Posted inଜାତୀୟ

‘ମନ୍‌ କି ବାତ୍‌’ ବେଳେ ଥାଳି ମାଡ଼

ନୂଆଦିଲ୍ଲୀ, ୨୮।୧୨: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ମାସେ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କୀ ବାତ୍‌’ ରେଡିଓ କାର୍ଯ୍ୟକ୍ରମ ବେଳେ ଥାଳି ବାଡ଼େଇବା ସହ ସ୍ଲୋଗାନ ଦେଇଥିଲେ। ଦିଲ୍ଲୀର ସିଙ୍ଘୁ ସୀମା, ହରିୟାଣାର ରୋହତକ୍‌ ଓ ଜିନ୍ଦ୍‌ ଜିଲା ଏବଂ ପଞ୍ଜାବର ଅମୃତସର, ଫିରୋଜପୁର, ସାଙ୍ଗ୍ରୁର୍‌, ତଲଓ୍ବାଣ୍ଡି ସାବୋ, ବଠିଣ୍ଡା, ତରନତାରନ୍‌ ଏବଂ ଗୁରଦାସପୁର ଜିଲାରେ କୃଷକମାନେ ଥାଳି ବଜାଇ ପ୍ରତିବାଦ କରିଥିଲେ। ଚାଷୀଙ୍କ ସହ ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ମୋଦିଙ୍କ ମନ୍‌ କୀ ବାତ୍‌ ଉଦ୍‌ବୋଧନ ବେଳେ ଥାଳି ବାଡ଼େଇ ଏହାର ପ୍ରତିବାଦ ଜଣାଇବାକୁ ଗତ ରବିବାର ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ ଶୁଣି ଶୁଣି ଆମେ କ୍ଳାନ୍ତ ହୋଇଗଲୁଣି। ଆମ ମନର କଥାକୁ ମୋଦି
କେବେ ଶୁଣିବେ ବୋଲି ଚାଷୀମାନେ ପ୍ରଶ୍ନ କରିଥିଲେ। ମୋଦିଙ୍କ ମନ୍‌ କୀ ବାତ୍‌ ଭାଷଣ ଯେପରି ଆମ ପାଖରେ ନ ପହଞ୍ଚତ୍ବ ସେଥିପାଇଁ ଆମେ ଥାଳି ବଜାଉଥିବା ଚାଷୀମାନେ କହିଥିଲେ।
ବିଭିନ୍ନ ରାଜ୍ୟର ହଜାର ହଜାର କୃଷକ ଦୀର୍ଘ ମାସେ ହେଲା ଶୀତ କାକରରେ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚଳାଇଥିଲାବେଳେ ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ଦେଉ ନ ଥିବାରୁ ସେମାନେ ଏଭଳି ଅଭିନବ ପ୍ରତିବାଦ ଜଣାଇଥିଲେ। ସରକାରଙ୍କ ସହ ଚାଷୀ ସଂଗଠନଗୁଡ଼ିକର ୫ ପର୍ଯ୍ୟାୟ ଆଲୋଚନା ବିଫଳ ହେଲାଣି। ବିବାଦୀୟ ଆଇନକୁ ପ୍ରତ୍ୟାହାର କରିନେବା ଲାଗି ଚାଷୀମାନେ ଦାବି କରୁଥିବାବେଳେ ସରକାର ସେଥିରେ କେତେକ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଫଳରେ ଆନ୍ଦୋଳନକୁ ନେଇ ଅଚଳାବସ୍ଥା ଜାରି ରହିଛି। ସୂଚନାଯୋଗ୍ୟ, ଲକ୍‌ଡାଉନ ସମୟରେ କୋଭିଡ୍‌ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ତାଳି ଓ ଥାଳି ବଜାଇବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ।
ପ୍ରଧାନମନ୍ତ୍ରୀ ରବିବାର ବର୍ଷର ଶେଷ ‘ମନ୍‌ କୀ ବାତ୍‌’ ରେଡିଓ କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତରେ ଉତ୍ପାଦିତ ସାମଗ୍ରୀ ପାଇଁ ‘ଜିରୋ ଇଫେକ୍ଟ, ଜିରୋ ଡିଫେକ୍ଟ’ (ତ୍ରୁଟିବିହୀନ ଓ ପରିବେଶ ଅନୁକୂଳ) ନୀତି ଆପଣାଇବାକୁ ସେ ପରାମର୍ଶ ଦେଇଥିଲେ। ଏଠାରେ ଉତ୍ପାଦିତ ସାମଗ୍ରୀ ବିଶ୍ୱ ମାନର ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ଦେଶର ଶିଳ୍ପୋଦ୍ୟୋଗୀମାନଙ୍କୁ ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ସାମଗ୍ରୀ ଉତ୍ପାଦନ କରି ଦେଶକୁ ଆତ୍ମନିର୍ଭର କରିବା ଲାଗି ପ୍ରେରଣା ଦେଇଥିଲେ। ନୂଆବର୍ଷରେ କେବଳ ଭାରତରେ ନିର୍ମିତ ସାମଗ୍ରୀ ବ୍ୟବହାର ଲାଗି ସଂକଳ୍ପ ନେବା ଆବଶ୍ୟକ ବୋଲି ସେ କହିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁରୁ ଗୋବିନ୍ଦ ସିଂ ଓ ତାଙ୍କ ପରିବାରର ବଳିଦାନକୁ ମନେପକାଇଥିଲେ। ଦେଶରେ ୪ ବର୍ଷ ମଧ୍ୟରେ ଚିତାବାଘ ସଂଖ୍ୟା ବୃଦ୍ଧି ପାଇଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ତାମିଲନାଡୁ କୋଏମ୍ବାଟୁରର ଗାୟତ୍ରୀଙ୍କ ଉଦାହରଣ ଦେଇ ମୋଦି କହିଥିଲେ, ସେ ଓ ତାଙ୍କ ବାପା ଏକ ଅସୁସ୍ଥ କୁକୁର ପାଇଁ ହ୍ବିଲ୍‌ଚେୟାର ବ୍ୟବସ୍ଥା କରିପାରିଛନ୍ତି। ଯେଉଁମାନେ ପ୍ରାଣୀମାନଙ୍କୁ ସହାୟତା କରୁଛନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଏହି କାର୍ଯ୍ୟ ଲାଗି ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଦେଶର ଯୁବବର୍ଗଙ୍କଠାରେ ଥିବା ‘କରିପାରିବି’ ଦୃଷ୍ଟିଭଙ୍ଗୀ ଓ ‘ନିଶ୍ଚୟ କରିବି’ ଉତ୍ସାହ ପାଇଁ କୌଣସି ଚ୍ୟାଲେଞ୍ଜ ସେମାନଙ୍କ ପାଇଁ ବଡ଼ ହୋଇନାହିଁ କି କିଛି ସେମାନଙ୍କ ପହୁଞ୍ଚ ବାହାରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷେ ଖସିବ ସୁନାଦର? ରୂପା ବି କମିଯିବ, ଏକ୍ସପର୍ଟ କହିଲେ ବର୍ଷ ଶେଷକୁ…

ନୂଆଦିଲ୍ଲୀ,୧୭।୧୧: ସୁନା ଏବଂ ରୂପା ଦରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ଦେଶର ଫ୍ୟୁଚର୍ସ ବଜାରରେ ସୁନା ଦାମ ୨,୧୦୦ ଟଙ୍କାରୁ ଅଧିକ କମି ୧.୩୫ ଲକ୍ଷ…

ପୂଜାରୀବମ୍ବୁ ଗ୍ରାମକୁ ଚାଲି ଚାଲି ଗଲେ ବିଡିଓ: ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଚେତାବନୀ

ରାୟଗଡ଼ା, ୧୭।୧୧ (ଜଗନ୍ନାଥ ଗୌଡ଼): ରାୟଗଡ଼ା ସଦର ମହକୁମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ବାଇସି ପଞ୍ଚାୟତର ପୂଜାରୀବମ୍ବୁ ଗ୍ରାମକୁ ଏଯାଏଁ ରାସ୍ତା ନିର୍ମାଣ ହୋଇନାହିଁ।…

ଯୁବପିଢିଙ୍କ ପାଇଁ ବଡ଼ ଘୋଷଣା କଲେ ସୀତାରମଣ, Gen Z ପ୍ରସ୍ତୁତ କରିବେ ବଜେଟ୍‌

ନୂଆଦିଲ୍ଲୀ,୧୭।୧୧: କେନ୍ଦ୍ରୀୟ ବଜେଟ ୨୦୨୭-୨୮ ର ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ଏଥର ବଜେଟ ନିର୍ମାଣ ପ୍ରକ୍ରିୟାରେ ଏକ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିବ। ‘ଦି ଇକୋନୋମିକ…

ବର୍ଷେ ପରେ ବି ମା’ଙ୍କ ଆଖିରୁ ଶୁଖୁନି ଲୁହ, ନ୍ୟାୟ ଅପେକ୍ଷାରେ ଶେଫାଳି, ଏପଟେ ଶାଶୁଙ୍କୁ ଦେଖିବାକୁ ମେଡିକାଲ ଗଲେନି ବୋହୂ

ଟିଟିଲାଗଡ଼,୧୭।୧୧: ବହୁ ଚର୍ଚ୍ଚିତ ହ୍ୟୁମାନଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ବର୍ଷେ ପୂରିଛି। ହେଲେ ଏଯାଏଁ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇନଥିବା ବେଳେ ପରିବାରକୁ ମିଳିନାହିଁ ନ୍ୟାୟ। ପୁଅକୁ…

ଜାତୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ବ୍ରହ୍ମପୁର ଝିଅ ସିଦ୍ଧିକୃଷ୍ଣାଙ୍କ କମାଲ, ହାସଲ କଲେ ୩ଟି ପଦକ

ଛତ୍ରପୁର, ୧୬।୧୧ (ଦିଲୀପ ସାମଲ): ଜାତୀୟ ସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ନିଜର ଅସାଧାରଣ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରି ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲା ପାଇଁ…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ପଞ୍ଚୁ, ହଠାତ୍‌ ଖସିଗଲା ଗୋଡ଼: ଆଉ ତା’ପରେ…

ଭଞ୍ଜନଗର, ୧୭।୧୧ (ବାବୁଲା ପ୍ରଧାନ): ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲା…

ଅର୍ଣ୍ଣବ ପରେ ଅକ୍ୱାନ ଭୟ, ଅଧା ପାଚିଲା ଧାନ କାଟି ନେଉଛନ୍ତି ଚାଷୀ

ଗଞ୍ଜାମ, ୧୭।୧୧(ବିଦ୍ୟାଧର ସାହୁ): ଅର୍ଣ୍ଣବ ବାତ୍ୟାର କ୍ଷୟକ୍ଷତି ଭରଣା ହୋଇନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ବାତ୍ୟା…

IPL ୨୦୨୭ ପୂର୍ବରୁ ଆଉ ଏକ ବଡ଼ ଟ୍ରେଡ୍‌! SRH ଛାଡ଼ିଲେ ୨ ଥରର ପର୍ପଲ କ୍ୟାପ ବିଜେତା

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବାର ଠିକ ପୂର୍ବରୁ ହର୍ଷଲ ପଟେଲ ଗୁଜରାଟ ଟାଇଟନ୍ସ ଦଳକୁ ଚାଲିଯାଇଛନ୍ତି। ଦୁଇ ଥର ପର୍ପଲ କ୍ୟାପ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?