Posted inଜାତୀୟ

ଚିତା ଆସିଲା, ଜାଗା ଯିବ: କୁନୋ ପାର୍କ ଅଞ୍ଚଳରେ ବିସ୍ଥାପନ ଭୟ

ଶେଓପୁର,୧୯ା୯: ମଧ୍ୟପ୍ରଦେଶର ଶେଓପୁର ଜିଲା କୁନୋ ଜାତୀୟ ଉଦ୍ୟାନ (କେଏନ୍‌ପି)କୁ ଶନିବାର ଅଣାଯାଇଥିବା ୮ ଚିତାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆ ଅତିଥିଙ୍କ ଯୋଗୁ ଏହି ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ଏଥିସହ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କହୁଥିବାବେଳେ କୁନୋ ଗ୍ରାମବାସୀଙ୍କ ମନରେ ସଂଶୟ ସୃଷ୍ଟି ହୋଇଛି। ଦୀର୍ଘ ୭ ଦଶନ୍ଧି ପରେ ଭାରତକୁ ଚିତା ଅଣାଯାଇଥିବାରୁ ଏଠାକାର ପାଣିପାଗ ସହ ଏହି ବନ୍ୟପ୍ରାଣୀ ଖାପ ଖୁଆଇ ତିଷ୍ଠିବା ସମ୍ଭବ କି ନୁହେଁ ସେନେଇ କେତେଜଣ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଚିତା ବଂଶ ବିସ୍ତାର ପାଇଁ ଅଧିକ ଜମି ଅଧିଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି। ଏହି କାରଣରୁ ସ୍ଥାନୀୟ ଲୋକେ ଜମି ହରାଇ ବିସ୍ଥାପିତ ହେବା ଆଶଙ୍କା ବ୍ୟକ୍ତ କରିଛନ୍ତି।
ନରେନ୍ଦ୍ର ମୋଦି ଏନ୍‌ଡିଏ ଶାସନର ୮ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଆଫ୍ରିକୀୟ ରାଷ୍ଟ୍ର ନାମିବ୍ୟାରୁ ଶନିବାର କୁନୋ ନ୍ୟାଶନାଲ ପାର୍କକୁ ୮ ଚିତା ଅଣାଯାଇଛି। ୧୯୫୨ରେ ବିଲୁପ୍ତ ଘୋଷିତ ଚିତା ବଂଶ ବିସ୍ତାର ପାଇଁ ପୁନଃ ଉଦ୍ୟମ ସ୍ବରୂପ ମୋଦି ଲିଭର ଘୂରାଇବା ସହ ସେଗୁଡ଼ିକୁ ଏନ୍‌କ୍ଲୋଜରକୁ ଛାଡ଼ିଥିଲେ। ଏହାକୁ ନେଇ କେବଳ ଭାଜପା ଶାସନାଧୀନ ମଧ୍ୟପ୍ରଦେଶ ନୁହେଁ ବରଂ ସାରା ଦେଶରେ ଉତ୍ସୁକତା ଲାଗିରହିଛି। ନୂଆ ପ୍ରାଣୀ ନୂଆ ପରିବେଶରେ କେମିତି ଚଳିବେ, କ’ଣ ଖାଇବେ ଏବଂ ସେମାନଙ୍କ ଉପସ୍ଥିତି ଭାରତ ବିଶେଷକରି ସ୍ଥାନୀୟ ଅଞ୍ଚଳ ପାଇଁ କେତେ ଲାଭଦାୟକ ହେବ ସେନେଇ ଚର୍ଚ୍ଚା ଜାରି ରହିଛି।
ଆଗମନର ଦିନକ ପରେ କେଏନ୍‌ପିରୁ ୧୫ କି.ମି. ଦୂର ସେସାଇପୁରାରେ ଚା’ ଜଳଖିଆଦୋକାନ କରିଥିବା ରାଧେଶ୍ୟାମ ଯାଦବ କହିଛନ୍ତି, ଜାତୀୟ ଉଦ୍ୟାନ ପାଇଁ ଅବଶିଷ୍ଟ ୪/୫ ଖଣ୍ଡ ଗାଁ ଉଠିଗଲେ ମୋର ଛୋଟ ଦୋକାନଟି କ’ଣ ହେବ? ବିଗତ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କୁନୋ ପାର୍କ ଯୋଗୁ ୨୫ ଗାଁର ପୁନଃ ସ୍ଥାପନ କରାଯାଇଛି। ଏଥିଯୋଗୁ ଗ୍ରାମବାସୀମାନେ ନିଜ ଭିଟାମାଟି ହରାଇ ଏଣେତେଣେ ଆଶ୍ରୟ ନେଇଛନ୍ତି। ମୁଁ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଛି। ସେହିପରି ସ୍ଥାନୀୟ ଚାଷୀ ରାମକୁମାର ଗୁର୍ଜର ମଧ୍ୟ ନିକଟସ୍ଥ ଏକ ନଦୀବନ୍ଧ ଯୋଜନା ଯୋଗୁ ସେସାଇପୁରା ବାସିନ୍ଦା ଜୀବିକା ହରାଇବେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ଜାତୀୟ ଉଦ୍ୟାନ ପାଇଁ ପୂର୍ବରୁ ଗାଁଗୁଡ଼ିକୁ ଉଠାଇ ଦିଆଯାଇଥିଲା। ଏବେ କଟିଲା ଅଞ୍ଚଳରେ ପ୍ରବାହିତ କୁନୋ ନଦୀ ଉପରେ ଏକ ଡ୍ୟାମ ନିର୍ମାଣ ପାଇଁ ଯୋଜନା ଚାଲିଛି। ଏହି ପ୍ରକଳ୍ପ ଆଖପାଖର ଅନୂ୍ୟନ ୫୦ ଗ୍ରାମକୁ ପ୍ରଭାବିତ କରିବ। ଗାଁଗୁଡ଼ିକୁ ଉଠାଇନେଲେ ସେସାଇପୁରାରେ ଥିବା ରାଶନ ସାମଗ୍ରୀ, ପୋଷାକ ଓ ଅନ୍ୟ ଛୋଟ ବ୍ୟବସାୟଗୁଡ଼ିକର ଅବସ୍ଥା କ’ଣ ହେବ ବୋଲି ରାମକୁମାର ପ୍ରଶ୍ନ କରିଛନ୍ତି। ଚିତାଙ୍କ ଯୋଗୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ନେଇ ପ୍ରଶ୍ନର ଉତ୍ତରରେ ରାମକୁମାର କହିଛନ୍ତି, ବାହାରୁ ଧନୀମାନେ ଆସି ଏଠାରେ ହୋଟେଲ, ଲଜ୍‌ କରି ବିପୁଳ ଅର୍ଥ ଲାଭ କରିବେ। ଆମ ଭଳି ସ୍ଥାନୀୟ ଲୋକେ କେବଳ ସେଠାରେ ଛୋଟକାଟିଆ କାମ ପାଇବେ। ଆଉ ଜଣେ ବାସିନ୍ଦା ସନ୍ତୋଷ ଗୁର୍ଜରଙ୍କ ମତରେ ଗାଁଗୁଡ଼ିକୁ ସ୍ଥାନାନ୍ତର କରାଯିବା ପରେ ଏଠାରେ ଗ୍ରୋସରୀ, ସାର, ବିହନ ଆଦି ବିକୁଥିବା ସ୍ଥାନୀୟ ଦୋକାନୀ ଜୀବିକା ହରାଇ ଶିବପୁରୀକୁ ଯିବା ପାଇଁ ବାଧ୍ୟହେବେ। କପଡ଼ା ଦୋକାନ କରିଥିବା ଧର୍ମେନ୍ଦ୍ର କୁମାର ଓଝା ଗାଁକୁ ଚିତା ପଶିଯିବେ ବୋଲି ଆତଙ୍କିତ ହୋଇପଡ଼ିଛନ୍ତି। ଲୋକାଲ ଲୋକେ ଏହି ପ୍ରକଳ୍ପରୁ କ’ଣ ପାଇବେ। ହୋଟେଲ, ରେଷ୍ଟୁରାଣ୍ଟ ପାଇଁ ବାହାର ଲୋକେ ଜମି କିଣିଛନ୍ତି। ଗାଁଗୁଡ଼ିକୁ ପୁନଃ ପ୍ରତିଷ୍ଠା କରାଗଲେ ଛୋଟ ବ୍ୟବସାୟୀ ଆହୁରି ପ୍ରଭାବିତ ହେବେ। ତେବେ ଏହି ପ୍ରକଳ୍ପ ଭିତ୍ତିଭୂମି ବିକାଶରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ନ୍ୟାଶନାଲ ପାର୍କ ଆଡ଼କୁ ଲମ୍ବିଥିବା ରାସ୍ତାରେ ସୁରତ୍‌ ସିଂ ଯାଦବ ଚା’ ଦୋକାନ କରିଛନ୍ତି। ଚିତା ଆସିବା ପରେ ଅଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ହେବା ନେଇ ସେ ଆଶାବାଦୀ। ଜମି ମୂଲ୍ୟ ବଢ଼ିବାରେ ଲାଗିଛି। ଯେଉଁମାନଙ୍କ ବୈଧ ଜମିପଟ୍ଟା ଅଛି ସେମାନେ ଚଢ଼ାଦରରେ ବିକିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଲାଗି ବେପାର ସାମୟିକ ଭାବେ ଜମିଛି। ଆଗକୁ କ’ଣ ହେବ କିଏ କହିବ? ତିକ୍‌ତୋଲି ଗ୍ରାମର ଶ୍ରମିକ କୈଳାସ ଭବିଷ୍ୟତକୁ ନେଇ ଖୁବ୍‌ ଚିନ୍ତିତ। ଆମ ଗାଁକୁ ଚିତା ଆସିଲେ କୁଆଡ଼େ ଯିବୁ ବୋଲି ସେ ଖବରଦାତାଙ୍କ ମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri