ଶୁଚିମନ୍ତ ହୋଇ ବାନା ବାନ୍ଧୁ: ଚୂନରା ସେବକ ଶରତ ମହାନ୍ତି

ଜଗତର ନାଥ ଲୀଳାମୟଙ୍କ ଆଶୀର୍ବାଦରୁ ହିଁ ମୁଁ ଗତ ୪୫ ବର୍ଷ ଧରି ଚୂନରା ସେବକ କାମ ଠିକ୍‌ ଭାବରେ ତୁଲାଇ ଆସୁଛି। କେବଳ ପତାକା ବନ୍ଧା କାମ ନୁହେଁ, ବିବାହ କରି ଶାଢ଼ି ବନ୍ଧାଇଲା ପରେ ଗରୁଡ଼ଙ୍କୁ ସେବା, ରତ୍ନ ସିଂହାସନରେ ଚାନ୍ଦୁଆ ବନ୍ଧା, ପ୍ରତ୍ୟେକ ଏକାଦଶୀରେ ମହାଦୀପ ଜାଳିବା, ମାର୍ଗଶୀର ଦେବ ଦୀପାବଳିରେ ମହାପ୍ରଭୁଙ୍କ ଶ୍ରାଦ୍ଧ ଉପଲକ୍ଷେ ତିନି ଦେଉଳରେ ଦୀପ ଜାଳିବା କାର୍ଯ୍ୟ ଚୂନରା ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ପତାକା ବାନ୍ଧିବାର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ରହିଛି। ପ୍ରତିଦିନ ଅପରାହ୍ନ ୫ଟାରେ ହିଁ ପତାକା ବନ୍ଧା କାର୍ଯ୍ୟ ହୁଏ। ପୂର୍ବରୁ ଏହାର କୌଣସି ନିର୍ଦ୍ଦିଷ୍ଟ ସମୟ ନ ଥିଲା। କିନ୍ତୁ ଏବେ ସ୍ଥିରୀକୃତ ସମୟକୁ ଅନୁସରଣ କରିବାକୁ ପଡୁଛି। ପ୍ରତ୍ୟେକ ଦିନ ଭକ୍ତମାନେ ବାନା ବାନ୍ଧିବାକୁ ମାନସିକ କରିଥାଆନ୍ତି। ସେମାନେ ବାନାଗୁଡ଼ିକୁ ଆଣି ମନ୍ଦିର ଶାଖା କାର୍ଯ୍ୟାଳୟରେ ଡିପୋଜିଟ୍‌ କରନ୍ତି। ତା’ପରେ ଜଣେ ପିଲା ଦ୍ୱାରା ଲଟେରି କାମ ସମ୍ପାଦିତ ହୁଏ। ପ୍ରଥମ ନମ୍ବରରେ ଉଠିଥିବା ୧୪ ହାତିଆ ବାନାକୁ ହିଁ ପ୍ରଥମେ ବନ୍ଧାଯାଏ। ପ୍ରତିଦିନ କେବଳ ଗୋଟିଏ ୧୪ ହାତିଆ ମୁଖ୍ୟ ବାନା ବନ୍ଧାଯାଇଥାଏ। ବାନା ବାନ୍ଧିବା ପୂର୍ବରୁ ଘରକୁ ଯାଇ ସ୍ନାନକରୁ। ତା’ପରେ ମଠା ପାଲଟି, ମୁକୁଟା ପିନ୍ଧି, ତୁଳସୀ ମାଳି ପିନ୍ଧି ଶୁଚିମନ୍ତ ଭାବରେ ପତାକା ବାନ୍ଧିବାକୁ ଆସିଥାଉ। ପ୍ରତ୍ୟେକ ଦିନ ମହାପ୍ରଭୁଙ୍କର ଏହି କାମ ମୁଁ ନିରବଚ୍ଛିନ୍ନ ଭାବରେ କରିଆସୁଛୁ। କୌଣସି ପ୍ରକାର ଝଡ଼ଝଞ୍ଜାକୁ ଖାତିର ନ କରି ଏହି କାମ ଚାଲିଛି। ଏହାଠାରୁ ଆଉ ବଡ଼ ଅନୁଭୂତି କିଛି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ: ବାଲି ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ…

ଜୟପୁର, ୮।୭(ପବନ ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା…

ମଦ ଦୋକାନକୁ ନେଇ ଅସନ୍ତୋଷ:  ବିରୋଧ, ରାସ୍ତାରୋକୋ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନମ୍ବର-୧ର ନିଗମାନନ୍ଦ ବିହାର ଛକ ନିକଟରେ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଅସନ୍ତୋଷ ତେଜି ଉଠିଛି।…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ

ଭୁବନେଶ୍ୱର,୮।୭(ସୁନିତ୍‌ ମିଶ୍ର): ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ। ବିକାଶ ଓ ପରିବେଶ ପରସ୍ପରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri