Posted inଫୁରସତ

ଭାରତର ରହସ୍ୟମୟ ଷ୍ଟେଶନ: ସନ୍ଧ୍ୟା ପରେ ମାଛି ବି ଉଡନ୍ତି ନାହିଁ, ଶୂନ୍‌ଶାନ୍‌ ହୋଇଯାଏ…

ଦୁନିଆ ରହସ୍ୟମୟ ଜିନିଷରେ ପରିପୂର୍ଣ୍ଣ। ସେଥିରୁ କିଛି ଚମକାଇବା ଭଳି ଥାଏ। ଯେମିତିକି କୋଲକାତାରେ ଥିବା ବେଗନ କୋଡାର ଷ୍ଟେଶନ। ସାଧାରଣତଃ ଷ୍ଟେଶନରେ ସବୁ ସମୟରେ ଭିଡ ପରିଲକ୍ଷିତ ହୋଇଥାଏ। ହେଲେ ସନ୍ଧ୍ୟା ପରେ ଉକ୍ତ ଷ୍ଟେଶନକୁ ଯିବାକୁ ଲୋକେ ଡରିଥାନ୍ତି। କାରଣ କିଛି ଏଭଳି।

୧୯୬୦ ମସିହାରେ ନିର୍ମିତ ହୋଇଥିଲା ବେଗନ କୋଡାର ଷ୍ଟେଶନ । କିନ୍ତୁ ପ୍ରାୟ ୪୦ ବର୍ଷ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଷ୍ଟେଶନ ପୁଣି ଖୋଲା ହେବା ପରେ ଲୋକମାନେ ସେଠାକୁ ଯିବାକୁ ଭୟ କରୁଛନ୍ତି। ଷ୍ଟେଶନରେ ’ଭୂତ’ଥିବା ନେଇ ସମଗ୍ର ଅଞ୍ଚଳରେ ଆଲୋଚନା ହୋଇଆସୁଛିା। ଏବେ ବି ସେଭଳି ଭୟ ରହିଛି।

ଷ୍ଟେଶନ ନିର୍ମାଣ ହେବାବେଳେ ସବୁକିଛି ଠିକ୍‌ ଥିଲା। କିନ୍ତୁ ପ୍ରାୟ ସାତ ବର୍ଷ ପରେ ଜଣେ କର୍ମଚାରୀ ଏହି ଷ୍ଟେଶନରେ ଭୂତ ଥିବା ନେଇ ଦାବି କରିଥିଲେ। ସେ ଅନ୍ୟ କର୍ମଚାରୀଙ୍କୁ ଏ ବିଷୟରେ ଜଣାଇଥିଲେ। ସେତେବେଳେ କେତେକ ଲୋକ ଏହି କଥାରେ ହଁ ଭରିଥିଲେ। ଷ୍ଟେଶନରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏବେ ତାଙ୍କ ଭୂତ ଏଠାରେ ବୁଲୁଛି ବୋଲି ଚାରିଆଡେ ପ୍ରଚାର ହୋଇଥିଲା। ପ୍ରଥମେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କଥାକୁ ଏଡ଼ାଇ ଦେଇଥିଲେ। ହେଲେ କିଛି ଦିନ ପରେ ଏକ ବଡ ଦୁର୍ଘଟଣା ଘଟିଥିଲା। ଏହା ପରେ ସମସ୍ତଙ୍କ ଚିନ୍ତାଧାରା ବଦଳିଯାଇଥିଲା।

ରେଳ କ୍ୱାର୍ଟରରେ ସେତେବେଳର ଷ୍ଟେଶନ ମାଷ୍ଟର ଏବଂ ତାଙ୍କ ପରିବାରଲୋକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ସମାନ ମହିଳା ଭୂତ ସମ୍ପୃକ୍ତ ଥିବା ଲୋକେ କହିଥିଲେ। ତଥାପି ଅନ୍ୟ ରେଳ ଅଧିକାରୀମାନେ ଏହି ତଥ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ଘଟଣା ପରେ ଅନ୍ୟଜଣେ ଷ୍ଟେଶନ ମାଷ୍ଟର ଏଠାକୁ ଆସିଥିଲେ। ହେଲେ ସେ ଅଧିକ ସମୟ ରହିପାରି ନ ଥିଲେ।

ସନ୍ଧ୍ୟା ହେବା ମାତ୍ରେ ଭୂତମାନେ ଏହି ଷ୍ଟେସନରେ ଦେଖାଯାଉଥିବା, ଅନେକ ଥର ଟ୍ରେନ ସାମ୍ନାରେ ଭୂତ ଆସିଯିବା କଥା ପବନ ପରି ଚାରିଆଡେ ବ୍ୟାପିଥିଲା। ଧୀରେ ଧୀରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆତଙ୍କ ବୃଦ୍ଧି ପାଇଥିଲା। ଲୋକମାନେ ଷ୍ଟେଶନକୁ ଆସିବାକୁ ଭୟ କରିଥିଲେ। ଫଳସ୍ବରୂପ ଟ୍ରେନଗୁଡିକ ଏହି ଷ୍ଟେଶନରେ ଅଟକିିବା ବନ୍ଦ କରିଦେଲା।

ପ୍ରାୟ ୪୦ ବର୍ଷ ପର୍ଯ୍ୟନ୍ତ ଏପରି ଚାଲିଥିଲା। ୨୦୦୯ରେ ଷ୍ଟେଶନକୁ ପୁନଃ ଖୋଲାଯାଇଥିଲା। ସେବେଠାରୁ ଏବେ ଯାଏ ସନ୍ଧ୍ୟା ପରେ ଏହି ଷ୍ଟେଶନରେ କେହି ରହୁ ନାହାନ୍ତି। ଶ୍ରମିକମାନେ ମଧ୍ୟ ରାତି ହେବା ପୂର୍ବରୁ ଚାଲିଯାଆନ୍ତି। ଏବେବି ଲୋକଙ୍କ ମନରେ ଡର ରହିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri