ସାବଧାନ! ଟିଭି ସିରିଏଲ୍‌ ଯୋଗୁ ବଢୁଛି ଛାଡ଼ପତ୍ର ମାମଲା

ଓ୍ବାଶିଂଟନ,୧୪।୩: ଏବେ ଟିଭି, କମ୍ପ୍ୟୁଟର, ମୋବାଇଲ ଆଦି ଆମ ଦୈନଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରିଛି। ଏସବୁରେ ବ୍ୟସ୍ତ ରହି କେତେକ ନିଜର ବାସ୍ତବ ଜୀବନରେ ଜୀବନସାଥିଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେଉଥିବା ବହୁ ଘଟଣା ଘଟୁଥିବା ଲକ୍ଷ୍ୟ କରାଯାଉଛି। ତେବେ ଅଧିକ ସିରିଏଲ୍‌ ଦେଖିଲେ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହେଉଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବହୁ କ୍ଷେତ୍ରରେ ଏଭଳି ଅଶାନ୍ତିର ଅନ୍ତ ଛାଡ଼ପତ୍ରରେ ହିଁ ଘଟୁଛି। ସୁଖୀ ଦାମ୍ପତ୍ୟ ଜୀବନରେ ଅଯଥା କୋର୍ଟ କଚେରୀ ମାମଲାର ଅନୁପ୍ରବେଶ ହେଉଛି। ସିରିଏଲ୍‌ରେ ଅଭିନୟ କରୁଥିବା ଚରିତ୍ରଙ୍କ ପ୍ରତି ଦର୍ଶକ ନିଜକୁ ଅଧିକ ଜଡ଼ିତ କରି ନେଉଛନ୍ତି। ଫଳରେ ସେମାନଙ୍କ ମନରେ ନିଜ ଜୀବନସାଥୀଙ୍କ ପ୍ରତି ବେଳେବେଳେ ନକାରାତ୍ମକ ଭାବନା ସୃଷ୍ଟି ହେଉଛି। କେତେକ ସିରିଏଲ୍‌ରେ ବିବାହ ପରବର୍ତ୍ତୀ ଜୀବନରେ ରହୁଥିବା ସମ୍ପର୍କକୁ ପ୍ରଦର୍ଶିତ କରାଯାଉଛି। ଏହାଯୋଗୁ ଦର୍ଶକମାନେ ମଧ୍ୟ ବେଶ୍‌ ପ୍ରଭାବିତ ହେଉଥିବା ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଧୀରେଧୀରେ ସେମାନଙ୍କ ଜୀବନ ଧାରଣ ଶୈଳୀରେ ପରିବର୍ତ୍ତନ ମଧ୍ୟ ଆସୁଛି। ୩୯୦ ଜଣ ଦମ୍ପତିଙ୍କ ଉପରେ ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ଆମେରିକାର ମିସିଗାନସ୍ଥିତ ଏଲବିଅନ୍‌ କଲେଜ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ଟିଭି ସିରିଏଲ୍‌ ଯୋଗୁ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେଉଥିବା ସନ୍ତୁଷ୍ଟି, ରୋମାଣ୍ଟିକ୍‌ ରିଲେଶନ୍‌ଶିପ୍‌, ଆଶା-ଆକାଂକ୍ଷା, ପ୍ରତିଶ୍ରୁତିବଦ୍ଧତା, ରୋମାନ୍ସ ଆଦି ଉପରେ ପ୍ରଶ୍ନ ପଚରା ଯାଇଥିଲା। ଅଧାରୁ ଅଧିକ ଦମ୍ପତି ଟିଭି ସିରିଏଲ୍‌ ଯୋଗୁ ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ସହିତ ଦାମ୍ପତ୍ୟ ଜୀବନରେ ଅଧିକାଂଶ ଶୈଳୀ ନକାରାତ୍ମକ ମନେ ହେଉଥିବା ପ୍ରକାଶ କରିଥିଲେ। ଦର୍ଶକ ବାସ୍ତବତା ଭୁଲି ମିଥ୍ୟା ଆଶାରେ ବଞ୍ଚିବାକୁ ଆରମ୍ଭ କରୁଥିବା ଗବେଷକ ଡ. ଜେରେମି ଓସବୋର୍ନ ସୂଚନା ଦେଇଛନ୍ତି। ଜୀବନସାଥିଙ୍କ ତୁଳନାରେ ଅନ୍ୟ ବ୍ୟକ୍ତି ବିଶେଷ ଅଧିକ ଆକର୍ଷକ ଲାଗିଥାନ୍ତି। ଏହା ଯୋଗୁ ସାଥୀଙ୍କ ପ୍ରତି ବିଶ୍ୱାସଘାତକତା କରିବା ଆରମ୍ଭ ହୋଇଥାଏ ବୋଲି ଓସବୋର୍ନ କହିଛନ୍ତି। ତେବେ ନିଜ ଉପରେ ନିୟନ୍ତ୍ରଣ ଆଣିଲେ ଏଭଳି ସମସ୍ୟା ସହଜରେ ଦୂର ହୋଇପାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?