Odisha Elections 2024

ଶୁଚିମନ୍ତ ହୋଇ ବାନା ବାନ୍ଧୁ: ଚୂନରା ସେବକ ଶରତ ମହାନ୍ତି

ଜଗତର ନାଥ ଲୀଳାମୟଙ୍କ ଆଶୀର୍ବାଦରୁ ହିଁ ମୁଁ ଗତ ୪୫ ବର୍ଷ ଧରି ଚୂନରା ସେବକ କାମ ଠିକ୍‌ ଭାବରେ ତୁଲାଇ ଆସୁଛି। କେବଳ ପତାକା ବନ୍ଧା କାମ ନୁହେଁ, ବିବାହ କରି ଶାଢ଼ି ବନ୍ଧାଇଲା ପରେ ଗରୁଡ଼ଙ୍କୁ ସେବା, ରତ୍ନ ସିଂହାସନରେ ଚାନ୍ଦୁଆ ବନ୍ଧା, ପ୍ରତ୍ୟେକ ଏକାଦଶୀରେ ମହାଦୀପ ଜାଳିବା, ମାର୍ଗଶୀର ଦେବ ଦୀପାବଳିରେ ମହାପ୍ରଭୁଙ୍କ ଶ୍ରାଦ୍ଧ ଉପଲକ୍ଷେ ତିନି ଦେଉଳରେ ଦୀପ ଜାଳିବା କାର୍ଯ୍ୟ ଚୂନରା ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ପତାକା ବାନ୍ଧିବାର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ରହିଛି। ପ୍ରତିଦିନ ଅପରାହ୍ନ ୫ଟାରେ ହିଁ ପତାକା ବନ୍ଧା କାର୍ଯ୍ୟ ହୁଏ। ପୂର୍ବରୁ ଏହାର କୌଣସି ନିର୍ଦ୍ଦିଷ୍ଟ ସମୟ ନ ଥିଲା। କିନ୍ତୁ ଏବେ ସ୍ଥିରୀକୃତ ସମୟକୁ ଅନୁସରଣ କରିବାକୁ ପଡୁଛି। ପ୍ରତ୍ୟେକ ଦିନ ଭକ୍ତମାନେ ବାନା ବାନ୍ଧିବାକୁ ମାନସିକ କରିଥାଆନ୍ତି। ସେମାନେ ବାନାଗୁଡ଼ିକୁ ଆଣି ମନ୍ଦିର ଶାଖା କାର୍ଯ୍ୟାଳୟରେ ଡିପୋଜିଟ୍‌ କରନ୍ତି। ତା’ପରେ ଜଣେ ପିଲା ଦ୍ୱାରା ଲଟେରି କାମ ସମ୍ପାଦିତ ହୁଏ। ପ୍ରଥମ ନମ୍ବରରେ ଉଠିଥିବା ୧୪ ହାତିଆ ବାନାକୁ ହିଁ ପ୍ରଥମେ ବନ୍ଧାଯାଏ। ପ୍ରତିଦିନ କେବଳ ଗୋଟିଏ ୧୪ ହାତିଆ ମୁଖ୍ୟ ବାନା ବନ୍ଧାଯାଇଥାଏ। ବାନା ବାନ୍ଧିବା ପୂର୍ବରୁ ଘରକୁ ଯାଇ ସ୍ନାନକରୁ। ତା’ପରେ ମଠା ପାଲଟି, ମୁକୁଟା ପିନ୍ଧି, ତୁଳସୀ ମାଳି ପିନ୍ଧି ଶୁଚିମନ୍ତ ଭାବରେ ପତାକା ବାନ୍ଧିବାକୁ ଆସିଥାଉ। ପ୍ରତ୍ୟେକ ଦିନ ମହାପ୍ରଭୁଙ୍କର ଏହି କାମ ମୁଁ ନିରବଚ୍ଛିନ୍ନ ଭାବରେ କରିଆସୁଛୁ। କୌଣସି ପ୍ରକାର ଝଡ଼ଝଞ୍ଜାକୁ ଖାତିର ନ କରି ଏହି କାମ ଚାଲିଛି। ଏହାଠାରୁ ଆଉ ବଡ଼ ଅନୁଭୂତି କିଛି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟର ତାଲିକାରେ ନାହିଁ ନାଁ, କଂଗ୍ରେସର ନିଆଳି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

ଭୁବନେଶ୍ୱର,୧୭।୫: ଭୋଟର ତାଲିକାରେ ତାଙ୍କ ନାମ ନ ଥିବାରୁ କଂଗ୍ରେସର ନିଆଳି ବିଧାୟକ ପ୍ରାର୍ଥୀ ଜ୍ୟୋତି ରଂଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ କରାଯାଇଛି। ଦୁଇ ଦିନ...

ଓଡ଼ିଶା ପାଇଁ ଭାଜପା ଖୋଜୁଛି ମୁଖ୍ୟମନ୍ତ୍ରୀ ଫେସ୍‌, ଆଗରେ ଅଛନ୍ତି ଧର୍ମେନ୍ଦ୍ରଙ୍କ ସମେତ ଏସବୁ ନେତା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭।୫: ଲୋକ ସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ରାଜ୍ୟରେ ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି। କାରଣ ବିଜୁ...

କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ

ବାରିପଦା,୧୭।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ସ୍ଥିତ ବୁଢିଖମାରୀ ଠାରେ ଆତଂକ ଖେଳାଉଥିବା କଲରାପତରିଆ ବାଘକୁ ବନବିଭାଗ କାବୁ କରିଛି ।...

ଭୁବନେଶ୍ୱରରେ ପହଞ୍ଚିଲେ ହେମାମାଳିନୀ

ଭୁବନେଶ୍ୱର,୧୭ା୫: ଅଭିନେତ୍ରୀ ତଥା ଭାଜପା ଏମ୍‌ପି ହେମାମାଳିନୀ ଶୁକ୍ରବାର ପୂର୍ବାହ୍ନରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭାଜପା କର୍ମୀମାନେ ପହଞ୍ଚି ତାଙ୍କୁ...

ବାରିପଦା ସହରରେ ବୁଲୁଛି ବାଘ

ବାରିପଦା,୧୭ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ବୁଢ଼ିଖମାରୀଠାରେ କଲରାପତରିଆ ବାଘ ଆତଙ୍କ ଖେଳାଇବାରେ ଲାଗିଛି। ବାଘଟି ଏକ ସ୍କୁଲ ମଧ୍ୟରେ ପଶିଯାଇଥିବାରୁ ଧରିବା...

ଚଳିତ ମାସ ଶେଷରେ ବଙ୍ଗୋପସାଗରରେ ଆସିପାରେ ବାତ୍ୟା, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

ଭୁବନେଶ୍ୱର,୧୭।୫: ଚଳିତ ମାସର ଶେଷ ଭାଗରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଯଦିଓ ଭାରତ ପାଣିପାଗ ବିଭାଗ (ଆଇଏମଡି) ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ପୂର୍ବାନୁମାନ...

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ

କଟକ,୧୭।୫: ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ। ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ ବୋଲି...

ଆଦିବାସୀଙ୍କୁ ମିଳୁନି ମହୁଲର ଉଚିତ ମୂଲ୍ୟ

ରାୟଗଡ଼ା,୧୭।୫(ଆଶିଷ ରଞ୍ଜନ ପଣ୍ଡା): ଜଙ୍ଗଲଜାତ ଦ୍ରବ୍ୟ ମହୁଲ ପାଇଁ ରାୟଗଡ଼ା ଜିଲାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ମହୁଲ କ୍ରୟ ଉପରେ କୌଣସି ବିଭାଗର ନିୟନ୍ତ୍ରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri