ଶୋଭାପାଇବ ଲୋଧିଫୋର୍ଟ

ପୁରୁଣା ଭୁବନେଶ୍ୱର, ୧୯ା୯(ଡି.ଏନ୍‌.ଏ.):ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ। ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଗଲାଣି। ମା’ଙ୍କ ପାଇଁ ସୁଦୃଶ୍ୟ ମଣ୍ଡପ ଓ ତୋରଣ କରି ଆଗରେ ରହିବାକୁ ବିଭିନ୍ନ କମିଟି ପକ୍ଷରୁ ଚାଲିଛି ପ୍ରତିଯୋଗିତା। ଏହିକ୍ରମରେ ବାଙ୍କୁଆଳ ଦୁର୍ଗାପୂଜା ସମିତି ପକ୍ଷରୁ ତୋରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥର ପଞ୍ଜାବର ଲୋଧିଫୋର୍ଟ ଆକୃତିର ତୋରଣ ନିର୍ମାଣ କରାଯାଉଛି। ଏଥିପାଇଁ କୋଲକାତାର ନିର୍ମଳ ମଣ୍ଡଳ ଏବଂ ୧୫ଜଣ କୁଶଳୀ କାରିଗର ନିୟୋଜିତ ହୋଇଛନ୍ତି। ତୋରଣର ଉଚ୍ଚତା ୭୦ଫୁଟ ଏବଂ ୫୦ ଫୁଟ ଓସାର ରହିଛି। ସେହଭଳି ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୨ ଫୁଟ ରହିବ। କୋଲକାତାର ଟୁକୁନୁ ଚଟ୍ଟୋପଧ୍ୟାୟ ମୂର୍ତ୍ତି ନିର୍ମାଣ କରୁଛନ୍ତି। ମୂର୍ତ୍ତିରେ ପ୍ରତ୍ୟେକ ବର୍ଷଭଳି ଏଥର ମଧ୍ୟ ହରବାଲ ରଙ୍ଗ ବ୍ୟବହାର କରାଯିବ। ଦଶମୀ ଦିନ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହ ରାବଣପୋଡ଼ି ଦେଖିଥାନ୍ତି। ଏଥର ପୂଜାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବା ନେଇ ସମିତି ପକ୍ଷରୁ ଆକଳନ କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ସହ ସ୍ବେଚ୍ଛାସେବୀ ନିୟୋଜିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ହିତାଧିକାରୀଙ୍କ ଜମାଖାତାକୁ ସିଧାସଳଖ ଯିବ ଭତ୍ତା

କଟକ ଅଫିସ,୨୫ା୨: ସହରରେ ୫୯ଟି ୱାର୍ଡରେ ନିର୍ଦ୍ଧାରିତ କେନ୍ଦ୍ରରେ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଉଛି। ଏହି ବଣ୍ଟନ ବ୍ୟବସ୍ଥାକୁ ସ୍ବଚ୍ଛ...

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ: ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ସମ୍ମାନଜନକ ଜୀବନ ବଞ୍ଚିବା ପ୍ରତ୍ୟେକ ଶିଶୁର ମୌଳିକ ଓ ଜନ୍ମଗତ ଅଧିକାର। ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ କେବଳ ସରକାର ନୁହନ୍ତି, ସାମାଜିକ ଅନୁଷ୍ଠାନ...

ବାଲିଯାତ୍ରାରେ ଓର୍‌ମାସର କଟକିଆ ବ୍ରାଣ୍ଡ୍‌

କଟକ ଅଫିସ,୪ା୧୧: ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠଛି ତଳ ଓ ଉପର ପଡିଆ। ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ବ୍ୟବସାୟୀମାନେ ଦୋଳି ପ୍ରସ୍ତୁତିରେ...

କାଳୀପୂଜା ପ୍ରସ୍ତୁତି ବୈଠକ: ପ୍ଲାଷ୍ଟିକମୁକ୍ତ ପୂଜା ମଣ୍ଡପ ନିଷ୍ପତ୍ତି

ଯାଜପୁର ରୋଡ, ୧୭।୧୦(ନି.ପ୍ର.): ଯାଜପୁର ରୋଡ ସହରରେ କାଳୀପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନେଇ ବୁଧବାର ଜିଲା ପ୍ରଶାସନ ଓ ପୋଲିସ୍‌ ପକ୍ଷରୁ...

ଆନ୍ଧ୍ର-ଓଡ଼ିଶାର ଅବହେଳିତ ସୀମା ବିବାଦ: କୋଟିଆର କାନ୍ଦ

ଉତ୍କଳର ଯୋଗ୍ୟ ସନ୍ତାନ ନିଜ ଜୀବନକୁ ବାଜି ଲଗାଇ ୧୯୩୬ ଏପ୍ରିଲ ୧ରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଭାବେ ପରିଚୟ ଦେଇଥିଲେ। କଟକ, ପୁରୀ, ବାଲେଶ୍ୱର,...

୭ବର୍ଷର କନ୍ୟାକୁ ନିର୍ଯାତନା

ଭୁବନେଶ୍ୱର,(ବ୍ୟୁରୋ)/ ପିପିଲି,(ସ୍ବ.ପ୍ର.) ୮।୭: ମାତ୍ର ୭ବର୍ଷର ଶିଶୁଟିଏ। କିଏ ପର କିଏ ଆପଣାର ଜାଣେନାହିଁ। ହେଲେ ତା’ ପ୍ରତି ବାପା ଓ ସାବତ ମା’ ପାତରଅନ୍ତର...

ଓପିଏସ୍‌ସିର ନୂଆ ପୋର୍ଟାଲ ଉଦ୍‌ଘାଟିତ: ଛାତ୍ରୀଛାତ୍ରଙ୍କୁ ମିଳିବ ସମସ୍ତ ତଥ୍ୟ

କଟକ ଅଫିସ,୫।୨: ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)ର ନୂଆ କମ୍ପ୍ରେନସିଭ୍‌ ସିଲେକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ (ସିଏସ୍‌ଏମ୍‌ଏସ୍‌) ପୋର୍ଟାଲ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ପୋର୍ଟାଲରେ ଆଶାୟୀ...

ଆହୁରି ଛେଚିବ: ୫ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୩।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଚାନ୍ଦବାଲି ଦେଇ ଆଜି ସକାଳେ ସ୍ଥଳପଥ ଅତିକ୍ରମ କରିଛି। ଆସନ୍ତା...

Advertisement
Archives

Model This Week