ଆଇନ ଅମାନ୍ୟକାରୀଙ୍କ ଉପରେ କଠୋର ହୁଅ

ଭବାନୀପାଟଣା,୨୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ସଡ଼କ ସୁରକ୍ଷା ସମିତି ଓ ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲାର ପରିବହନ ବିଭାଗରେ କର୍ମକର୍ତ୍ତା, ସଡ଼କ ସୁରକ୍ଷା ସମିତି ସଭ୍ୟ ତଥା ଅନ୍ୟାନ୍ୟ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଡିସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜିଲା ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ କଡାକଡି ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା। ଏହି ସପ୍ତାହ ମଧ୍ୟରେ ବିନା ହେଲମେଟ ଗାଡି ଚାଳନ, ଅତ୍ୟଧିକ ବେଗରେ ଗାଡି ଚଳାଇବା, କମ ବୟସର ପିଲାମାନଙ୍କ ଦ୍ବାରା ଗାଡ଼ି ଚଳାଇବା, ଗାଡି ଚାଳନ ସମୟରେ ମୋବାଇଲ ବ୍ୟବହାର କରିବା, ମଦ୍ୟପାନ କରି ଗାଡି ଚଳାଇବା ଓ ଧାର୍ଯ୍ୟ କ୍ଷମତାରୁ ଅଧିକ ମାଲ ବୋହିବା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଆଇନ ଅମାନ୍ୟକାରୀଙ୍କୁ ଦଣ୍ଡିତ କରିବା ପାଇଁ ଜିଲାପାଳ ପୋଲିସ ଓ ପରିବହନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସପ୍ତାହ ମଧ୍ୟରେ ପୋଲିସ ଦ୍ବାରା ଦୈନନ୍ଦିନ ଚେକିଂ କରିବା ପାଇଁ ପୋଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଥିଲେ। ସମସ୍ତ ବିଭାଗ ସ୍ବାସ୍ଥ୍ୟ, ପୋଲିସ, ଶିକ୍ଷା, ଅବକାରୀ, ଜାତୀୟ ରାଜପଥ, ରାସ୍ତା ଓ ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ପୌର ପରିଷଦ, ଏନଏସି, ସୂଚନା ଓ ଲୋକସମ୍ପର୍କ, ଓ ଏସଆରଟିସି ସହଯୋଗରେ ଏହି ସପ୍ତାହରେ ଯେପରି ସଡକ ଦୁର୍ଘଟଣା ନ ଘଟେ ସେଥିପାଇଁ ସମସ୍ତ ପଦକ୍ଷେପ ନେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପରିବହନ ବିଭାଗ ଦ୍ୱାରା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ସୂଚନା ଅନୁସାରେ ଗତ ଅକ୍ଟୋବରରେ ୩ କୋଟି ୫୦ ଲକ୍ଷ ୪୮ ହଜାର ୫ ଶହ ୬୬ ଟଙ୍କା ପରିବହନ ରାଜସ୍ବ ଆଦାୟ କରିଥିବା ପ୍ରକାଶ କରିଥିଲେ। ଯାହାକି ଧାର୍ଯ୍ୟ ରାଜସର ଶତକଡା ୮୯ ଭାଗ। ଗତ ଅକ୍ଟୋବରରେ ଜିଲାରେ ୩୪ଟି ଦୁର୍ଘଟଣାରେ ୧୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଜିଲାରେ ୨୦୨୩ ଅକ୍ଟୋବର ସୁଦ୍ଧା ରାସ୍ତା ଦୁର୍ଘଟଣାରେ ମୋଟ ୧୨୨ଜଣଙ୍କ ମୃତ୍ୟୁ ଘଟିଛି। ଗତ ଅକ୍ଟୋବରରେ ହେଲମେଟ ନ ପିନ୍ଧିଥିବା ୪୬୮ଜଣଙ୍କୁ, ଅତ୍ୟଧିକ ବେଗରେ ଯାନ ଚଳାଉଥିବା ୬୯୮ଜଣ, ଗାଡ଼ି ଚଳାଇବା ସମୟରେ ଫୋନ ବ୍ୟବହାର କରୁଥିବା ୪୭ଜଣ ଓ ୬୯ଜଣଙ୍କୁ ମଦ୍ୟପାନ କରିଥିବା ଅପରାଧରେ ମକଦ୍ଦମା ରୁଜ୍ଜୁ ହୋଇଥିଲା। ଏହାସହ ୧୪୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବିତ କରାଯାଇଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri