Posted inଫୁରସତ

ବରଣମାଳା ପିନ୍ଧାଇବା ପୂର୍ବରୁ କନ୍ୟାଙ୍କ ଆଗରେ ଏମିତି ସର୍ତ୍ତ ରଖିଲେ ବର: ସମସ୍ତେ ଲାଜେଇ ଗଲେ

ଦେଶରେ ବିବାହ ସିଜିନ୍‌ ଚାଲିଛି। ବିବାହ ସମ୍ବନ୍ଧୀୟ ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିବାହରେ ବରଣମାଳା ପିନ୍ଧା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୀତି। ବରଣମାଳା ସମୟରେ ଅନେକ ରୋଚକ ଘଟଣା ଘଟେ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ବରଣମାଳା ପିନ୍ଧାଇବା ସମୟରେ ଜଣେ ବର ସମସ୍ତଙ୍କ ସାମ୍ନାରେ ନିଜ ଭାବୀ ସ୍ତ୍ରୀଙ୍କୁ ନିକଟରେ ଏପରି ଏକ ସର୍ତ୍ତ ରଖିଥିଲେ, ଯାହା ଶୁଣି କନ୍ୟା ଲାଜେଇଯାଇଥିଲେ। ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଯେ ବିବାହ ସମୟରେ ବର ଏବଂ କନ୍ୟା ମଞ୍ଚ ଉପରେ ଠିଆ ହୋଇଥିଲେ। ଏହି ସମୟରେ ବରଣମାଳାର ରୀତିନୀତି ଅନୁଷ୍ଠିତ ହେଉଛି। ଉଭୟ ବର ଏବଂ କନ୍ୟାଙ୍କ ହାତରେ ଏକ ବରଣମାଳା ଅଛି। ଏହା ପରେ କନ୍ୟା ବରଣମାଳା ବରଙ୍କୁ ପିନ୍ଧାଇଦିଅନ୍ତି। ତା’ପରେ ସମସ୍ତେ ବରଙ୍କୁ ବରଣମାଳା ପିନ୍ଧାଇବାକୁ କୁହନ୍ତି। କିନ୍ତୁ ବର, ପିନ୍ଧାଇବା ପୂର୍ବରୁ କନ୍ୟା ଆଗରେ ଏକ ସର୍ତ୍ତ ରଖିଥାନ୍ତି। ସେ କୁହନ୍ତି ମୋତେ ଗୋଟିଏ ଚୁମ୍ବନ ଦେଲେ ମୁଁ ବରଣମାଳା ପିନ୍ଧାଇବି। ଏହା ଶୁଣି କନ୍ୟା ଲାଜେଇ ଯାନ୍ତି। ସେଠାରେ ଉପସ୍ଥିତ ପରିବାରବର୍ଗ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାନ୍ତି।
ପ୍ରଥମେ କନ୍ୟା ଏଥିପାଇଁ ପ୍ରସ୍ତୁତ ନ ଥାନ୍ତି ଏବଂ ବୁଲି ପଡି ସମ୍ପର୍କୀୟଙ୍କୁ ଦେଖିବା ଆରମ୍ଭ କରନ୍ତି। ତେବେ ବର ମଧ୍ୟ ତାଙ୍କ ଜିଦ୍‌ରେ ଅଟଳ ରହିବା ପରେ ଶେଷରେ କନ୍ୟାର ଭାବୀ ସ୍ବାମୀଙ୍କୁ ଚୂମ୍ବନ ଦିଅନ୍ତି। ଏହି ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri