Odisha Elections 2024

ମନ୍ତ୍ରୀ ଆସିବା ପୂର୍ବରୁ ଫଳକ ଭାଙ୍ଗିଦେଲେ

ଜଗତ୍‌ସିଂହପୁର, ୨ା୧୦ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ପରିସରରେ ରବିବାର ଅଭାବନୀୟ ଘଟଣା ଘଟିଛି। ସିଏଚ୍‌ସିର ନୂଆ ବହିର୍ବିଭାଗ ଓ ସରକାରୀ ବାସଗୃହ ନିର୍ମାଣ ପାଇଁ ଅନୁଦାନ ଆସିଲା। ଏହାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ସ୍ବାସ୍ଥ୍ୟ, ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅପରାହ୍ନରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ନେଇ ଫଳକ ନିର୍ମାଣ ହୋଇଥିଲା। ଏଥିରେ ମନ୍ତ୍ରୀଙ୍କ ସହ ଜଗତ୍‌ସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ, ଜିଲା ପରିଷଦ ସଭାପତି ମନୋଜ ଭୋଇ, ଜଗତ୍‌ସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ଉପାଧ୍ୟକ୍ଷ ରତିରଞ୍ଜନ ବେହେରା, ଜିଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ରାଉଳ, ଜିଲାପାଳ ପାରୁଲ ପଟୱାରି ପ୍ରମୁଖଙ୍କ ନାମ ଥିଲା। କିନ୍ତୁ ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ କେହି ଦୁର୍ବୃତ୍ତ ଏହାକୁ ଭାଙ୍ଗି ଦେଇଛନ୍ତି। ଏହାକୁ କିଏ ଓ କାହିଁକି ଭାଙ୍ଗିଲେ ସେ ନେଇ ସମଗ୍ର ଅଞ୍ଚଳରେ ଆଲୋଚନା ଜୋର ଧରିଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଣ୍ଡାସାହି ସରପଞ୍ଚ ପୁଷ୍ପଲତା ଦାସ ଓ ସମିତି ସଭ୍ୟ କଳ୍ପନା ଭୋଇଙ୍କ ନାଁ ଫଳକରେ ଉଲ୍ଲେଖ କରାଯାଇ ନ ଥିବାରୁ ସେମାନଙ୍କ କେହି ସମର୍ଥକ ପ୍ରତିକ୍ରିୟାଶୀଳ ହୋଇ ଏଭଳି କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଦାସଙ୍କୁ ପଚାରିବାରୁ ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ଚିଠି କରାଯାଇଥିଲା। କିନ୍ତୁ ଫଳକରେ ତାଙ୍କ ନାଁ ନ ଥିଲା, ଯାହା କି ଅସମ୍ମାନଜନକ। ଫଳକରେ ନାଁ ନ ଥିବା କଥା ଆଗୁଆ ଜାଣିପାରି ନ ଥିଲେ । ପଞ୍ଚାୟତରେ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ଥିବାବେଳେ ଖବର ଆସିଥିଲା କେହି ଫଳକ ଭାଙ୍ଗି ଦେଇଛନ୍ତି । ତେବେ ପରବର୍ତ୍ତୀ ସମୟରେ ଆଉଥରେ ନୂଆ ଫଳକ ତିଆରି କରାଯାଇଛି। ସେଥିରେ ଦାସଙ୍କ ସମେତ ସମିତି ସଭ୍ୟ ଭୋଇଙ୍କ ନାଁ ସ୍ଥାନିତ କରାଯାଇଛି। ଏହାପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ବିଳମ୍ବ ହୋଇଥିଲେ ସୁଦ୍ଧା ମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ସେଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା

ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ...

ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ଭାଜପାକୁ ଭୋଟ୍‌ ଦିଅନ୍ତୁ: ନଡ୍ଡା

ପଦ୍ମପୁର,୧୬।୫: ପଦ୍ମପୁରରେ ଭାଜପା ସଭାପତି ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଛି, ଚାବି କୁଆଡ଼େ ଗଲା। ରତ୍ନ ଭଣ୍ଡାର...

ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍‌ ଧରିଛି। ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri