ବଜେଟ ଉପସ୍ଥାପନ ପୂର୍ବରୁ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ: ସୁବର୍ଣ୍ଣ ଯୁଗ ଆଡ଼କୁ…

ଭୁବନେଶ୍ୱର,୨୦।୨: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ବଡ଼ କଥା କହିଛନ୍ତି। ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଆଜି ବିକାଶର ଏକ ସୁବର୍ଣ୍ଣ ଯୁଗ ଆଡ଼କୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି। ଅର୍ଥନୈତିକ ସର୍ଭେ ୨୦୨୫-୨୬ ରିପୋର୍ଟରେ ମୁଣ୍ଡପିଛା ଆୟ ବୃଦ୍ଧି, ଶିଳ୍ପ, ସେବା ଓ ମହିଳା ଶ୍ରମଶକ୍ତିରେ ଅଭିବୃଦ୍ଧି ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଆଶାର ଏକ ନୂତନ ସନ୍ଦେଶ ଆଣିଛି। ଏହା କେବଳ ଏକ ପରିସଂଖ୍ୟାନ ନୁହେଁ ବରଂ ସାଢ଼େ ୪କୋଟି ଓଡ଼ିଆଙ୍କ ସଂକଳ୍ପ ଓ ପରିଶ୍ରମର ପ୍ରତିଫଳନ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଅକୁଣ୍ଠ ଭରସାକୁ ପାଥେୟ କରି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ଦୃଢ଼ ପଦକ୍ଷେପ ନେଉଛୁ। ଆଜି ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେବାକୁ ଯାଉଥିବା ‘ଓଡ଼ିଶା ବଜେଟ ୨୦୨୬-୨୭’ କେବଳ ଏକ ଆର୍ଥିକ ଦସ୍ତାବିଜ ନୁହେଁ, ବରଂ ଏହା ରାଜ୍ୟର ପ୍ରତିଟି ଶ୍ରେଣୀର ଆଶା ଓ ଆକାଂକ୍ଷାର ପ୍ରତିଫଳନ।

ଆମର ଲକ୍ଷ୍ୟ ସ୍ପଷ୍ଟ – ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିକାଶର ସୁଫଳ ପହଞ୍ଚାଇବା। ଅନ୍ନଦାତାଙ୍କ ସମୃଦ୍ଧି, ନାରୀଶକ୍ତିଙ୍କ ସଶକ୍ତିକରଣ ଏବଂ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରି ‘ଅନ୍ତ୍ୟୋଦୟ’ର ସ୍ବପ୍ନକୁ ସାକାର କରିବା ପାଇଁ ଏହି ବଜେଟ ସଂକଳ୍ପବଦ୍ଧ। ଆସନ୍ତୁ, ଏକ ସମୃଦ୍ଧ ଓ ସୱାଭିମାନୀ ଓଡ଼ିଶା ଗଠନର ଏହି ମହାଯଜ୍ଞରେ ଆମେ ସମସ୍ତେ ସହଭାଗୀ ହେବା।

ଆଜି ରାଜ୍ୟ ବଜେଟ: ଓଡ଼ିଶାର ମୁଣ୍ଡ ପିଛା ଆୟ ୯.୨% ବୃଦ୍ଧି

ସୂଚନାଯୋଗ୍ୟ,ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏଥିଯୋଗୁ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ ପହଞ୍ଚିଛି। ଏହି ସମୟରେ ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୬.୯ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଗୁରୁବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ‘ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୫-୨୬’ ରିପୋର୍ଟରୁ ଜଣାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?