ସଚେତନ ରହିଲେ ସୁରକ୍ଷିତ ରହିବେ : କମିଶନର

ଭୁବନେଶ୍ୱର,୧୯।୧(ବ୍ୟୁରେ): ଗଣତାନ୍ତ୍ରିକ ଦେଶରେ ଯେ ପର୍ଯ୍ୟନ୍ତ ସାଧାରଣ ଲୋକେ ସଚେତନ ନ ହେବେ ସେ ପର୍ଯ୍ୟନ୍ତ ଆଇନ୍‌କୁ କଡାକଡି ପାଳନ କରିବା ଓ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ସମ୍ଭବପର ନୁହେଁ। ନିଜେ ସଚେତନ ରହିଲେ ନିଜକୁ ସୁରକ୍ଷିତ ରଖିପାରିବା। ସୋମବାର ଏଜି ଛକସ୍ଥିତ ଟ୍ରାଫିକ ଥାନା-୧ରେ ଆୟୋଜିତ ୩୨ତମ ‘ସଡ଼କ ସୁରକ୍ଷା ମାସ’କୁ ଉଦ୍‌ଘାଟନ କରି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହା କହିଛନ୍ତି। ପ୍ରତିବର୍ଷ ସଡକ ସୁରକ୍ଷା ସପ୍ତାହ ପାଳନ କରି ଲୋକଙ୍କୁ ସଚେତନ କରାଯାଉଛି। ମୋଟା ଅଙ୍କର ଜରିମାନା ସତ୍ତ୍ୱେ ଲୋକେ ସ୍ବତଃପ୍ରବୃତ୍ତ ଭାବେ ଆଇନକୁ ପାଳନ କରୁନାହାନ୍ତି। ତେଣୁ ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ଚଳିତବର୍ଷ ସଡକ ସୁରକ୍ଷା ମାସ ପାଳନ କରାଯାଉଛି ବୋଲି ସେ କହିଛନ୍ତି।
ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର କହିଲେ, ଆସନ୍ତା ୧୭ ତାରିଖ ଯାଏ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ବିନ୍‌ସିଟିର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଟ୍ବିନ୍‌ସିଟିରେ ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଥିବାବେଳେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆମ ସହ ମିଶି ଜନସାଧାରଣଙ୍କୁ ସଚେତନ କରାଇବେ। ଏହାସହ ପୋଲିସ ବିଭିନ୍ନ ବସ୍ତିକୁ ଯାଇ ବସ୍ତି ବାସିନ୍ଦାଙ୍କୁ ଟ୍ରାଫିକ ନିୟମ ବାବଦରେ ସଚେତନ କରାଇବ। ସେହିପରି ଡବଲ୍‌ ହେଲ୍‌ମେଟ୍‌ ଓ ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଯେ କୌଣସି ପରିସ୍ଥିତିରେ ଲୋକଙ୍କ ଜୀବନ ବଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ଡିସିପ ମିଶ୍ର କହିଛନ୍ତି।
ଏହି ଅବସରରେ ପୋଲିସ କମିଶନର ଟ୍ରାଫିକ ଥାନା-୧ର ସହାୟତା ସେଲ୍‌ ଉଦ୍‌ଘାଟନ୍‌ କରିଥିଲେ। ଟ୍ରାଫିକ ନିୟମ ଓ ଜରିମାନା ସମ୍ପର୍କରେ କୌଣସି ସୂଚନା ପାଇଁ ଲୋକେ ଏହି ସେଲ୍‌ରେ ଯୋଗାଯୋଗ କରିପାରିବେ। କାର୍ଯ୍ୟକ୍ରମରେ ଆମ୍ରି ହସ୍ପିଟାଲ ପକ୍ଷରୁ କମିଶନରେଟ୍‌ ପୋଲିସକୁ ୨୫ଟି ଫାଷ୍ଟ-ଏଡ୍‌ କିଟ୍‌ ବକ୍ସ ପ୍ରଦାନ କରାଯାଇଥିଲା। ଶେଷରେ ଟ୍ରାଫିକ ପୋଲିସ ଓ ଆମ୍ରି ହସ୍ପିଟାଲ ପକ୍ଷରୁ ଏକ ବାଇକ୍‌ ସଚେତନତା ଶୋଭାଯାତ୍ରା ବାହାରିଥିଲା। କମିଶନର ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ, ଅତିରିକ୍ତ ଟ୍ରାଫିକ ଡିସିପି, ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ଓ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri