ହାତୀପଲ ଜନବସତି-ମୁହାଁ, ବାଲେଶ୍ୱରରୁ ଆରମ୍ଭ ହେଲା ‘ହାତୀ ସଭା’

ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି (ପ୍ରଶାନ୍ତ ବିଶ୍ୱାଳ), ୮।୮: ହାତୀ ଏବଂ ମଣିଷର ସମ୍ପର୍କ ବହୁ ପୁରାତନ। ଗୁରୁବାର ମାଣବସା ହେଉ ଅବା ପ୍ରତ୍ୟେକ ଧର୍ମୀୟ କାର୍ଯ୍ୟରେ ହାତୀକୁ ହିନ୍ଦୁ ପରମ୍ପରାରେ ଅଗ୍ରାଧିକାର ଦିଆଯାଇଛି। ମାତ୍ର ଜଙ୍ଗଲରେ ହାତୀ ଏବେ ଅସୁରକ୍ଷିତ। ଅଧିକାଂଶ ସମୟରେ ହାତୀ-ମଣିଷ ଲଢ଼େଇରେ କେତେବେଳେ ହାତୀର ପ୍ରାଣ ଯାଉଛି ତ କେତେବେଳେ ମଣିଷର ଜୀବନ ଯାଉଛି। ସବୁରି ମୂଳରେ ଜଙ୍ଗଲ ଧ୍ୱଂସ ମୁଖ୍ୟ କାରଣ। ଖାଦ୍ୟ ନ ପାଇ ହାତୀପଲ ଜନବସତି-ମୁହାଁ ହେବା ଯୋଗୁ ମଣିଷ ସହ ସଂଷର୍ଷ ଭଳି ପରିସ୍ଥିତି ଉପୁଜିଛି। ଏହାର ସମାଧାନ ନିମନ୍ତେ ‘ବିକାଶ ସାଥୀ’, ‘ଧରିତ୍ରୀ’, ‘ଓଡ଼ିଶା ପୋଷ୍ଟ’ ଓ ଏଏସ୍‌ଡି ଗ୍ରୁପ୍‌ ଆନୁକୂଲ୍ୟରେ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ ଅଧୀନ ଗୁହାଳିଆ ଗ୍ରାମର ଦେବଗିରି ପାହାଡ଼ ପାଦଦେଶରେ ଅବସ୍ଥିତ ଖରାଖାଇ ପଡ଼ିଆରେ ଆୟୋଜିତ ହାତୀ ସଭାରେ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇଥିଲା।
ବିକାଶ ସାଥୀ ସଙ୍ଗଠନର ପ୍ରତିଷ୍ଠାତା ସମ୍ପାଦକ ଡ. ବିଶ୍ୱଜିତ ପଣ୍ଡା ସ୍ବାଗତ ବକ୍ତବ୍ୟ ଦେଇ ହାତୀ ସଂରକ୍ଷଣ ଓ ହାତୀ ଅତିକ୍ରମ ହେବା ବେଳେ କ’ଣ କରିବା ଉଚିତ୍‌ ଓ କ’ଣ କରିବା ଅନୁଚିତ୍‌ ସେ ସମ୍ପର୍କରେ ସୂଚନା ଦେଇଥିଲେ।
‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଉକ୍ତ ଅଞ୍ଚଳର ହାତୀଜନିତ ସମସ୍ୟା ଓ ଏହାର ନିରାକରଣ ଉପରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଯେଉଁ ବାଟ ଦେଇ ହାତୀ ଆସୁଛି ସେଠାରେ ପରୀକ୍ଷାମୂଳକ ଭାବେ କଣ୍ଟାଯୁକ୍ତ ତାରବାଡ଼ ଘେରାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି ତାରବାଡ଼କୁ ‘ଧରିତ୍ରୀ’ ପକ୍ଷରୁ ଦିଆଯିବ ବୋଲି ସେ କହିଥିଲେ। ଏଥିସହ କେଉଁ ପନ୍ଥା ଅବଲମ୍ବନ କଲେ ଗାଁରେ ହାତୀ ପ୍ରବେଶ କରିବ ନାହିଁ ସେନେଇ ଗ୍ରାମବାସୀଙ୍କ ମତାମତ ଲୋଡ଼ିଥିଲେ।
‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଲୋକଙ୍କ ସମସ୍ୟା ଶୁଣିବା ସହିତ ହାତୀ ଦାଉରୁ ରକ୍ଷା ପାଇଁ ଗାଁରେ ମହୁଚାଷ ଓ ଲଙ୍କା ଚାଷ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଶୁଖିଲା ଲଙ୍କା ଧୂଆଁ ଦେଲେ ହାତୀ ପଳାୟନ କରିଥାନ୍ତି। ଯାହା ଦେଶର ହାତୀପ୍ରବଣ ଆସାମ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ କାର୍ଯ୍ୟକାରୀ କରି ସଫଳ ହୋଇଥିବା ସେ ଉଦାହରଣ ଦେଇଥିଲେ। କିନ୍ତୁ ମହୁ ଚାଷ କଲେ ଭାଲୁ ଆସିବ ଏବଂ ପାଣି ଅଭାବରୁ ଲଙ୍କା ଚାଷ ହୋଇପାରିବ ନାହିଁ  ବୋଲି ଗ୍ରାମବାସୀ କହିଥିଲେ। ପାହାଡ଼ ପାଦଦେଶରେ ସୌରବାଡ଼ ନିର୍ମାଣ କରାଗଲେ ସ୍ଥାୟୀ ପ୍ରତିକାର କରିହେବ ବୋଲି ମତବ୍ୟକ୍ତ କରିଥିଲେ।
ଦୀର୍ଘଦିନ ଧରି ଏହି ଗାଁରେ ହାତୀ ପଲ ପଶି ଧାନ ଓ ଚାଉଳ ଖାଇବା ସହ କଦଳୀ, ନଡ଼ିଆ, ଆମ୍ବ, ପଣସ ଚାଷ ନଷ୍ଟ କରୁଛି। ପୂର୍ବରୁ ଜଙ୍ଗଲ ଏଭଳି ନ ଥିଲା। ହାତୀପଲ ଗାଁକୁ ଆସୁ ନ ଥିଲେ। ଏବେ ହାତୀ ଆସି ଘରଦ୍ୱାର ଭାଙ୍ଗିବା ସହ ଧାନ ଓ ପରିବା ଚାଷ ବ୍ୟାପକ କ୍ଷତି କରୁଛନ୍ତି। ଏପରିକି ବହୁ ଲୋକଙ୍କର ଜୀବନ ଯିବା ସହ ଅନେକ ଲୋକ ଆହତ ହେଉଛନ୍ତି। ବନ ବିଭାଗ ତଥା ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଗ୍ରାମର କାର୍ତ୍ତିକ ଚନ୍ଦ୍ର ପୁଟି, ମୁକ୍ତିକାନ୍ତ ବାରିକ, ବୁଦ୍ଧିରାମ ରାଉତ, ନୀଳକଣ୍ଠ ମହାପାତ୍ର, ନିରଞ୍ଜନ ବେହେରା, ସୁରେନ୍ଦ୍ର ମହାପାତ୍ର, ଶିବ ପ୍ରସାଦ ବାରିକ, ଜୟନ୍ତୀ ବେହେରା, ଗୁରୁବାରୀ ବେହେରା, ବସୁମତୀ ବେହେରା ଓ ବାସନ୍ତୀ ବାରିକ ପ୍ରମୁଖ ଅଭିଯୋଗ କରିଥିଲେ। ଓଡ଼ିଶାରେ ବାଲେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ଗଞ୍ଜାମ, କନ୍ଧମାଳ ଆଦି ୧୦ ଜିଲା ଓ ୧୩ଟି ଡିଭିଜନ୍‌ରେ ଏହି ହାତୀ ସଭା ମାଧ୍ୟମରେ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିକାଶ ସାଥୀ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା। ସଙ୍ଗଠନର କୋ-ଫାଉଣ୍ଡର ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସାଇପ୍ରିୟ ନାୟକ, ତୁଷାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ‘ଧରିତ୍ରୀ’ ଆକାଉଣ୍ଟସ୍‌ ମ୍ୟାନେଜର ପ୍ରତାପ ଚନ୍ଦ୍ର ବେହେରା, ଜିଲା ପ୍ରତିନିଧି ବାଞ୍ଛାନିଧି ଦେ, ନୀଳଗିରି ପ୍ରତିନିଧି ପ୍ରଶାନ୍ତ ବିଶ୍ୱାଳ, ବାଲିଆପାଳ ପ୍ରତିନିଧି ଅମୂଲ୍ୟ କୁମାର ଦାସ ଓ ପ୍ରସାରଣ ବିଭାଗର ଆଲୋକ କାନୁନ୍‌ଗୋ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?