Posted inଖେଳ

ବିଶ୍ୱ ଚାମ୍ପିୟନ ଟିମ ପାଇଁ ଭଣ୍ଡାର ଖୋଲିଦେଲା BCCI: ଏତିକି କୋଟି ଟଙ୍କାର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୭।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଭାରତ ୧୦୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହାକୁ ମିଶାଇ ଭାରତ ୬ଷ୍ଠ ଥରଲାଗି ଟାଇଟଲ ବିଜୟୀ ହୋଇଛି। ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଚାମ୍ପିୟନ ହୋଇଥିଲା। ବୈଭବଙ୍କ ବିସ୍ଫୋରକ ୧୭୫ ରନର ଇନିଂସ ସହାୟତାରେ ଭାରତ ୫୦ ଓଭରରେ ୯ ଉଇକେଟ ହରାଇ ୪୧୧ ରନ କରିଥିଲା। ଜବାବରେ ଇଂଲଣ୍ଡ କାଲେବ ଫାଲ୍କନରଙ୍କ ଶତକ ସତ୍ତ୍ୱେ ୪୦.୧ ଓଭରରେ ୩୧୧ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ବୈଭବ ଗୋଟିଏ ଇନିଂସରେ ବ୍ୟକ୍ତିଗତ ସର୍ବାଧିକ ସ୍କୋର, ସର୍ବାଧିକ ଛକା, ଦ୍ରୁତତମ ୧୫୦ ଆଦି ଅନେକ ରେକର୍ଡର ଅଧିକାରୀ ହୋଇଥିଲେ।

U-19 ବିଶ୍ବ ଚାମ୍ପିୟନ ଟିମ ପାଇଁ ପୁରସ୍କାର ଘୋଷଣା କରିଛି ବିସିସିଆଇ। ଭାରତୀୟ ଦଳକୁ ୭.୫ କୋଟି ଟଙ୍କାର ପୁରସ୍କାର ଦିଆଯିବ ବୋଲି କହିଛି ବିସିସିଆଇ। ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଏହି ସୂଚନା ଦେଇଛନ୍ତି।

ରେକର୍ଡ ୪୧୨ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ କେବେହେଲେ ଭାରତ ସମକକ୍ଷ ପ୍ରଦର୍ଶନ କରିପାରି ନ ଥିଲା। ଟପ୍‌ ଅର୍ଡରରେ ବେନ୍‌ ଡକିନ୍ସ ୬୬, ବେନ୍‌ ମାୟେସ ୪୫ ଓ ଥୋମାସ ରିଉ ୩୧ ରନକରି ଯଦିଓ କିଛିଟା ଚ୍ୟାଲେଞ୍ଜ ଦେଇଥିଲେ ତେବେ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ୧୭୭ ରନ ମଧ୍ୟରେ ଦଳ ୭ ଉଇକେଟ ହରାଇ ବଡ଼ ପରାଜୟ ମୁହାଁ ହୋଇଥିବାବେଳେ ୮ମ ଉଇକେଟରେ କାଲେବ ଫାଲ୍କନର ଓ ଜେମ୍ସ ମିଣ୍ଟୋ ୮୦ ବଲ୍‌ରୁ ୯୨ ରନର ଭାଗୀଦାରି ଗଢ଼ି କିଛିଟା ଚ୍ୟାଲେଞ୍ଜ ଦେଇଥିଲେ। ମାତ୍ର ଏହି ଯୋଡ଼ି ଭାଙ୍ଗିବା ସହ ଇଂଲଣ୍ଡ ପରାଜୟ ନିଶ୍ଚିତ ହୋଇଯାଇଥିଲା। ସାହସିକ ଶତକୀୟ ଇନିଂସ ଖେଳିଥିବା ଫାଲ୍କନର ଦଳ ପକ୍ଷରୁ ସର୍ବାଧିକ ୧୧୫ ରନ ସ୍କୋର କରିଥିଲେ। ସେ ୬୭ଟି ବଲ୍‌ର ସମ୍ମୁଖୀନ ହୋଇ ନିଜ ଇନିଂସ ମଧ୍ୟରେ ୯ ଚୌକା ଓ ୭ ଛକା ମାରିଥିଲେ। ଭାରତ ପକ୍ଷରୁ ଆର.ଏସ. ଆମ୍ବ୍ରିସ ୩ଟି, ଦୀପେଶ ଦେବେନ୍ଦ୍ରନ ଓ କନିଷ୍କ ଚୌହାନ ୨ଟି ଲେଖାଏ ଏବଂ ଖିଲାନ ପଟେଲ ଓ ଆୟୁଷ ମାହାତ୍ରେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ମାତ୍ର ୨୦ ରନରେ ଓପନର ଆରୋନ ଜର୍ଜ (୯)ଙ୍କ ଉଇକେଟ ହରାଇ ଯଦିଓ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ତେବେ ଦ୍ୱିତୀୟ ଉଇକେଟରେ ବୈଭବ ସୂର୍ଯ୍ୟବଂଶୀ ଓ ଅଧିନାୟକ ଆୟୁଷ ମାହାତ୍ରେଙ୍କ ଦ୍ରୁତ ଶତକୀୟ ଭାଗୀଦାରି ବଳରେ ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲା। ଦୁହେଁ ଦ୍ୱିତୀୟ ଉଇକେଟରେ ୯୦ ବଲ୍‌ରୁ ୧୪୨ ରନ ଯୋଗ କରିବାପରେ ଯୋଡ଼ି ଭାଙ୍ଗିଥିଲା। ମାହାତ୍ରେ ୫୧ ବଲ୍‌ରୁ ୫୩ ରନକରି ଆଉଟ ହୋଇଥିଲେ। ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ସାଜିଥିଲେ ବିସ୍ଫୋରକ ବୈଭବ। ସେ ମାତ୍ର ୮୦ ବଲ୍‌ରୁ ୧୫ ଚୌକା ଓ ୧୫ ଛକା ସହାୟତାରେ ୧୭୫ ରନ ସ୍କୋର କରି ଏକାଧିକ ରେକର୍ଡର ଅଧିକାରୀ ହୋଇଯାଇଥିଲେ। ମିଡିଲ ଅର୍ଡରରେ ବେଦାନ୍ତ ତ୍ରିବେଦୀ ୩୨, ଭିହାନ ମାଲହୋତ୍ରା ୩୦, ଅଭିଜ୍ଞାନ କୁଣ୍ଡୁ ୪୦ ଓ କନିଷ୍କ ଚୌହାନ ଅପରାଜିତ ୩୭ ରନ ସ୍କୋର କରିବାରୁ ଭାରତ ସ୍କୋର ୪୦୦ ଅତିକ୍ରମ କରିଯାଇଥିଲା। ୧୪ ବର୍ଷୀୟ ବୈଭବ ମାତ୍ର ୫୫ ବଲ୍‌ରୁ ଶତକ ପୂରଣ କରିଥିଲେ, ଯାହାକି ଦ୍ୱିତୀୟ ଶ୍ରେଷ୍ଠ। ଟୁର୍ନାମେଣ୍ଟ ଇତିହାସରେ ସର୍ବକନିଷ୍ଠ ଶତକ ହାସଲକାରୀ ରେକର୍ଡର ଅଧିକାରୀ ଥିବା ବୈଭବ ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପର ଫାଇନାଲରେ ସର୍ବାଧିକ ରନ ସ୍କୋର କରିବାରୁ ଭାରତୀୟ ସ୍କୋର ମଧ୍ୟ ସର୍ବୋଚ୍ଚ (୪୧୧) ହୋଇଯାଇଥିଲା। କେବଳ ବାଉଣ୍ଡରିରୁ ସେ ୧୫୦ ରନ ସଂଗ୍ରହ କରିଥିଲେ; ଯାହା କି ଏକ ରେକର୍ଡ। ସେ ମାତ୍ର ୭୧ ବଲ୍‌ରୁ ଦ୍ରୁତତମ ୧୫୦ ରନ ପୂରଣ କରିବାରେ ସକ୍ଷମ ହୋଇଥିଲେ। ଏହି ବିଶ୍ୱକପ୍‌ରେ ସୂର୍ଯ୍ୟବଂଶୀ ରେକର୍ଡ ୨୨ଟି ଛକା ମାରିଥିଲେ। ପୂର୍ବରୁ ଦକ୍ଷିଣ ଆଫ୍ରିକାର ଡଓ୍ବୋଲ୍ଡ ବ୍ରେଭିସ ୨୦୨୨ରେ ୧୮ ଛକା ସହ ରେକର୍ଡର ଅଧିକାରୀ ଥିଲେ। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ଜେମ୍ସ ମିଣ୍ଟୋ ୩ଟି, ସେବାଷ୍ଟିଆନ ମୋର୍ଗାନ ଓ ଆଲେକ୍ସ ଗ୍ରୀନ୍‌ ୨ଟି ଲେଖାଏ ଏବଂ ମାନି ଲୁମ୍ସଡେନ ଗୋଟିଏ ଉଇକେଟ ନେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?