ଭିକ ମାଗି ଧନୀ: ମାସକୁ ରୋଜଗାର ୭୫ ହଜାର

ନୂଆଦିଲ୍ଲୀ,୨୮।୨: ଭିକ ମାଗି ମାସକୁ ରୋଜଗାର ୭୫ ହଜାର ଟଙ୍କା। ପାଖରେ ୭୦ ଟଙ୍କାର ଦୁଇ ଦୁଇଟି ଆପାର୍ଟମେଣ୍ଟ୍‌। ଏସବୁ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ୍ୟ। ଭାରତର ୫ ଜଣ ଧନୀ ଭିକାରିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନେ ଭିକ ମାଗି ଧନୀ ପାଲଟିଛନ୍ତି। ତାଙ୍କର ଗୋଟିଏ ମାସର ରୋଜଗାର ଚାକିରିଆଙ୍କ ମାସିକ ଦରମାଠାରୁ ମଧ୍ୟ ଅଧିକ। ମୁମ୍ବାଇର ପରେଲ ଅଞ୍ଚଳରେ ଭିକ ମାଗୁଥିବା ଭରତ ଜୈନ୍‌ ଦେଶର ସବୁଠାରୁ ଧନୀ ଭିକାରି। ସେ ଭିକ ମାଗି ମାସକୁ ୭୫ ହଜାର ଟଙ୍କାରୁ ଅଧିକ ରୋଜଗାର କରନ୍ତି। ତାଙ୍କ ପାଖରେ କୋଟିଏ ୪୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି। ସେହିପରି କୋଲକାତାରେ ୧୯୬୪ଠାରୁ ଭିକ ମାଗୁଥିବା ଲକ୍ଷ୍ମୀ ଦ୍ୱିତୀୟ ଧନୀ ଭିକାରି। ସେ ୧୬ ବର୍ଷ ବୟସରୁ ଭିକ ମାଗିବା ଆରମ୍ଭ କରିଥିଲେ। ସେ ବ୍ୟାଙ୍କରେ ଟଙ୍କା ସଞ୍ଚୟ କରି ରଖିଛନ୍ତି। ପ୍ରତିଦିନ ସେ ଭିକ ମାଗି ହଜାରେ ଟଙ୍କା ରୋଜଗାର କରିଥାନ୍ତି। ତାଙ୍କର ମାସିକ ଆୟ ୩୦ ହଜାର ଟଙ୍କାରୁ ଅଧିକ। ସେହିପରି ମୁମ୍ବାଇର ଗୀତା ଦେଶର ତୃତୀୟ ଧନୀ ଭିକାରି। ସେ ଚରନି ରୋଡ୍‌ ପାଖରେ ଭିକ ମାଗିଥାନ୍ତି। ଭିକ ମାଗି ସେ ଫ୍ଲାଟ୍‌ କିଣି ସାରିଛନ୍ତି। ସେ ନିଜ ଭାଇଙ୍କ ସହିତ ରହୁଛନ୍ତି। ପ୍ରତିଦିନ ହାରାହାରି ସେ ୧୫ ଶହ ଟଙ୍କା ରୋଜଗାର କରିଥାନ୍ତି। ତାଙ୍କର ମାସିକ ଆୟ ପ୍ରାୟ ୪୫ ହଜାର ଟଙ୍କା ହେବ। ଧନୀ ଭିକାରି ତାଲିକାର ଚତୁର୍ଥ ସ୍ଥାନରେ ମୁମ୍ବାଇର ଚନ୍ଦ୍ର ଆଜାଦ୍‌ଙ୍କ ନାମ ରହିଛି। ୨୦୧୯ରେ ଏକ ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିବା ପରେ ପୋଲିସ ତାଙ୍କର ସମ୍ପତ୍ତି ସମ୍ପର୍କରେ ଜାଣିପାରିଥିଲା। ତାଙ୍କ ବ୍ୟାଙ୍କ ୮ ଲକ୍ଷ ୭୭ ହଜାର ଟଙ୍କା ଜମା ଥିବାବେଳେ ପାଖରେ ନଗଦ ଦେଢ଼ଲକ୍ଷ ଟଙ୍କା ଥିଲା। ଏହା ସହିତ ଙ୍ଗୋଓ୍ବଡ଼ିଠାରେ ନିଜର ଏକ ଘର ମଧ୍ୟ ଥିଲା। ଭିକ ମାଗି ଧନୀ ହୋଇଥିବା ତାଲିକାର ପଞ୍ଚମସ୍ଥାନରେ ବିହାର ପାଟନାର ପପ୍ପୁଙ୍କ ନାମ ରହିଛି। ସେ ପାଟନା ରେଳ ଷ୍ଟେଶନରେ ଭିକ ମାଗିଥାନ୍ତି। ଏକ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବା ପରେ ପପ୍ପୁ ଭିକ ମାଗି ଚଳୁଛନ୍ତି। ତାଙ୍କ ପାଖରେ କୋଟିଏ ୨୫ ଲକ୍ଷ ଟଙ୍କା ସମ୍ପତ୍ତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେବାରେ ଟିଏମ୍‌ସି କର୍ମୀ ବାଧା ସୃଷ୍ଟି କରୁଥିବା ଅଭିଯୋଗ

କୋଲକାତା,୧୯।୫: ଲୋକ ସଭା ଆସନ ଲାଗି ଦେଶର ବିଭିନ୍ନ ସ୍ଥାନରେ ରବିବାର ସକାଳୁ ଆରମ୍ଭ ହୋଇଛି ଶେଷ ତଥା ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ।...

ମଧ୍ୟ ପ୍ରଦେଶ କଂଗ୍ରେସରେ ଫାଟ: ଜ୍ୟୋତିରାଦିତ୍ୟଙ୍କ ପାଇଁ ଦଳ ଛାଡି ପାରନ୍ତି ୫ଶହ କର୍ମୀ

ଭୋପାଳ,୩୦।୮:  ମଧ୍ୟ ପ୍ରଦେଶରେ କଂଗ୍ରେସ ଦଳର ଅଧ୍ୟକ୍ଷ ପଦକୁ ନେଇ ଚାଲିଛି ଟଣା ଓଟରା। ଏହି ପଦରେ ଜଣେ ଆଦିବାସୀ ନେତାଙ୍କୁ ଚୟନ କରିବାକୁ କେତେଜଣ...

୭୪ ବର୍ଷରେ ସୋନିଆ: ରାଜନୀତିକୁ ଆସିବାକୁ ଚାହୁଁ ନ ଥିଲେ  

ନୂଆଦିଲ୍ଲୀ,୯।୧୨: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ୭୪ ବର୍ଷରେ ପାଦ ଥାପିଛନ୍ତି। ୧୯୪୬ ଡିସେମ୍ବର ୯ରେ ସେ ଇଟାଲୀର...

ଭାରତୀୟ ସେନା ଦିବସ: ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରେ ସେନା

ପରମବୀର ଚକ୍ର କ୍ୟାପଟେନ ବିକ୍ରମ ବାତ୍ରା ଥରେ କହିଥିଲେ, ‘ମୁଁ ତ୍ରିରଙ୍ଗା ଉଡ଼ାଇ ଫେରିପାରେ କିମ୍ବା ସେଥିରେ ଆଚ୍ଛାଦିତ ହୋଇ ଫେରିପାରେ, କିନ୍ତୁ ମୁଁ ନିଶ୍ଚିତ...

ଜୁଲାଇ ୧୫ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ, ୧୬।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜୁଲାଇ ୧୫ ସୁଦ୍ଧା...

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ୫ ଲକ୍ଷରୁ କମ ଆୟ ପାଇଁ ଆୟକର ସମ୍ପୂର୍ଣ୍ଣ ଛାଡ ଘୋଷଣା

ନୂଆଦିଲ୍ଲୀ ୫।୭: ଶୁକ୍ରବାର ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌। -୫ ଲକ୍ଷରୁ କମ୍‌ ଆୟ...

ମନ୍‌ କି ବାତ୍‌: ୩୦୦ ଫୁଟ ମାଟି ତଳେ ବାସ କରୁଥିବା ବଡ଼ମାଛ ବିଷୟରେ ସୂଚନା ଦେଲେ ମୋଦି

ନୂଆଦିଲ୍ଲୀ, ୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୨ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମେଘାଳୟର ଗୁମ୍ଫାରେ ମିଳୁଥିବା ଏକ ଦୁର୍ଲଭ ପ୍ରଜାତିର ମାଛ ସମ୍ପର୍କରେ...

ଚିନ୍ତା କରନ୍ତୁ ନାହିଁ, ଖୁବ୍‌ଶୀଘ୍ର ଆସିବ କରୋନା ଔଷଧ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮।୬:ଦେଶରେ କରୋନା ରୋଗୀଙ୍କ ବୃଦ୍ଧି ପାଉଛି। ପ୍ରତିଦିନ ୧୫ ହଜାରରୁ ଅଧିକ ମାମଲା ଆସୁଛି ଏବଂ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ...

Advertisement

BGU

Archives

Model This Week

Why Dharitri