ରଜନୀକାନ୍ତଙ୍କ ପାଇଁ ୭ ଦିନର ଉପବାସ ବ୍ରତ ରଖିଥିଲେ ଶ୍ରୀଦେବୀ

ମୁମ୍ବାଇ: ସାଉଥ ସିନେମାରୁ ବଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିତିଥିବା ସୁପରଷ୍ଟାର ରଜନୀକାନ୍ତ ଆଜିବି ମନୋରଞ୍ଜନ ଦୁନିଆରେ ବେଶ ଆକ୍ଟିଭ । କିଛିଦିନ ପାଇଁ ସେ ରାଜନୀତିରେ ଯୋଗ ଦେଇଥିଲେ ବି ଏଥିରୁ ଓହରି ଆସିଛନ୍ତି । ୭୨ ବର୍ଷିୟ ଅଭିନେତା ରଜନୀକାନ୍ତ ଆଜି ବି ବେଶ ଆକ୍ଟିଭ । ସେ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ମୁଭି ଭେଟି ଦେଇଛନ୍ତି ଦର୍ଶକଙ୍କୁ । ବିଶେଷ ଭାବେ ସେ ଶ୍ରୀଦେବୀଙ୍କ ସହ ଯେତିକି ମୁଭି କରିଛନ୍ତି ପ୍ରାୟ ସବୁ ମୁଭି ହିଟ ହୋଇଛି । ତେବେ ରଜନୀକାନ୍ତଙ୍କ ପାଇଁ ଶ୍ରୀଦେବୀ ୭ ଦିନର ଉପବାସ ବ୍ରତ ରଖିଥିବା ବେଳେ ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ।
ତାଙ୍କ ଜମାନରେ ରଜନୀକାନ୍ତ ଓ ଶ୍ରୀଦେବୀଙ୍କ ଯୋଡି ଥିଲା ଚର୍ଚ୍ଚାରେ । ଉଭୟ ସାଉଥ ସିନେମା ସହ ବଲିଉଡରେ ବି ଧମାଲ କରୁଥିଲେ । ଉଭୟ ମିଶି ପ୍ରାୟ ୨୫ଟି ଫିଲ୍ମରେ ଅଭିନୟ କରିଛନ୍ତି ଯାହା ବକ୍ସ ଅଫିସରେ ହିଟ୍ ହୋଇଛି । ଏଥିମଧ୍ୟରୁ ଅଧିକାଂଶ କନ୍ନଡ, ମଲାୟାଲମ, ତେଲଗୁ ଓ ତାମିଲ ଫିଲ୍ମ । ତେବେ ଫରିସ୍ତେ, ଚାଲବାଜ, ଭଗବାନ ଦାଦା, ଜୁଲ୍ମ ଓ ଗୈର କାନୁନୀ ରଜନୀକାନ୍ତ ଓ ଶ୍ରୀଦେବୀଙ୍କ ହିଟ ଫିଲ୍ମ ମଧ୍ୟରୁ ଅନ୍ୟତମ । ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ରଜନୀକାନ୍ତ କହିଥିଲେ, ୨୦୧୧ରେ ‘ରାଣା’ ଫିଲ୍ମର ଶୁଟିଂ ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ ସିଙ୍ଗାପୁର ଯିବାକୁ ପଡିଥିଲା । ଏ ସମ୍ପର୍କରେ ଶ୍ରୀଦେବୀ ଜାଣିବା ପରେ ଖୁବ୍ ଚିନ୍ତିତ ହୋଇପଡିଥିଲେ । ରଜନୀକାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ସେ ଶିରିଡି ଯାଇଥିଲେ । ଶିରିଡିରେ ଦର୍ଶନ କରିବା ପରେ ସେ ରଜନୀକାନ୍ତଙ୍କ ପାଇଁ ୭ ଦିନର ଉପବାସ ବ୍ରତ ରଖିଥିଲେ । ଉଦ୍ଦେଶ୍ୟ ଥିଲା ରଜନୀକାନ୍ତ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।
ଶେଷରେ ତାହାହିଁ ହୋଇଥିଲା । ଶ୍ରୀଦେବୀଙ୍କ ଡାକ ଭଗବାନ ଶୁଣିଥିଲେ ଓ ରଜନୀକାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଉ ଘରକୁ ଫେରିବା ପରେ ଶ୍ରୀଦେବା ପତି ବୋନି କପୁରଙ୍କ ସହ ରଜନୀକାନ୍ତଙ୍କୁ ଦେଖିବାକୁ ତାଙ୍କ ଘରେ ପହଞ୍ଚିଥିଲେ । ଆଜି ଯଦିଓ ଶ୍ରୀଦେବୀ ଆମ ଗହଣରେ ନାହାନ୍ତି ହେଲେ ତାଙ୍କର ଏହି କଥାକୁ ଆଜିବି ମନେ ପକାନ୍ତି କୋଷ୍ଟାର ରଜନୀକାନ୍ତ ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri