣେ କର୍ମଚାରୀ ଏହି ଷ୍ଟେଶନରେ ଭୂତ ଥିବା ନେଇ ଦାବି କରିଥିଲେ। ସେ ଅନ୍ୟ କର୍ମଚାରୀଙ୍କୁ ଏ ବିଷୟରେ ଜଣାଇଥିଲେ। ସେତେବେଳେ କେତେକ ଲୋକ ଏହି କଥାରେ ହଁ ଭରିଥିଲେ। ଷ୍ଟେଶନରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏବେ ତାଙ୍କ ଭୂତ ଏଠାରେ ବୁଲୁଛି ବୋଲି ଚାରିଆଡେ ପ୍ରଚାର ହୋଇଥିଲା। ପ୍ରଥମେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କଥାକୁ ଏଡ଼ାଇ ଦେଇଥିଲେ। ହେଲେ କିଛି ଦିନ ପରେ ଏକ ବଡ ଦୁର୍ଘଟଣା ଘଟିଥିଲା। ଏହା ପରେ ସମସ୍ତଙ୍କ ଚିନ୍ତାଧାରା ବଦଳିଯାଇଥିଲା।

ରେଳ କ୍ୱାର୍ଟରରେ ସେତେବେଳର ଷ୍ଟେଶନ ମାଷ୍ଟର ଏବଂ ତାଙ୍କ ପରିବାରଲୋକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ସମାନ ମହିଳା ଭୂତ ସମ୍ପୃକ୍ତ ଥିବା ଲୋକେ କହିଥିଲେ। ତଥାପି ଅନ୍ୟ ରେଳ ଅଧିକାରୀମାନେ ଏହି ତଥ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ଘଟଣା ପରେ ଅନ୍ୟଜଣେ ଷ୍ଟେଶନ ମାଷ୍ଟର ଏଠାକୁ ଆସିଥିଲେ। ହେଲେ ସେ ଅଧିକ ସମୟ ରହିପାରି ନ ଥିଲେ।

ସନ୍ଧ୍ୟା ହେବା ମାତ୍ରେ ଭୂତମାନେ ଏହି ଷ୍ଟେସନରେ ଦେଖାଯାଉଥିବା, ଅନେକ ଥର ଟ୍ରେନ ସାମ୍ନାରେ ଭୂତ ଆସିଯିବା କଥା ପବନ ପରି ଚାରିଆଡେ ବ୍ୟାପିଥିଲା। ଧୀରେ ଧୀରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆତଙ୍କ ବୃଦ୍ଧି ପାଇଥିଲା। ଲୋକମାନେ ଷ୍ଟେଶନକୁ ଆସିବାକୁ ଭୟ କରିଥିଲେ। ଫଳସ୍ବରୂପ ଟ୍ରେନଗୁଡିକ ଏହି ଷ୍ଟେଶନରେ ଅଟକିିବା ବନ୍ଦ କରିଦେଲା।

ପ୍ରାୟ ୪୦ ବର୍ଷ ପର୍ଯ୍ୟନ୍ତ ଏପରି ଚାଲିଥିଲା। ୨୦୦୯ରେ ଷ୍ଟେଶନକୁ ପୁନଃ ଖୋଲାଯାଇଥିଲା। ସେବେଠାରୁ ଏବେ ଯାଏ ସନ୍ଧ୍ୟା ପରେ ଏହି ଷ୍ଟେଶନରେ କେହି ରହୁ ନାହାନ୍ତି। ଶ୍ରମିକମାନେ ମଧ୍ୟ ରାତି ହେବା ପୂର୍ବରୁ ଚାଲିଯାଆନ୍ତି। ଏବେବି ଲୋକଙ୍କ ମନରେ ଡର ରହିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?