Posted inଖେଳ

ବିସିସିଆଇ ଏଜିଏମ୍‌: ୨୦୨୨ ଆଇପିଏଲ୍‌ରେ ୧୦ ଟିମ୍‌ ଭାଗ ନେବେ

ଅହମ୍ମଦାବାଦ,୨୫।୧୨(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ଗୁରୁବାର ଅନୁଷ୍ଠିତ ଏହି ହାଇପ୍ରୋଫାଇଲ ବୈଠକରେ ଆଇପିଏଲ୍‌ ଦଳ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ୨୦୨୨ରେ ୮ ବଦଳରେ ୧୦ଟି ଦଳ ଆଇପିଏଲ୍‌ରେ ଅଂଶଗ୍ରହଣ କରିବେ। ତେବେ ୨୦୨୧ରେ ପୂର୍ବପରି ୮ ଦଳକୁ ନେଇ ଆଇପିଏଲ୍‌ ଖେଳାଯିବ। ପୁଣି କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ହୋଇଥିବା ଦେଶର ପ୍ରଥମଶ୍ରେଣୀ ମହିଳା ଓ ପୁରୁଷ କ୍ରିକେଟରମାନଙ୍କୁ କ୍ଷତିପୂରଣ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।
ଗୁରୁବାର ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ବୈଠକ ହୋଇଥିଲା। ଏଥିରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବୋର୍ଡରେ ପୂର୍ବପରି ନିର୍ଦ୍ଦେଶକ ପଦରେ ରହି କାର୍ଯ୍ୟକରିବେ ଓ ରାଜୀବ ଶୁକ୍ଳାଙ୍କୁ ବିସିସିଆଇ ଉପସଭାପତି ଭାବେ ନିଯୁକ୍ତ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ଆଇସିସିର ପ୍ରୟାସକୁ ସମର୍ଥନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ଆସନ୍ତାବର୍ଷ ଆଇପିଏଲ୍‌ରେ ଦଳ ସଂଖ୍ୟା ବୃଦ୍ଧି କରିବା ନେଇ ହେବାକୁ ଥିବା ପ୍ରକ୍ରିୟା ପାଇଁ ହାତରେ ଆବଶ୍ୟକ ସମୟ ନାହିଁ ବୋଲି ବୈଠକରେ ସଦସ୍ୟମାନେ ହୃଦୟଙ୍ଗମ କରିଥିଲେ। କାରଣ ଏଥିପାଇଁ ଟେଣ୍ଡର ଫ୍ଲୋଟିଂ ପ୍ରୋସେସ, ମ୍ୟାଚ ସଂଖ୍ୟା ବୃଦ୍ଧି ଓ ସାମିଲ ହେବାକୁ ଥିବା ସବୁ ବିଦେଶୀ ଖେଳାଳିଙ୍କ ଅନ୍ତର୍ଜାତୀୟ କ୍ୟାଲେଣ୍ଡରରେ ସନ୍ତୁଳନ ଆଣିବା ନିଶ୍ଚିତ ଭାବେ କଷ୍ଟକର ଥିଲା।
ଅଲିମ୍ପିକ୍ସରେ ଟି୨୦
୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟର ଟି୨୦ ଫର୍ମାଟ୍‌କୁ ସାମିଲ କରିବାକୁ ଆଇସିସି ପ୍ରୟାସ ଆରମ୍ଭ କରିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି)ଠାରୁ ମଧ୍ୟ ଏ ନେଇ ସ୍ପଷ୍ଟୀକରଣ ଦେଇଛି। ଏ ସଂକ୍ରାନ୍ତରେ ଆଇସିସିକୁ ସମର୍ଥନ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଏ ନେଇ କେତୋଟି ଆଇନଗତ ସମସ୍ୟା ରହିଛି। ବିସିସିଆଇ ଏକ ସ୍ବୟଂଶାସିତ ସଂସ୍ଥା। ଏହି ଅଟୋନୋମିକୁ ଆମେ ବଜାୟ ରଖିବାକୁ ଚାହିଁବୁ। ଆମର ଲିଗାଲ ଟିମ୍‌ ଏନେଇ କାର୍ଯ୍ୟକରୁଛି ଏଜିଏମ୍‌ରେ ଭାଗ ନେଇଥିବା ଜଣେ ସଦସ୍ୟ କହିଛନ୍ତି। ତେବେ ଏ ନେଇ ଥିବା ସମସ୍ୟାକୁ ବୋର୍ଡ ତରଫରୁ ସ୍ପଷ୍ଟ କରାଯାଇନାହିଁ।
ଟ୍ୟାକ୍ସ ଛାଡ଼ ନ ହେଲେ ବିସିସିଆଇ ୧୨୩ ମିଲିୟନ ଡଲାର ହରାଇବ
ଆଇସିସି କହିବା ଅନୁସାରେ ଆସନ୍ତାବର୍ଷ ଟି୨୦ ବିଶ୍ୱକପ୍‌ ଆୟୋଜନ କରିବାକୁ ଭାରତ ସରକାରଙ୍କଠାରୁ ପୂରା ଟ୍ୟାକ୍ସ ଛାଡ଼ ନ ପାଇଲେ ବିସିସିଆଇ ଆଇସିସିଠାରୁ ତା’ର ୩୯୦ ମିଲିୟନ ଆମେରିକୀୟ ଡଲାରର ବାର୍ଷିକ ରାଜସ୍ବ କମାଇବାକୁ ରାଜି ହେବ। ଟ୍ୟାକ୍ସ ଛାଡ଼ ପାଇଁ ଆମେ ସରକାରଙ୍କୁ ଅନୁରୋଧ କରିଛୁ ଓ ଏ ନେଇ ଆଇସିସିକୁ ଅବଗତ କରାଇଛୁ। କିନ୍ତୁ ଯଦି ସରକାର ଟ୍ୟାକ୍ସ ଛାଡ଼ ନ କରିନ୍ତି ତା’ହେଲେ ଆମେ ବାର୍ଷିକ ରାଜସ୍ବରୁ ୧୨୩ ମିଲିୟନ ଆମେରିକୀୟ ଡଲାର ହରାଇବୁ। ଏପରି ହେଲେ ଆମେ ୨୬୭ ମିଲିୟନ ଡଲାର ପାଇବୁ। ଭାରତ ୨୦୨୧ରେ ଟି୨୦ ବିଶ୍ୱକପ୍‌ ଆୟୋଜନ କରିବ।
କରୋନା କ୍ଷତିଗ୍ରସ୍ତ ପ୍ରଥମଶ୍ରେଣୀ କ୍ରିକେଟରଙ୍କୁ ସହାୟତା
କୋଭିଡ୍‌-୧୯ କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ସବୁ ମହିଳା ଓ ପୁରୁଷ ପ୍ରଥମଶ୍ରେଣୀ କ୍ରିକେଟରଙ୍କୁ ଆର୍ଥିକ ସହୟତା ପ୍ରଦାନ କରିବାକୁ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କରୋନା କାରଣରୁ ଘରୋଇ କ୍ରିକେଟ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛଇ। ତେବେ ଜାନୁୟାରୀରୁ ସୟଦ ମୁସ୍ତାକ ଅଲି ଟି୨୦ ଚାମ୍ପିୟନଶିପ୍‌ ଆରମ୍ଭ କରିବାକୁ ବୋର୍ଡ ଯୋଜନା କରୁଛି। ରାଜ୍ୟ ଆସୋସିଏଶନଗୁଡିକୁ ବୋର୍ଡ ଅର୍ଥ ଦେବ। ଆସୋସିଏଶନଗୁଡିକ ଏହି ଅର୍ଥ ତା’ର ପୁରୁଷ ଓ ମହିଳା କ୍ରିକେଟରମାନଙ୍କୁ ପ୍ରଦାନ କରିବ।
ଆଇପିଏଲ୍‌ ଅବସରରେ ଜୁନିୟର, ମହିଳା କ୍ରିକେଟ ଆୟୋଜନ
ଆଇପିଏଲ-୧୪ ଚାଲିଥିବା ବେଳେ ବୋର୍ଡ ସବୁ ବୟସବର୍ଗ (୨୩,୧୯, ୧୬ ବର୍ଷରୁ କମ୍‌) ଟୁର୍ନାମେଣ୍ଟ ଓ ସିନିୟର ଓ ଜୁନିୟର ବର୍ଗର ମହିଳା ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ମହାମାରୀ ସମ୍ପର୍କିତ ସମସ୍ୟା ସତ୍ତ୍ୱେ ଏହି ଟୁର୍ନାମେଣ୍ଟ ଆୟୋଜନ ହେବ ବୋଲି ସ୍ପଷ୍ଟ କରାଯାଇଛି।
ଶୁକ୍ଳା ହେଲେ ନୂଆ ଉପସଭାପତି
ବରିଷ୍ଠ କଂଗ୍ରେସ ନେତା ରାଜୀବ ଶୁକ୍ଳା ଆନୁଷ୍ଠାନିକ ଭାବେ ବୋର୍ଡର ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଉତ୍ତରାଖଣ୍ଡର ମାହି ଚୌଧୁରୀ ଇସ୍ତଫା ଦେବା ପରେ ଏହି ପଦ ଖାଲି ଥିଲା। ସେହିପରି ବ୍ରିଜେଶ ପଟେଲ ଆଇପିଏଲ୍‌ ଗଭର୍ନିଂ କାଉନସିଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ଜାରି ରଖିବେ।
ଆଇସିସିରେ ଗାଙ୍ଗୁଲି, ଶାହା ଭାରତର ପ୍ରତିନିଧିତ୍ୱ କରିବେ
ଆଇସିସି ବୋର୍ଡରେ ଗାଙ୍ଗୁଲି ପୂର୍ବ ପରି ନିର୍ଦ୍ଦେଶକ ଭାବେ କାର୍ଯ୍ୟକରିବେ। ସେହିପରି ସମ୍ପାଦକ ଜୟ ଶାହା ବିକଳ୍ପ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟକାରିଣୀ ବୈଠକରେ ଭାରତର ପ୍ରତିନିଧିତ୍ୱ କରିବେ।
ମହିଳା ଟେଷ୍ଟ ମ୍ୟାଚ ଆୟୋଜନ
ମହିଳା ଟେଷ୍ଟ ମ୍ୟାଚ ଆୟୋଜନ ନେଇ ବୈଠକରେ ତତ୍ପରତା ପ୍ରକାଶ କରାଯାଇଛି। ଆସନ୍ତାବର୍ଷରୁ ଦୁଇଟି ମହିଳା ଟେଷ୍ଟ ଆୟୋଜନ କରାଯିବ। ତେବେ ଏ ନେଇ ବିସିସିଆଇ ଆପେକ୍ସ କାଉନସିଲ ଅନ୍ତିମ ନିଷ୍ପତ୍ତି ନେବ।
ଗେମ୍‌ ଡେଭଲପ୍‌ମେଣ୍ଟ ଜିଏମ୍‌ଙ୍କୁ ବହିଷ୍କାର
ଗେମ୍‌ ଡେଭଲପ୍‌ମେଣ୍ଟ ଜିଏମ୍‌ କେ.ଭି.ପି. ରାଓଙ୍କୁ ବହିଷ୍କାର କରାଯାଇଛି। ଇସ୍ତଫା ଦେବାକୁ ତାଙ୍କୁ କୁହାଯାଇଛି। କୋଭିଡ୍‌-୧୯ ସମୟରେ କୌଣସି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାରେ ରାଓ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri