ବେଡ୍‌ରୁମ୍‌ ଡେକୋର

ଥକ୍କା ଲାଗିଲେ ସମସ୍ତେ ଆରାମ କରିବା ପାଇଁ ବେଡ୍‌ରୁମ୍‌କୁ ଆସନ୍ତି। ବେଡ୍‌ରୁମ୍‌କୁ ସୁନ୍ଦରଭାବେ ସଜାଇ ରଖିଲେ ହିଁ ମନ ଖୁସି ରହିବା ସହିତ ତାଜାପଣର ଅନୁଭବ ହୋଇପାରିବ। ବେଡ୍‌ରୁମ୍‌କୁ କିପରି ବିଭିନ୍ନ ଲୁକ୍‌ରେ ସଜାଇବେ ସେ ସମ୍ପର୍କରେ ଜାଣି ରଖନ୍ତୁ…

ବେଡ୍‌ରୁମ୍‌କୁ ସବୁବେଳେ ହାଲ୍‌କା ରଙ୍ଗ ଦିଅନ୍ତୁ। ଏହା ଫଳରେ ବେଡ୍‌ରୁମ୍‌ ଭିତରେ ରହିବା ପାଇଁ ଭଲ ଲାଗିବ। କ୍ରିମ୍‌ ହ୍ବାଇଟ୍‌ କିମ୍ବା ପାଉଡର ବ୍ଲୁ କଲର, ବେଡ୍‌ରୁମ୍‌ର ଲୁକ୍‌ ପାଇଁ ବହୁତ ଭଲ।
ବେଡ୍‌ ପାଖରେ ଛୋଟ ସାଇଡ୍‌ ଟେବୁଲ୍‌ ରଖନ୍ତୁ। ଏହା ସହିତ ହ୍ୟାଙ୍ଗିଙ୍ଗ୍‌ ଲ୍ୟାମ୍ପ ବି ଘରକୁ ଭିନ୍ନ ଲୁକ୍‌ ଦେବ।
ବେଡ୍‌ରୁମ୍‌କୁ ଆରାମଦାୟକ କରିବାକୁ ଚାହୁଁଥିଲେ ବେଡ୍‌ ଉପରେ ଧଳା ରଙ୍ଗର ଚଦର ବିଛାନ୍ତୁ। ବେଡ୍‌ ପାଖରେ ଅନ୍ୟ ଯେକୌଣସି ରଙ୍ଗର ଜିନିଷ ରଖିଲେ ହିଁ ଭଲ ଲାଗିବ।
ବେଡ୍‌ ପାଖରେ ଫୁଲ ସଜାଇ ରଖିଲେ ବି ବହୁତ ସୁନ୍ଦର ଦିଶିବ। ଏହା ସହିତ ଏକ ଆରାମ ଚେୟାର ବି ଘରେ ରଖିପାରିବେ। ବିଭିନ୍ନ ଡିଜାଇନର ଲାଇଟ୍‌ ବି ଆଜିକାଲି ବେଡ୍‌ରୁମ୍‌କୁ ଭିନ୍ନ ଲୁକ୍‌ ଦେଉଛି।
ଘରର ସାଇଜ୍‌ ଅନୁସାରେ ଘର ସଜାନ୍ତୁ। ଯଦି ଘର ଛୋଟ ହୋଇଥାଏ ତେବେ ଲାଲ୍‌ ରଙ୍ଗ ବ୍ୟବହାର କରନ୍ତୁ ଏବଂ ଘର ବଡ଼ ହୋଇଥିଲେ କାନ୍ଥର ଗୋଟିଏ କଡ଼ରେ ୱାଲ୍‌ ପେଣ୍ଟିଂ କରନ୍ତୁ।
ଯେତିକି ଆବଶ୍ୟକ ସେତିକି ଫର୍ନିଚର ହିଁ ରଖନ୍ତୁ।
ଘରେ ଅଧିକ ହ୍ୟାଙ୍ଗିଙ୍ଗ୍‌ ଜିନିଷ ରଖନ୍ତୁ। ଫଳରେ ଘରେ ଅଧିକ ସ୍ପେଶ୍‌ ରହିବ ଓ ଲୁକ୍‌ ମଧ୍ୟ ଭଲ ଲାଗିବ।
ଘରେ କବାଟ ଓ ଝରକାର ପରଦା ହିଁ ଘରକୁ ପୂରା ଅଲଗା ଲୁକ୍‌ ଦେଇଥାଏ। ତେଣୁ ଫର୍ନିଚରକୁ ଦୃଷ୍ଟିରେ ରଖି ସେହି ଅନୁସାରେ ପରଦା ଚୟନ କରନ୍ତୁ।
ଘରର ଆକାର ଅନୁସାରେ ସେହି ସାଇଜ୍‌ର ବେଡ୍‌ ରଖନ୍ତୁ। ବାହାରେ କୌଣସି ଜିନିଷ ନ ରଖି ବକ୍ସ ଥିବା ବେଡ୍‌ ରଖନ୍ତୁ। ଅଧିକ ଜିନିଷ ସେଥିରେ ରହିଯିବ।
ବେଡ୍‌ ସଜାଇବା ପାଇଁ ଭଲ କ୍ୱାଲିଟିର ଚଦର ଏବଂ ଡିଜାଇନ୍‌ ତକିଆ ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri