Posted inଫୁରସତ

ପ୍ରାଣୀଙ୍କୁ ଭଲ ପାଉଥିବାରୁ…

ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଜୀବଜନ୍ତୁଙ୍କୁ ଭଲପାଆନ୍ତି। ସେମାନଙ୍କର ସେବା ବି କରନ୍ତି। ତେବେ ଆମେ ଏଠାରେ ଯେଉଁ ବ୍ୟକ୍ତିମାନଙ୍କ କଥା କହୁଛୁ, ସେମାନେ ଜୀବଜନ୍ତୁଙ୍କୁ ଏତେ ଭଲପାଆନ୍ତି ଯେ, ନିଜ ଶରୀରକୁ ପରିବର୍ତ୍ତନ କରି ତାଙ୍କରି ଭଳି ହେବାକୁ ପଛାଇ ନାହାନ୍ତି…

ଟମ୍‌ ଲେପର୍ଡ, ଦି ଲେପର୍ଡ ମ୍ୟାନ୍‌- ତାଙ୍କର ପ୍ରକୃତ ନାମ ଟମ୍‌ ଉଡ୍‌ରିଜ୍‌। କିନ୍ତୁ ସେ ଲେପର୍ଡ ମ୍ୟାନ୍‌ ବା ଲେପର୍ଡ ମ୍ୟାନ ଅଫ୍‌ ସ୍କାଏ ନାମରେ ବେଶି ପରିଚିତ ଥିଲେ। ୧୪ ଅକ୍ଟୋବର ୧୯୩୫ରେ ବ୍ରିଟେନ୍‌ର ଉଡ୍‌ବ୍ରିଜ୍‌ରେ ତାଙ୍କର ଜନ୍ମ। ପ୍ରଥମେ ସେ ସବୁଠାରୁ ଅଧିକ ଟାଟୁ କରିଥିବା ମଣିଷଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଥିଲେ। ପରେ କିନ୍ତୁ ସେ ସବୁଠାରୁ ଅଧିକ ଟାଟୁ କରିଥିବା ବରିଷ୍ଠ ବ୍ୟକ୍ତିଭାବେ ପରିଚିତ ହେଲେ। ତାଙ୍କର ସାରା ଶରୀରରେ ତଥା ଶରୀରର ୯୭.୫% ଭାଗରେ ସେ ଚିତାବାଘ ଭଳି ଟାଟୁ କରିଥିଲେ। କାରଣ ସେ ଚିତାବାଘକୁ ବହୁତ ପସନ୍ଦ କରୁଥିଲେ। ଏଥିପାଇଁ ସେ ଖର୍ଚ୍ଚ କରିଥିଲେ ୫,୫୦୦ ପାଉଣ୍ଡ। ୮୦ ବର୍ଷ ବୟସରେ ଅର୍ଥାତ୍‌ ୧୨ ଜୁନ୍‌ ୨୦୧୬ରେ ତାଙ୍କର ମୃତ୍ୟୁ ହୋଇଥିଲା।

ଟେଡ ରିଚାର୍ଡସ୍‌, ଦି ପ୍ୟାରୋଟ ମ୍ୟାନ୍‌- ୫୬ ବର୍ଷୀୟ ଟେଡ ରିଚାର୍ଡସ୍‌ ବ୍ରିଷ୍ଟଲ ୟୁକେ ନିବାସୀ ଅଟନ୍ତି। ତାଙ୍କୁ ଶୁଆ ବହୁତ ପସନ୍ଦ। ଆଉ ଏତେ ପସନ୍ଦ ଯେ, ସେ ନିଜକୁ ଶୁଆ ରୂପରେ ଦେଖିବାକୁ ଚାହିଁଲେ। ଏଇ ନିଶା ତାଙ୍କୁ ଏତେ ଘାରିଲା ଯେ, ସେ ନିଜ ଶରୀର ଖାସ୍‌ କରି ମୁହଁରେ ଅନେକ ପରିବର୍ତ୍ତନ କଲେ। ୧୯୭୬ ମସିହାରେ ସେ ଶରୀରରେ ପ୍ରଥମ ଟାଟୁ କରାଇଥିଲେ। ମୁହଁରେ ଶୁଆଭଳି ରଙ୍ଗିନ ପରର ଟାଟୁ କରାଇଛନ୍ତି। ପରର ଟାଟୁ ୫ଟି ଭିନ୍ନ ଭିନ୍ନ ରଙ୍ଗରେ କରାଯାଇଛି। ତା’ ସହ ରିସ୍କ ନେଇ ଆଖିରେ ବି ଟାଟୁ କରାଇଛନ୍ତି। କାନକୁ କାଟିଛନ୍ତି, ଯେମିତିକି ସେ ଶୁଆଭଳି ଦେଖାଯିବେ। କାରଣ ଶୁଆର କାନ ବୋଲି ଦୁଇଟି କଣା ହିଁ ଥାଏ। ତା’ ସହ ମୁହଁରେ ୫୦ଟି ପିୟର୍ସିଂ କରାଇଛନ୍ତି ଓ ଜିଭ ବି କାଟିଛନ୍ତି। ଆଉ ଏବେ ସେ ଏମିତି ଜଣେ ସର୍ଜନଙ୍କୁ ଖୋଜୁଛନ୍ତି, ଯେ କି ତାଙ୍କ ନାକକୁ ଥଣ୍ଟର ରୂପ ଦେଇପାରିବ।

ରଡରିଗୋ ବ୍ରାଗା, ଦି ଡଗ୍‌ ମ୍ୟାନ୍‌- ବ୍ରାଜିଲରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ରଡରିଗୋ ବ୍ରାଗା। ସେ ପେସାରେ ଜଣେ ଆର୍ଟିଷ୍ଟ। ଆଉ ସେ କୁକୁରଙ୍କୁ ବେଶି ଭଲ ପାଆନ୍ତି। ସେ ଚାହୁଁଥିଲେ ତାଙ୍କ ମୁହଁ ବି କୁକୁର ଭଳି ଦେଖାଯାଉ। ତେଣୁ ସେ ଲୋକାଲ ଅଥରିଟିଙ୍କ ଅନୁମତି ନେଇ ଏକ ରୋଗଣା କୁକୁରକୁ ମାରି ସେଇ କୁକୁରର ଚେହେରାକୁ ନିଜ ଚେହେରାରେ ଲଗାଇଲେ। ଚେହେରା ଯୋଡ଼ି ହୋଇଯିବା ପରେ ସେ ସତସତିକା କୁକୁର ଭଳି ଦେଖାଗଲେ। ଆଉ ସେ ଡଗ୍‌ ମ୍ୟାନ ଭାବେ ପରିଚିତ ହେଲେ।

ଡେନିସ୍‌ ଆଭନର୍‌, କ୍ୟାଟ ମ୍ୟାନ୍‌- ଆମେରିକାର ଡେନିସ୍‌ ଆଭନର୍‌ ୧୯୫୮ରେ ଜନ୍ମିତ। ପିଲାଟିବେଳୁ ତାଙ୍କୁ ବିଲେଇ ବହୁତ ଭଲ ଲାଗୁଥିଲେ। ବିଲେଇ ପ୍ରେମ ଦେଖି ଦିନେ ଜଣେ ବ୍ୟକ୍ତି ତାଙ୍କୁ ଷ୍ଟକିଂ କ୍ୟାଟ୍‌ ବୋଲି ଡାକିଥିଲେ। ବଡ଼ ହେବାପରେ ସେ ଆମେରିକୀୟ ନ୍ୟାଭିରେ ସୋନାର୍‌ ଟେକ୍‌ନିସିଆନ ଭାବେ ଚାକିରି କଲେ। କିନ୍ତୁ ଚାକିରି ତାଙ୍କୁ ଭଲ ଲାଗି ନ ଥିଲା। ଆଉ ସେ ଚାକିରି ଛାଡ଼ିଦେଲେ। ଫଟୋଗ୍ରାଫି କଲେ। ଏଣେ ମନରେ ବିଲେଇ ପ୍ରେମ ବଢ଼ି ବଢ଼ି ଚାଲିଥାଏ। ଶେଷରେ ସେ ଏକ ମାଈ ବିଲେଇ ପରି ଦେଖାଯିବା ଲାଗି ନିଜ ଶରୀରରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଲେ। ୧୪ଟି ସର୍ଜରି କରାଇ ପ୍ରାଣୀ ଭଳି ଦେଖାଯିବା ଲାଗି ସବୁଠୁ ଅଧିକ ସ୍ଥାୟୀ ଟ୍ରାନ୍ସଫର୍ମେଶନ୍‌ କରିଥିବା ବ୍ୟକ୍ତିଭାବେ ରେକର୍ଡ ବି କଲେ। ମୁହଁରେ ଟାଟୁ କରାଇବା ସହ ଭ୍ରୂଲତା, କପାଳ ଓ ନାକ ବ୍ରିଜ୍‌ ହାଡ଼ରେ ସର୍ଜରି ଦ୍ୱାରା ମୁହଁର ଆକାର ପରବର୍ତ୍ତନ କଲେ। ନାକକୁ ଚେପା କରାଇ ବିଲେଇ ପରି କଲେ। ଉପର ଓଠକୁ କାଟିବା ସହିତ ପିୟସିର୍ଂ କରାଇଥିଲେ। କାନର ସର୍ଜରି କରାଇ ପଏଣ୍ଟେଡ କରାଇଥିଲେ। ଦାନ୍ତକୁ ମୁନିଆ ଓ ଆଖିରେ ସବୁଜ କଣ୍ଟାକ୍ଟ ଲେନ୍ସ ଲଗାଉଥିଲେ। ତା’ସହ ଏକ ରୋବୋଟିକ୍‌ ଲାଞ୍ଜ ବି ଲଗାଉଥିଲେ। ଫଳରେ ସେ ଲାଗୁଥିଲେ ଏକ ବିଲେଇ ଅବା ବାଘୁଣୀ ପରି। ତେବେ ସେ ଆଉ ଜୀବିତ ନାହାନ୍ତି। ୫ ନଭେମ୍ବର ୨୦୧୨ରେ ସେ ଆତ୍ମହତ୍ୟା କରିଥିଲେ।

ଏରିକ୍‌ ସ୍ପ୍ରଗ୍‌, ଲିଜାର୍ଡ ମ୍ୟାନ- ଏରିକ୍‌ ଲିଜାର୍ଡ ବା ଝିଟିପିଟିକୁ ଏତେ ଭଲ ପାଆନ୍ତି ଯେ, ନିଜକୁ ଝିଟିପିଟିର ଲୁକ୍‌ ଦେବା ଲାଗି ୬୫୦ ଘଣ୍ଟା ବା ପ୍ରାୟ ୧୦ ବର୍ଷ ସେ ଟାଟୁ ପାର୍ଲରରେ ସମୟ ବିତାଇଛନ୍ତି । ଜିଭକୁ ଦୁଇ ଫାଳ କରିବା ସହ ଭ୍ରୂଲତାରେ ଛୋଟ ଛୋଟ ଟେଫଲନ୍‌ ବଲ୍‌ ଇମ୍ପ୍ଲାଣ୍ଟ କରାଇଛନ୍ତି। ଦାନ୍ତ ମୁନିଆ କରାଇଛନ୍ତି। ଝିଟିପିଟି ପରି ଦେଖାଯିବା ପାଇଁ ମୁହଁ, ଆଖିପତା ଓ ଶରୀରର ପ୍ରାୟ ସବୁ ଅଂଶରେ ସେ ସବୁଜ ରଙ୍ଗର ଟାଟୁ କରାଇଛନ୍ତି ଓ ପିୟର୍ସିଂ କରାଇଛନ୍ତି। ଏବେ ସେ ନିଜର ଏକ ଶୋ’କରୁଛନ୍ତି, ଯେଉଁଥିରେ ସେ ନିଆଁ ଖାଆନ୍ତି, ଖଣ୍ଡା ଗିଳନ୍ତି, ଜୀବନ୍ତ ପୋକଜୋକ ଖାଆନ୍ତି। ଆଗକୁ ସେ ଲାଞ୍ଜ ଇମ୍ପ୍ଲାଣ୍ଟ କରାଇବା ଯୋଜନା ରଖିଛନ୍ତି।

ହୋରେସ୍‌ ରିଡଲର୍‌, ଦି ଜେବ୍ରା ମ୍ୟାନ୍‌- ଲଣ୍ଡନ ନିବାସୀ ହୋରେସ୍‌ ରିଡଲର୍‌ ଏକ ସ୍ଲାଇଡ ଶୋ ପରଫରମର୍‌ ଥିଲେ। ଜେବ୍ରା ଥିଲା ତାଙ୍କର ପ୍ରିୟ ପ୍ରାଣୀ। ତାର କଳାଧଳା ପଟି ତାଙ୍କୁ ଆକର୍ଷିତ କରୁଥିଲା। ତେଣୁ ସେ ଜେବ୍ରା ଭଳି କଳା ଧଳା ପଟି ନିଜ ଶରୀରରେ କରାଇଥିଲେ। ଆଉ ନିଜେ ହିଁ ନିଜ ନାମକୁ ବଦଳାଇ ଦି ଗ୍ରେଟ୍‌ ଓମୀ ବା ଦି ଗ୍ରେଟ ଜେବ୍ରା ରଖିଥିଲେ। ୧୯୬୫ରେ ୮୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ହୋରେସ୍‌ ପ୍ରଥମ ବିଶ୍ୱଯୁଦ୍ଧରେ ବି ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?