ବେଢ଼ାବନ୍ଧ ସୌନ୍ଦର୍ଯ୍ୟକରଣ ଯୋଜନା ବାଟବଣା

ବ୍ରହ୍ମପୁର ଅଫିସ,୧୨ା୧୨: ବ୍ରହ୍ମପୁର ମହାନଗର ୨୬ନଂ ୱାର୍ଡ ଅନ୍ତର୍ଗତ ଗୋଷାଣି ନୂଆଗାଁ ଅଞ୍ଚଳରେ ଅଛି ଶତାଧିକ ବର୍ଷର ପୁରାତନ ବିଶାଳ ଜଳାଶୟ ବେଢ଼ାବନ୍ଧ। ଏବେ ଊକ୍ତ ପୋଖରୀ ପାଣି ପ୍ରଦୂଷିତ ହେବା ସହ ଲଟାବୁଦା ମାଡ଼ିଛି। ଆଧୁନିକୀ ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୫ ବର୍ଷ ତଳୁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରାଯାଉଛି। ପରବର୍ତ୍ତି ପର୍ଯ୍ୟାୟରେ ତାହା ବାଟବଣା ହୋଇଯାଉଥିବା ନଜିର ରହିଛି। ବେଢ଼ାବନ୍ଧର କେବେ ବିକାଶ ହେବ ତାହା ମଧ୍ୟ ଅନିଶ୍ଚିତ ହୋଇଯାଇଛି।
୨୦୦୪ ଲୋକସଭା ନିର୍ବାଚନରେ ବ୍ରହ୍ମପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ଏମ୍‌ପି ନିର୍ବାଚିତ ହୋଇଥିଲେ। ବର୍ଷକ ପରେ ଉପା ସରକାରଙ୍କ ପ୍ରଥମ ପାଳି ସରକାରରେ ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ସାହୁ ଅତୀତରେ ବ୍ରହ୍ମପୁର ପୌର ପରିଷଦର ଦୁଇଥର ନଗରପାଳ ହୋଇଥିବାରୁ ସହରର ଭୌଗୋଳିକ ଚିତ୍ର ଭଲ ଭାବେ ଜାଣିଥିଲେ। ସହରରେ ଭୂତଳ ଜଳସ୍ତର ହ୍ରାସ ପାଇ ପୋଖରୀ ଓ କୂଅଗୁଡ଼ିକ ଶୁଖି ଯାଉଥିବାରୁ ସବୁ ବନ୍ଧ ପୁନରୁଦ୍ଧାର ଲାଗି ଉଦ୍ୟମ କରିଥିଲେ। କେନ୍ଦ୍ର ସହରାଞ୍ଚଳ ମନ୍ତ୍ରଣାଳୟର ୱାଟର ବଡ଼ି ଯୋଜନାରେ ବ୍ରହ୍ମପୁର ପୌର ପରିଷଦ ନିମେନ୍ତ ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଇଥିଲେ। ଯୋଜନାରେ ରାଜ୍ୟ ସରକାର ଓ ପୌର ସଂସ୍ଥା ସମୁଦାୟ ବ୍ୟୟର ୧୦% ଲେଖାଏଁ ଦେବାର ବ୍ୟବସ୍ଥା ଥିଲା। ସେତେବେଳେ ପୌର ସଂସ୍ଥା ଶାସନ ପ୍ରଥମ କରି ବିଜେଡି ଦଖଲକୁ ଯାଇଥିଲା। କେନ୍ଦ୍ର ଅନୁଦାନକୁ ଠିକ୍‌ ସମୟରେ ବିନିଯୋଗ କରାଯାଇ ନ ଥିଲା। ତାଗିଦ ପରେ ତରବରିଆ ଭାବେ କେତୋଟି ପୋଖରୀ ପୁନରୁଦ୍ଧାର କରାଗଲା।
ୱାଟର ବଡ଼ି ଯୋଜନାରେ ମଧ୍ୟ ସେତେବେଳେ ବେଢ଼ାବନ୍ଧକୁ ସ୍ଥାନିତ କରାଯାଇଥିଲା। ସେହି ବଡ଼ ଜଳାଶୟ ପୁନରୁଦ୍ଧାର, ସୌନ୍ଦର୍ଯ୍ୟ ଓ ଆଧୁନିକକରଣ ସହ ଲୋକଙ୍କ ମନୋରଞ୍ଜନ ଲାଗି ପାୱାର ବୋଟ ଓ ଅନ୍ୟ କାର୍ଯ୍ୟ କରାଯିବାର ପ୍ରଚାର କରାଗଲା। ଏହାର ୧୬ ବର୍ଷ ବିତିଛି ଏବଂ ବେଢ଼ାବନ୍ଧ ବିକାଶ ନ ହୋଇ ପୂର୍ବଭଳି ରହିଛି। ପୌର ସଂସ୍ଥାରୁ ମହାନଗର ନିଗମ ହୋଇଛି ଏବଂ ଚତୁର୍ଥଥର ପାଇଁ ପୌର ଶାସନ ବିଜେଡି ଦଖଲକୁ ଯାଇଛି। କରୁଛି। ଫଳାଫଳ ଘୋଷଣା ପରେ ନିଗମ ପାଶୋରି ଯାଇଛି। ୨୦୧୮ ସେପ୍ଟେମ୍ବର ୩୦ରେ ନିଗମକୁ ନିର୍ବାଚିତ ଜନ ପ୍ରତିନିଧିଙ୍କ ୫ ବର୍ଷିଆ କାର୍ଯ୍ୟକାଳ ସରିବା ପରଦିନ ଠାରୁ ସରକାରଙ୍କ ନିୟନ୍ତ୍ରଣକୁ ଯାଇଥିଲା। ନିଗମର ୨୦୨୧-୨୨ ବର୍ଷର ବଜେଟରେ କେବଳ ବେଢ଼ାବନ୍ଧ ବିକାଶ ପାଇଁ ୫୦ କୋଟି ଏବଂ ୨୨-୨୩ ବର୍ଷର ବଜେଟରେ ୪୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହାର ଡିପିଆର ପ୍ରସ୍ତୁତ କରି ନଗର ଉନ୍ନୟନ ବିଭାଗକୁ ପଠାଯାଇଥିଲା। ଚଳିତ ମାସ ୨୨ ତାରିଖରେ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ବ୍ରହ୍ମପୁର ଗସ୍ତରେ ଆସି ଅଫିସର ଓ ଇଞ୍ଜିନିୟରଙ୍କ ସହ ବେଢ଼ାବନ୍ଧ ପରିଦର୍ଶନ କଲେ। ପୂର୍ବ ଡିପିଆର ବଦଳାଇ ନୂଆ ଡିଜାଇନ ପ୍ରସ୍ତୁତ କରାଯିବାକୁ ନିର୍ଦ୍ଦେଶ ଦେଲେ। ଫଳରେ ପୂର୍ବ ବଜେଟ ମଧ୍ୟ ଅଚଳ ହେବା ସ୍ପଷ୍ଟ ହୋଇଛି। ଏହା ସମୟ ସାପେକ୍ଷ ହୋଇଥିବାରୁ ପୁଣି ବେଢ଼ାବନ୍ଧ ବିକାଶ ଯୋଜନା ସ୍ବପ୍ନରେ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?