ବେଢ଼ାବନ୍ଧ ସୌନ୍ଦର୍ଯ୍ୟକରଣ ଯୋଜନା ବାଟବଣା

ବ୍ରହ୍ମପୁର ଅଫିସ,୧୨ା୧୨: ବ୍ରହ୍ମପୁର ମହାନଗର ୨୬ନଂ ୱାର୍ଡ ଅନ୍ତର୍ଗତ ଗୋଷାଣି ନୂଆଗାଁ ଅଞ୍ଚଳରେ ଅଛି ଶତାଧିକ ବର୍ଷର ପୁରାତନ ବିଶାଳ ଜଳାଶୟ ବେଢ଼ାବନ୍ଧ। ଏବେ ଊକ୍ତ ପୋଖରୀ ପାଣି ପ୍ରଦୂଷିତ ହେବା ସହ ଲଟାବୁଦା ମାଡ଼ିଛି। ଆଧୁନିକୀ ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୫ ବର୍ଷ ତଳୁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରାଯାଉଛି। ପରବର୍ତ୍ତି ପର୍ଯ୍ୟାୟରେ ତାହା ବାଟବଣା ହୋଇଯାଉଥିବା ନଜିର ରହିଛି। ବେଢ଼ାବନ୍ଧର କେବେ ବିକାଶ ହେବ ତାହା ମଧ୍ୟ ଅନିଶ୍ଚିତ ହୋଇଯାଇଛି।
୨୦୦୪ ଲୋକସଭା ନିର୍ବାଚନରେ ବ୍ରହ୍ମପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ଏମ୍‌ପି ନିର୍ବାଚିତ ହୋଇଥିଲେ। ବର୍ଷକ ପରେ ଉପା ସରକାରଙ୍କ ପ୍ରଥମ ପାଳି ସରକାରରେ ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ସାହୁ ଅତୀତରେ ବ୍ରହ୍ମପୁର ପୌର ପରିଷଦର ଦୁଇଥର ନଗରପାଳ ହୋଇଥିବାରୁ ସହରର ଭୌଗୋଳିକ ଚିତ୍ର ଭଲ ଭାବେ ଜାଣିଥିଲେ। ସହରରେ ଭୂତଳ ଜଳସ୍ତର ହ୍ରାସ ପାଇ ପୋଖରୀ ଓ କୂଅଗୁଡ଼ିକ ଶୁଖି ଯାଉଥିବାରୁ ସବୁ ବନ୍ଧ ପୁନରୁଦ୍ଧାର ଲାଗି ଉଦ୍ୟମ କରିଥିଲେ। କେନ୍ଦ୍ର ସହରାଞ୍ଚଳ ମନ୍ତ୍ରଣାଳୟର ୱାଟର ବଡ଼ି ଯୋଜନାରେ ବ୍ରହ୍ମପୁର ପୌର ପରିଷଦ ନିମେନ୍ତ ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଇଥିଲେ। ଯୋଜନାରେ ରାଜ୍ୟ ସରକାର ଓ ପୌର ସଂସ୍ଥା ସମୁଦାୟ ବ୍ୟୟର ୧୦% ଲେଖାଏଁ ଦେବାର ବ୍ୟବସ୍ଥା ଥିଲା। ସେତେବେଳେ ପୌର ସଂସ୍ଥା ଶାସନ ପ୍ରଥମ କରି ବିଜେଡି ଦଖଲକୁ ଯାଇଥିଲା। କେନ୍ଦ୍ର ଅନୁଦାନକୁ ଠିକ୍‌ ସମୟରେ ବିନିଯୋଗ କରାଯାଇ ନ ଥିଲା। ତାଗିଦ ପରେ ତରବରିଆ ଭାବେ କେତୋଟି ପୋଖରୀ ପୁନରୁଦ୍ଧାର କରାଗଲା।
ୱାଟର ବଡ଼ି ଯୋଜନାରେ ମଧ୍ୟ ସେତେବେଳେ ବେଢ଼ାବନ୍ଧକୁ ସ୍ଥାନିତ କରାଯାଇଥିଲା। ସେହି ବଡ଼ ଜଳାଶୟ ପୁନରୁଦ୍ଧାର, ସୌନ୍ଦର୍ଯ୍ୟ ଓ ଆଧୁନିକକରଣ ସହ ଲୋକଙ୍କ ମନୋରଞ୍ଜନ ଲାଗି ପାୱାର ବୋଟ ଓ ଅନ୍ୟ କାର୍ଯ୍ୟ କରାଯିବାର ପ୍ରଚାର କରାଗଲା। ଏହାର ୧୬ ବର୍ଷ ବିତିଛି ଏବଂ ବେଢ଼ାବନ୍ଧ ବିକାଶ ନ ହୋଇ ପୂର୍ବଭଳି ରହିଛି। ପୌର ସଂସ୍ଥାରୁ ମହାନଗର ନିଗମ ହୋଇଛି ଏବଂ ଚତୁର୍ଥଥର ପାଇଁ ପୌର ଶାସନ ବିଜେଡି ଦଖଲକୁ ଯାଇଛି। କରୁଛି। ଫଳାଫଳ ଘୋଷଣା ପରେ ନିଗମ ପାଶୋରି ଯାଇଛି। ୨୦୧୮ ସେପ୍ଟେମ୍ବର ୩୦ରେ ନିଗମକୁ ନିର୍ବାଚିତ ଜନ ପ୍ରତିନିଧିଙ୍କ ୫ ବର୍ଷିଆ କାର୍ଯ୍ୟକାଳ ସରିବା ପରଦିନ ଠାରୁ ସରକାରଙ୍କ ନିୟନ୍ତ୍ରଣକୁ ଯାଇଥିଲା। ନିଗମର ୨୦୨୧-୨୨ ବର୍ଷର ବଜେଟରେ କେବଳ ବେଢ଼ାବନ୍ଧ ବିକାଶ ପାଇଁ ୫୦ କୋଟି ଏବଂ ୨୨-୨୩ ବର୍ଷର ବଜେଟରେ ୪୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହାର ଡିପିଆର ପ୍ରସ୍ତୁତ କରି ନଗର ଉନ୍ନୟନ ବିଭାଗକୁ ପଠାଯାଇଥିଲା। ଚଳିତ ମାସ ୨୨ ତାରିଖରେ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ବ୍ରହ୍ମପୁର ଗସ୍ତରେ ଆସି ଅଫିସର ଓ ଇଞ୍ଜିନିୟରଙ୍କ ସହ ବେଢ଼ାବନ୍ଧ ପରିଦର୍ଶନ କଲେ। ପୂର୍ବ ଡିପିଆର ବଦଳାଇ ନୂଆ ଡିଜାଇନ ପ୍ରସ୍ତୁତ କରାଯିବାକୁ ନିର୍ଦ୍ଦେଶ ଦେଲେ। ଫଳରେ ପୂର୍ବ ବଜେଟ ମଧ୍ୟ ଅଚଳ ହେବା ସ୍ପଷ୍ଟ ହୋଇଛି। ଏହା ସମୟ ସାପେକ୍ଷ ହୋଇଥିବାରୁ ପୁଣି ବେଢ଼ାବନ୍ଧ ବିକାଶ ଯୋଜନା ସ୍ବପ୍ନରେ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri