୧୮ ବର୍ଷ ପୂରଣ ହେବା ପୂର୍ବରୁ ମା’ ହୋଇଥିଲେ ଏହି ସୁନ୍ଦରୀ ବଲିଉଡ୍‌ ଅଭିନେତ୍ରୀ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କୁ ସୋମବାର ୭୩ ବର୍ଷ ପୂରଣ ହୋଇଛି। ୧୯୪୮ ଏପ୍ରିଲ ୨୬ରେ କୋଲକାତାଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅତି କମ ବୟସରୁ ସେ ଶିଶୁକଳାକାର ଭାବେ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ମୌସୁମୀଙ୍କ ପ୍ରକୃତ ନା ଇନ୍ଦିରା ଚାଟାର୍ଜୀ ଥିଲା। ବଙ୍ଗାଳି ଫିଲ୍ମ ନିର୍ଦ୍ଦେଶକ ତରୁଣ ମଜୁମଦାର୍‌ ତାଙ୍କ ନାମକୁ ପରିବର୍ତ୍ତନ କରି ମୌସୁମୀ ରଖିଥିଲେ। ତାଙ୍କର ବହୁ ବଙ୍ଗାଳି ତଥା ହିନ୍ଦୀ ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା। ୧୬ ବର୍ଷ ବୟସରେ ସେ ବଙ୍ଗାଳୀ ଫିଲ୍ମ ବାଳିକା ବଧୂରେ ଅଭିନୟ କରି ଦର୍ଶକଙ୍କ ମନକୁ ଜିଣି ପାରିଥିଲେ। ଏହି ଫିଲ୍ମ ସୁପର ହିଟ ହୋଇଥିଲା। ତାଙ୍କର ବିବାହ କମ ବୟସରେ ପ୍ରଡ୍ୟୁସର ଜୟନ୍ତ ମୁଖାର୍ଜୀଙ୍କ ସହିତ ହୋଇଥିଲା। ୧୮ ବୟସ ପୂର୍ବରୁ ସେ ମା’ ମଧ୍ୟ ହୋଇସାରିଥିଲେ। ଏହା ପରେ ସେ ହିନ୍ଦୀ ଫିଲ୍ମରେ ଲିଡ ରୋଲ କରିବା ଆରମ୍ଭ କରିଥିଲେ। ୧୯୭୨ରେ ତାଙ୍କ ଦ୍ୱାରା ଅଭିନୀତ ଅନୁରାଗ ଫିଲ୍ମର ଏଭର ଗ୍ରୀନ ଗୀତ ଏବେ ବି ଲୋକଙ୍କୁ ରୋମାଞ୍ଚିତ କରିଥାଏ। ୧୯୭୪ରେ ହିନ୍ଦୀ ଫିଲ୍ମ ରୋଟି କପଡ଼ା ଔର ମକାନ ଶୁଟିଂ ସମୟରେ ସେ ଗର୍ଭବତୀ ଥିଲେ। ମାତ୍ର ଏହି ଫିଲ୍ମରେ ଅତି ନିଖୁଣ ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମ ବେଶ ସଫଳ ରହିଥିଲା। ଅମିତାଭ ବଚ୍ଚନ, ବିନୋଦ ମେହେରା, ବିନୋଦ ଖାନ୍ନା, ରାଜେଶ ଖାନ୍ନା ଆଦି ଅଭିନେତାଙ୍କ ସହିତ ତାଙ୍କର ବହୁ ଫିଲ୍ମ ବେଶ ସଫଳ ରହିଥିଲା। ମୌସୁମୀଙ୍କ ଉଚ୍ଚକୋଟୀର ଅଭିନୟକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଥିଲେ। ଅନୁରାଗ ଫିଲ୍ମର ନୈନ୍‌ ଚୁରାଇ, ଚୈନ ଚୁରାଇ… ଗୀତ ଏବଂ ୧୯୭୯ରେ ମଞ୍ଜିଲ୍‌ ଫିଲ୍ମର ରିମ୍‌ଝିମ୍‌ ଗିରେ ସାଓ୍ବନ…ଗୀତ ଏବେ ମଧ୍ୟ ସଭିଁଙ୍କୁ ଭାବୁକ କରିଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ହେଲା ଫିଲ୍ମ ‘କ୍ରୁ’: ଦମ୍‌ ଦେଖାଇଲେ ଏହି ୩ ଅଭିନେତ୍ରୀ

ମୁମ୍ବାଇ: କିଛି ବର୍ଷ ହେଲା ବଲିଉଡ୍‌ ଅଭିନେତ୍ରୀମାନେ ଫିଲ୍ମରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଏବେ ଫିଲ୍ମଗୁଡ଼ିକରେ ଆକ୍ସନ କେବଳ ହିରୋଙ୍କ କାନ୍ଧରେ ନୁହେଁ ବରଂ ଏହାର...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଅନୁଷ୍କାଙ୍କ ସ୍ମାଇଲ୍‌

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କିଛିଦିନର ବ୍ୟବଧାନ ପରେ ପୁଣି ଇନ୍‌ଷ୍ଟାଗ୍ରାମକୁ ଫେରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଥାଇ ନବଜାତ ପୁତ୍ର ଅକାୟଙ୍କ ଯତ୍ନ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri