ଡବ୍ଲ୍ୟୁଏଚ୍‌ଓ ପୂର୍ବରୁ ଭାରତ ଜାରି କଲା କରୋନା ମୃତ୍ୟୁ ସଂଖ୍ୟା ରିପୋର୍ଟ…

ନୂଆଦିଲ୍ଲୀ, ୪।୫ : ଦେଶରେ କରୋନାରେ ଆକ୍ରାନ୍ତ ହୋଇ ଘଟିଥିବା ମୃତକଙ୍କ ସଂଖ୍ୟା ରିପୋର୍ଟ ଭାରତ ପକ୍ଷରୁ ଜାରି କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୃତ୍ୟୁ ସଂଖ୍ୟା ଜାରି କରିବା ପୂର୍ବରୁ ଭାରତ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ସୂଚନା ପ୍ରଦାନ କରିଛି।

ମୃତ୍ୟୁ ସଂଖ୍ୟାକୁ ନେଇ ଭାରତ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟରେ ମତଭେଦ ରହିଛି। ଡବ୍ଲ୍ୟୁଏଚ୍‌ଓ ଦ୍ୱାରା ରିପୋର୍ଟ ପ୍ରକାଶ ପାଇବାର ଦୁଇ ଦିନ ପୂର୍ବରୁ ଏହି ଆକଳନ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଏହା ସମ୍ପୂର୍ଣ୍ଣ ସଠିକ ବୋଲି ଭାରତ ପକ୍ଷରୁ କୁହାଯାଇଛି। ତେବେ ଭାରତର ଏହି ଆକଳନ ଉପରେ ଡବ୍ଲ୍ୟୁଏଚ୍‌ଓ ପ୍ରଶ୍ନ ଉଠାଇଛି।

ଭାରତ କହିଛି ଯେ ୨୦୨୦ରେ କରୋନାର କାରଣରୁ ମୃତ୍ୟୁ ସଂଖ୍ୟା ୨୦୧୯ ତୁଳନାରେ ୪,୭୫,୦୦୦ ଅଧିକ ଥିଲା। ମଙ୍ଗଳବାର ଭାରତ ସରକାର ନୂତନ ଆକଳନ ଜାରି କରିଛନ୍ତି। ଏହା ପୂର୍ବରୁ ମାସକ ପରେ ଏହା ଜାରି କରାଯିବ ବୋଲି କୁହାଯାଉଥିଲା। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୃତ୍ୟୁସଂଖ୍ୟାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଭାରତ ସରକାର ମଙ୍ଗଳବାର ଏହି ତଥ୍ୟ ପ୍ରକାଶ କରିଛନ୍ତି।

କେତେକ ବିଶେଷଜ୍ଞଙ୍କ ଅନୁସାରେ ଭାରତରେ କରୋନା ମୃତକଙ୍କ ସଂଖ୍ୟା ୪୦ ଲକ୍ଷରୁ ଅଧିକ। ଯାହା ଭାରତ ସରକାରଙ୍କ ସରକାରୀ ଆକଳନଠାରୁ ଆଠ ଗୁଣ ଅଧିକ। ଗତ ବର୍ଷ ଏପ୍ରିଲ ଏବଂ ମେ ମାସରେ, ଡେଲଟା ଭାରିଆଣ୍ଟ ଯୋଗୁ କୋଭିଡର ଦ୍ୱିତୀୟ ଲହର ଭାରତରେ ତାଣ୍ଡବ ରଚିଥିଲା। ଆକ୍ରାନ୍ତମାନେ ଅମ୍ଳଜାନ ଏବଂ ଡାକ୍ତରଖାନା ବିନା ରାସ୍ତାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁବାର ଭାରତରେ ହୋଇଥିବା କରୋନା ମୃତ୍ୟୁ ବିଷୟରେ ଏହାର ଆକଳନ ପ୍ରକାଶ କରିବାର କାର୍ଯ୍ୟକ୍ରମ ରହିଛି। ଭାରତରେ କରୋନା ମହାମାରୀ ପରିଚାଳନା ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟ ଅଧିକାରୀ ବିନୋଦ କୁମାର ପାଲ କହିଛନ୍ତି ଯେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ମୃତ୍ୟୁ ସଂଖ୍ୟା ସଠିକ। ଏଥିରେ କୌଣସି ଭୁଲ୍‌ ନାହିଁ। ସେ କହିଛନ୍ତି ଯେ ଦୁଇ-ତିନି ମାସ ପୂର୍ବେ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ୨୦୨୦ରେ ଦେଶରେ ହୋଇଥିବା ମୋଟ କରୋନା ମୃତ୍ୟୁ ସଂଖ୍ୟା ରିପୋର୍ଟ ପ୍ରକାଶ କରିଥିଲେ।

ରେଜିଷ୍ଟ୍ରାର କାର୍ଯ୍ୟାଳୟଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୦ରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ପୂର୍ବ ଦୁଇ ବର୍ଷ ତୁଳନାରେ ମନ୍ଥର ଗତିରେ ବୃଦ୍ଧି ପାଇଛି। ଯଦିଓ ସରକାର କହିଥିଲେ ଯେ ୨୦୨୦ ରେ ୧,୪୮,୭୩୮ଲୋକଙ୍କର ମୃତ୍ୟୁ ହୋଇଛି। କିନ୍ତୁ ମଙ୍ଗଳବାର ପ୍ରକାଶିତ ସଂଖ୍ୟାରେ ଏହି ସଂଖ୍ୟା ତିନି ଗୁଣରୁ ଅଧିକ ବୃଦ୍ଧି ପାଇ ୫,୨୩,୮୮୯ ଉଲ୍ଲେଖ କରାଯାଇଛି। ଆମେରିକା ଏବଂ ବ୍ରାଜିଲରେ ହୋଇଥିବା କରୋନା ମୃତ୍ୟୁ ସଂଖ୍ୟା ଭାରତ ତୁଳନାରେ ଅଧିକ।

୨୦୨୦ରେ, ପୃଥିବୀର ବିଭିନ୍ନ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୮.୩୦ ଲକ୍ଷ ବୋଲି ରିପୋର୍ଟ ପ୍ରକାଶିତ ହୋଇଥିଲା। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ଏହି ସଂଖ୍ୟା ୩୦ ଲକ୍ଷରୁ ଅଧିକ ହୋଇପାରେ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଗଣନା ପଦ୍ଧତିରେ ଏହା ସହମତ ନୁହେଁ ବୋଲି ଭାରତ କହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଭାରତ ମଧ୍ୟରେ ବିବାଦ ଏପ୍ରିଲ ୧୬ରେ, ଆମେରିକାର ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ହୋଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଡବ୍ଲ୍ୟୁଏଚ୍‌ଓର କରୋନା ମୃତ୍ୟୁ ସଂଖ୍ୟାକୁ ସାର୍ବଜନୀନ କରିବାରେ ଭାରତ ବାଧା ସୃଷ୍ଟି କରୁଛି। ଡବ୍ଲ୍ୟୁଏଚ୍‌ଓ ଅନୁଯାୟୀ ଭାରତ ନିଜ ଦେଶରେ କରୋନା ମୃତ୍ୟୁ ସଂଖ୍ୟାକୁ ଜାଣିଶୁଣି କମାଇଛି।

ନ୍ୟୁୟର୍କ ଟାଇମ୍ସ ଲେଖିଛି ଯେ ଡବ୍ଲ୍ୟୁଏଚ୍‌ଓ ଜାନୁଆରୀରେ ଭାରତ କରୋନା ମୃତ୍ୟୁ ସଂଖ୍ୟା ପ୍ରକାଶ କରିବାକୁ ଚାହୁଁଛି। କିନ୍ତୁ ଭାରତର ବିରୋଧ ଯୋଗୁଁ ଏହା ହୋଇପାରୁ ନାହିଁ। ଏହି ପରିପ୍ରେକ୍ଷୀରେ, ଭାରତ କହିଛି ଯେ ଡବ୍ଲ୍ୟୁଏଚ୍‌ଓ ଗଣନା ପ୍ରକ୍ରିୟା ଏବଂ ପଦ୍ଧତି ସହ ସହମତ ନୁହେଁ । ଭାରତ ସରକାର ଏକ ବିବୃତ୍ତି ଜାରି ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri