ନିର୍ବନ୍ଧ ପରେ ବି ଏହି ବ୍ୟକ୍ତିଙ୍କ ପାଇଁ କରିଶ୍ମା-ଅଭିଷେକଙ୍କ ଭାଙ୍ଗିଯାଇଥିଲା ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ସେଲିବ୍ରିଟିଙ୍କ ପ୍ରୋଫେସନାଲ ହେଉ କି ପର୍ସନାଲ ଲାଇଫ୍‌ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସୁକ ରହିଥାନ୍ତି। ବଲିଉଡ୍‌ରେ ଏଭଳି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନଙ୍କର ଲଭ୍‌ ଲାଇଫ୍‌ ଅତି ରୋଚକ ହେବା ସହ ରୋମାଞ୍ଚକର ମଧ୍ୟ ହୋଇଥାଏ। ଆଉ କିଏ ସବୁବେଳେ ବିବାଦ ମଧ୍ୟରେ ରହିଥାଏ। ତେବେ କାହାର ପ୍ରେମ କାହାଣୀ ବିବାହର ରୂପ ନେଉଥିବା ବେଳେ ତ ଆଉ କାହାର ସମ୍ପର୍କ ଅଧାରୁ ଭାଙ୍ଗିଯାଇଥାଏ। ତେଣୁ ଚଳଚ୍ଚିତ୍ର ତାରକାମାନଙ୍କର ରହସ୍ୟମୟ ଜୀବନ ଏବଂ ସମ୍ପର୍କ ବିଷୟରେ ଜାଣିବା ପାଇଁ ସର୍ବଦା ଆଗ୍ରହ ରହିଥାଏ। ବଲିଉଡ୍‌ ସେଲିବ୍ରିଟିଙ୍କ ମଧ୍ୟରେ ଏଭଳି ଯୋଡି ହେଉଛନ୍ତି ଅଭିଷେକ ବଚ୍ଚନ ଏବଂ କରିସ୍ମା କପୁର।

ଅଭିନେତା ଅମିତାଭ ବଚ୍ଚନଙ୍କ ନିଜର ୬୦ତମ ଜନ୍ମଦିନ ଅବସରରେ କରିସ୍ମା ଓ ଅଭିଷେକଙ୍କ ନିର୍ବନ୍ଧ ଘୋଷଣା କରିଥିଲେ। ଫିଲ୍ମ ଜଗତର ଦୁଇ ଶକ୍ତିଶାଳୀ ପରିବାର କପୁର ଓ ବଚ୍ଚନ ଏକ ବନ୍ଧନରେ ବାନ୍ଧି ହେବାକୁ ଯାଉଥିଲେ। କିନ୍ତୁ ଏହି ସମ୍ପର୍କ ହେବା ପୂର୍ବରୁ ଭାଙ୍ଗି ଯାଇଥିଲା। ଏହି ସମ୍ପର୍କ ଭାଙ୍ଗିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଥିଲା। ଊକ୍ତ ବିବାହ ଭାଙ୍ଗିବା ପଛର କାରଣ ଅନେକ ଦିଆଯାଇଥିଲା। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ବିବାହ ଭାଙ୍ଗିବାର ସବୁଠାରୁ ବଡ଼ କାରଣ ହେଉଛନ୍ତି କରିସ୍ମା କପୁରଙ୍କ ମା’ ବବିତା କପୁର। କାରଣ କରିସ୍ମାଙ୍କ ମା’ ବିବତା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଥିଲେ। କୁହାଯାଏ, ସେହି ସମୟରେ ବଚ୍ଚନ ପରିବାରର ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନ ଥିଲା। ତେଣୁ ଝିଅର ଭବିଷ୍ୟତକୁ ନେଇ ଚିନ୍ତିତ ଥିଲେ ବବିତା। ଏଥିପାଇଁ ବଚ୍ଚନ ପରିବାରର ସମ୍ପତ୍ତିରୁ ଅଭିଷେକଙ୍କ ଅଂଶ ରଖିବାକୁ ସେ ପ୍ରଥମେ ଦାବି କରିଥିଲେ। ଏହା ଶୁଣି ବଚ୍ଚନ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ କରିଶ୍ମା ଓ ଅଭିଷେକଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା ବୋଲି ଚର୍ଚ୍ଚା ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri