ନେପୋଟିଜମ୍‌କୁ ନେଇ ମୁହଁ ଖୋଲିଲେ ବେବୋ

ମୁମ୍ବାଇ: ବଲିଉଡ୍‌ ପାଇଁ ୨୦୨୦ ହେଉଛି ଏକ ଅଶୁଭ ବର୍ଷ। ଚଳିତବର୍ଷ ବଲିଉଡ୍‌ ବହୁ ଅଭିନେତା ଅଭିନେତ୍ରୀଙ୍କୁ ହରେଇଛି। ସମଗ୍ର ଦେଶରେ କୋଭିଡ୍‌ କଟକଣା ଯୋଗୁ ସ୍ବାଭାବିକ ସ୍ଥିତି ଫେରିବାକୁ ଆହୁରି ସମୟ ଲାଗିବ। ଜୁନ୍‌ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ନେପୋଟିଜିମକୁ ନେଇ ଚର୍ଚ୍ଚା ସରଗରମ ରହିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ବଲିଉଡ୍‌ର ବେବୋ କରୀନା କପୁର୍‌ ଖାନ୍‌। ଜାତୀୟ ଗଣମାଧ୍ୟମର ଜଣେ ଜଣାଶୁଣା ବରିଷ୍ଠ ଖବରଦାତାଙ୍କୁ ସାକ୍ଷାତକାର ଦେବା ଅବସରରେ କରୀନା କହିଛନ୍ତି, ଗୋଟିଏ କଳାକାରକୁ ଦର୍ଶକ ହିଁ ଗଢ଼ିଥାନ୍ତି। ଯେଉଁମାନେ ‘ନେପୋଟିଜମ୍‌’କୁ ପ୍ରସଙ୍ଗ କରି ଅନ୍ୟ କଳାକାରମାନଙ୍କ ଉପରକୁ ଆଙ୍ଗୁଠି ଉଠାଉଛନ୍ତି, ସେହିମାନେ ହିଁ ନେପୋଟିଷ୍ଟିକ ଷ୍ଟାର୍‌ଙ୍କୁ ଜନ୍ମ ଦିଅନ୍ତି। ୨୧ ବର୍ଷ ଧରି ଚଳଚ୍ଚିତ୍ର ଦୁନିଆରେ ରହି ମୁଁ ଏତିକି ଅନୁଭବ କରିଛି, ଏଠାରେ ଦର୍ଶକଙ୍କ ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି। ମୁଁ ବି ମୋ ଜୀବନରେ ବହୁତ ସଂଘର୍ଷ କରିଛି। ହୁଏ ତ ମୋ କ୍ୟାରିୟର୍‌ ୧୦ ଟଙ୍କା ନେଇ ଟ୍ରେନ ଯାତ୍ରାରୁ ଆରମ୍ଭ ହୋଇନାହିଁ, କିନ୍ତୁ ବଲିଉଡ୍‌ରେ ତିଷ୍ଠି ରହିବା ପାଇଁ ସଂଘର୍ଷ କରିଛି। ଷ୍ଟାର୍‌ କିଡ୍‌ ହେଲେ କ’ଣ ହେଲା, ଆକ୍ଟିଂ ନିଜକୁ କରିବାକୁ ପଡ଼ିଥାଏ। ଅଭିନୟରେ କିଏ କେତେ ସଫଳ, ତାହା କେବଳ ଦର୍ଶକମାନେ କହିପାରିବେ। ସେଥିଲାଗି ଯିଏ କଷ୍ଟ କରୁଛନ୍ତି, ତାଙ୍କୁ ଦର୍ଶକ ସୁଯୋଗ ଦେବା ଦରକାର ଏବଂ ସେମାନଙ୍କ ପାଇଁ ଘୃଣାଭାବ ନ ଆଣିବା ଦରକାର। ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଶାହରୁଖ ଖାନ୍‌, ଅକ୍ଷୟ କୁମାର, ଆୟୁଷ୍ମାନ ଖୁରାନା ଓ ରାଜକୁମାର ରାଓ। ଅତି ସାଧାରଣ ପରିବାରରୁ ଆସି ଆଜି ବଲିଉଡ୍‌ରେ ସଫଳ ଚେହେରା ପାଲଟିଛନ୍ତି ଏମାନେ। ଏଠାରେ କଠିନ ପରିଶ୍ରମ କରିବା ଓ ଆଗକୁ ବଢ଼ିବା ହିଁ ଏକମାତ୍ର ମନ୍ତ୍ର। ସେ ଆଲିଆ ଭଟ୍ଟ ହୁଅନ୍ତୁ କି କରୀନା କପୁର।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri