ଗୁଜରାଟ ପରେ ବିବିସିର ଏହି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ, ‘ଜିହାଦି କନ୍ୟା’ଙ୍କୁ ନେଇ ୟୁକେରେ ଲୋକଙ୍କ କ୍ରୋଧ

ନୂଆଦିଲ୍ଲୀ/ବ୍ରିଟେନ,୧୧ ।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଗୁଜରାଟ ଦଙ୍ଗାକୁ ନେଇ ବିବିସି ଦ୍ୱାରା ନିର୍ମତ ଡକ୍ୟୁମେଣ୍ଟାରି ବିବାଦ ଏବେ ପର୍ଯ୍ୟନ୍ତ ଥମି ନ ଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ବିବିସି ଏବେ ଏକ ‘ଜିହାଦି କନ୍ୟା’ ଉପରେ ଡକ୍ୟୁମେଣ୍ଟାରି ନିର୍ମାଣ କରିଛି । ଏହାକୁ ନେଇ ଏବେ ବିବାଦ ଉପୁଜିଛି । ଏହି ଡକ୍ୟୁମେଣ୍ଟୋରିର ନାମ ‘ଦ ଶମିମା ବେଗମ ଷ୍ଟୋରୀ’ ରଖାଯାଇଛି । ଏହାକୁ ନେଇ ଏବେ ବ୍ରିଟେନରେ ବଡ ଧରଣର ବିରୋଧ ପ୍ରଦର୍ଶନ କରାଯାଇଛି । ଲୋକେ ବିବିସିର ସବସ୍କ୍ରିପଶନକୁ ରିନ୍ୟୁ ନ କରିବା କଥା କହୁଛନ୍ତି ।
ସୂଚନାଯୋଗ୍ୟ, ୨୦୧୫ରେ ବ୍ରିଟେନରେ ରହୁଥିବା ଶମିମା ବେଗମ ନାମକ ଜଣେ ୧୫ ବର୍ଷିୟା କନ୍ୟା ଲୁଚିଛପି ସିରିଆ ଚାଲିଯାଇଥିଲେ । ସେଠାରେ ସେ ଇସଲାମିକ ଷ୍ଟେଟ(ଆଇଏସ) ଜଏନ କରିଯାଇଥିଲେ । ଆଇଏସର ଜଣେ ସଦସ୍ୟଙ୍କ ସହ ନିକାହ କରି ନେଇଥିଲେ । ଏହାପରେ ତାଙ୍କୁ ସାରା ବିଶ୍ୱ ‘ଜିହାଦି କନ୍ୟା’ ଭାବେ ଜାଣିଥିଲେ ।
ଶମିମାଙ୍କ ମାତାପିତା ବାଂଲାଦେଶ ବାସିନ୍ଦା । ଆଇଏସରେ ଜଏନ କରିବା ପରେ ୨୦୧୯ରେ ଶମିମା ବେଗମଙ୍କଠାରୁ ରାଷ୍ଟ୍ରୀୟ ସୁରକ୍ଷା ଆଧାରରେ ବ୍ରିଟେନ ସରକାର ତାଙ୍କ ନାଗରିକତା ଛଡାଇ ନେଇଥିଲେ । ଏହାରି ଭିତରେ ସିରିଆରେ ଆଇଏସର ଦବଦବା ଆରମ୍ଭ ହୋଇଯାଇଥିଲା । ସେତେବେଳେକୁ ୨୩ ବର୍ଷର ହୋଇଯାଇଥିବା ଶମିମା ବେଗମ ପୁଣିଥରେ ବ୍ରିଟେନ ଫେରିବାକୁ ଚାହୁଁଥିଲେ ହେଲେ ସରକାର ଏହାକୁ ଅନୁମତି ଦେଇ ନ ଥିଲେ । ତାଙ୍କର ବ୍ରିଟେନ ଫେରିବାକୁ ନେଇ କୋର୍ଟରେ ଏକ ମାମଲା ବି ଚାଲୁଥିଲା ।
ଏବେ ଶମିମାଙ୍କ ପ୍ରତି ସହାନୁଭୁତି ଦେଖାଇ ବିବିସି ଏକ ୯୦ ମିନିଟର ଡକ୍ୟୁମେଣ୍ଟାରି ରିଲିଜ କରିଛି । କୁହାଯାଉଛି କି ଏହି ଡକ୍ୟୁମେଣ୍ଟାରିରେ ଦେଖାଯାଉଛି କି ଶମିମା ସିରିଆ ଯିବା ନିଷ୍ପତ୍ତି ଉପରେ ଦୁଃଖ ପ୍ରକାଶ କରୁଛନ୍ତି । ଲୋକେ ଏହାକୁ ଦେଖି ରାଗି ଯାଇଛନ୍ତି । ବ୍ରିଟେନର ଲୋକେ ଦାବି କରିଛନ୍ତି କି ବିବିସି ଜଣେ ଆତଙ୍କବାଦୀଙ୍କ ଉପରେ ଡକ୍ୟୁମେଣ୍ଟାରୀ ନିର୍ମାଣ କରି ହିଂସା ବଢାଇବାକୁ ଚାହୁଁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri