Posted inଖେଳ

କ୍ଷତିରେ ପଡିଲା ବିସିସିଆଇ: ବୁଡିଲା ଏତିକି ଟଙ୍କା

ନୂଆଦିଲ୍ଲୀ,୫।୫: ଆଇପିଏଲର ୧୪ତମ ସିଜିନ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଆଇପିଏଲ ସ୍ଥଗିତାଦେଶ ପରେ ବୋର୍ଡର କ୍ଷତି ବିଷୟରେ ଏବେ ଚର୍ଚ୍ଚା ହେଉଛି। ବିସିସିଆଇ ଆଇପିଏଲ୍‌ର ପ୍ରତି ସିଜିନରୁ ହାରାହାରି ୪ ହଜାର କୋଟି ଟଙ୍କା ରୋଜଗାର କରେ। କିନ୍ତୁ ଚଳିତ ସିଜନରେ ୬୦ଟି ମ୍ୟାଚ ମଧ୍ୟରୁ କେବଳ ୨୯ଟି ଖେଳାଯାଇଛି। ଏଭଳି ପରିସ୍ଥିତିରେ ବୋର୍ଡ ୨୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିପାରେ ବୋଲି ଆକଳନ କରାଯାଇଛି।

ବିସିସିଆଇର ଏକ ସୂତ୍ରରୁ ପ୍ରକାଶ ଯେ ମଧ୍ୟଭାଗରେ ଲିଗ ସ୍ଥଗିତ ହେତୁ ଆମେ ୨୦୦୦ରୁ ୨୫୦୦ କୋଟି ଟଙ୍କା ମଧ୍ୟରେ କ୍ଷତି ହେବାର ସମ୍ଭାବନା ରହିଛି। ଯଦି ସଠିକ ଆକଳନ ବିଷୟରେ କରାଯାଏ ତେବେ ଏହା ପ୍ରାୟ ୨୨୦୦ କୋଟି ଟଙ୍କା ହେବ। ୫୨ ମ୍ୟାଚ୍‌ ବିଶିଷ୍ଟ ଏହି ଟୁର୍ନାମେଣ୍ଟ ମେ ୩୦ ପର୍ଯ୍ୟନ୍ତ ଖେଳାଯିବାର ଥିଲା। ଟୁର୍ନାମେଣ୍ଟର ଆଉ ୩୧ଟି ମ୍ୟାଚ ଅନୁଷ୍ଠିତ ହେବାର ଥିଲା। ବୋର୍ଡର ପ୍ରସାରଣ ରାଜସ୍ବ ସବୁଠୁ ବଡ କ୍ଷତି ହେବ। ଚଳିତ ସିଜିନ୍‌ ପ୍ରଶଂସକଙ୍କ ବିନା କରାଯାଉଥିଲା। ବୋର୍ଡ ଏବଂ ଫ୍ରାଞ୍ଚାଇଜମାନେ ଟିକେଟ ରାଜସ୍ବ ମଧ୍ୟ ହରାଉଛନ୍ତି।

ଷ୍ଟାର ପାଞ୍ଚ ବର୍ଷ ପାଇଁ ୧୬,୩୪୭ କୋଟି ଟଙ୍କା ଚୁକ୍ତି କରିଥିଲା। ଅର୍ଥାତ୍‌ ଗୋଟିଏ ମ୍ୟାଚ୍‌ ପ୍ରାୟ ୫୪.୫ କୋଟି ଟଙ୍କା ମୂଲ୍ୟ ଥାଏ। ଅର୍ଥାତ୍‌ ବୋର୍ଡ କେବଳ ଷ୍ଟାରଠାରୁ ୨୯ଟି ମ୍ୟାଚରୁ ୧୫୮୦କୋଟି ଟଙ୍କା ପାଇବ। କିନ୍ତୁ ୩୧ଟି ମ୍ୟାଚର ନ ହେବାରୁ ପ୍ରାୟ ୧୬୯୦ କୋଟି କ୍ଷତି ଘଟାଇବ। ସେହିଭଳି ଟାଇଟଲ ପ୍ରଯୋଜକମାନଙ୍କଠାରୁ ୪୪୦ କୋଟି ଟଙ୍କା ଗ୍ରହଣ କରାଯାଉଥିଲା। ଟୁର୍ନାମେଣ୍ଟର ଅଧା ହେତୁ କେବଳ ଅଧା ରାଶି ଅର୍ଥାତ୍‌ ୨୨୦ କୋଟି ମିଳିବ। ଏହା ବ୍ୟତୀତ ଅନ୍ୟ ପ୍ରଯୋଜକମାନଙ୍କଠାରୁ ପ୍ରାପ୍ତ ପରିମାଣରେ ସମାନ ହ୍ରାସ ଘଟିବ। ଅତିକମରେ ୨୨୦୦ କୋଟି କ୍ଷତି ହେବ ବୋଲି ବୋର୍ଡ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri