ଲୋପ ପାଇବାକୁ ବସିଲେଣି ବାଇ ଚଢ଼େଇ

ପୋଲସରା,୨୮ା୫: ଦିନ ଥିଲା ଗଞ୍ଜାମ ଜିଲା ପୋଲସରା ବ୍ଲକର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବାଇ ଚଢ଼େଇର ବସା ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ଖୁବ୍‌ କମ୍‌ ସଂଖ୍ୟାରେ ଦେଖାଯାଉଛନ୍ତି। ଟିକି ବାଇ ଚଢ଼େଇ ବର୍ତ୍ତମାନ ବହୁ ସଂଖ୍ୟାରେ ଲୋପ ପାଇବାକୁ ବସିଲେଣି। ଗୋଟିଏ ମାଈ ଚଢ଼େଇ ବର୍ଷକୁ ଦୁଇଟି ଅଣ୍ଡା ଦେଇଥାଏ। ଏହି ଅଣ୍ଡାକୁ ଫୁଟେଇ ଶାବକ ଜନ୍ମ ପରେ ସେ ମୁକ୍ତ ଆକାଶକୁ ଛାଡ଼ି ଦେଇଥାଏ। ତାଳ ଗଛ ଓ ଖଜୁରୀ ଗଛରେ ସେ ସୁନ୍ଦର ବସା ନିର୍ମାଣ କରିଥାଏ। ବାଇ ଚଢ଼େଇ ଏକ କ୍ଷୁଦ୍ର ପକ୍ଷୀ ହେଲେ ମଧ୍ୟ ଏହାର ବସା ଅତି ଶକ୍ତିଶାଳୀ ହୋଇଥାଏ। ଅତ୍ୟଧିକ ମାତ୍ରାରେ ପବନ ବୋହିଲେ ମଧ୍ୟ ସହଜରେ ବାଇ ଚଢ଼େଇ ବସା ତଳକୁ ଖସି ନଥାଏ। ବର୍ଷା, କୁଆ ପଥର ମାଡରୁ ଅତି ସହଜରେ ଏହି କୁନି ପକ୍ଷୀ ରକ୍ଷା ପାଇଯାଇଥାଏ। ପ୍ରତି ବର୍ଷ ବାଇ ଚଢ଼େଇ ନିଜର ବସାକୁ ନୂଆ କରି ତିଆରି କରିଥାଏ। ମୌସୁମୀ ଆଗମନର କିଛିଦିନ ପୂର୍ବରୁ ସେ ବସା ବାନ୍ଧିବା ଦେଖିବାକୁ ମିଳିଥାଏ। ବାଇ ଚଢ଼େଇ ବସା ବାନ୍ଧିଲେ ଚାଷୀ ହୋଇଥାଏ ଖୁସି। ଅର୍ଥାତ ସେ ନିଜର ଖରିଫ ଚାଷ ଆରମ୍ଭ କରିବାକୁ ପ୍ରସ୍ତୁତି ସହ ମୌସୁମୀ ଆସିଗଲା ବୋଲି ଭାବୁଥାଏ। ବାଇ ଚଢ଼େଇ ବସା ବାନ୍ଧିଲେ ଭଲ ବର୍ଷା ହେବ ବୋଲି ଚାଷୀ ଭାବି ଖୁସି ହୋଇଥାଏ। ଅତୀତରେ ଚାଳ ଛପର ଘରେ ରହୁଥିବା ଲୋକ ନିଜ ଚାଳ ଛପର ଯେମିତି କରିଥାନ୍ତି ପରିବେଶ ତଥା କୃଷକମାନଙ୍କ ପାଇଁ ବାଇ ଚଢ଼େଇ ବନ୍ଧୁ ଭାବେ ଜଣାଶୁଣା। ଚାଷ ଜମିରେ ପଶି ଅନିଷ୍ଟକାରୀ ପୋକ ଯୋକ ସେ ଖାଇଥାଏ। ପ୍ରତିବର୍ଷ ସେ ଅଣ୍ଡା ଦେବା ସ୍ଥାନ ପରିବର୍ତ୍ତନ କରିଥାଏ। ବର୍ତ୍ତମାନର ଆଧୁନିକତାର ଯୁଗରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି, ମୋବାଇଲ ରେଡିଏସନ୍‌, ବ୍ୟାପକ କୋଠାବାଡ଼ି ନିର୍ମାଣ, ଯାନ ବାହନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ଧ୍ୱଂସ କାରଣରୁ ପ୍ରକୃତିର ଅନନ୍ୟ ଅବଦାନ ବାଇ ଚଢ଼େଇ ଓ ତାର ବସା ଦେଖିବାକୁ ମିଳୁନାହିଁ। ଗ୍ରାମାଞ୍ଚଳର ଗଛ ମାନଙ୍କରେ ମନଲୋଭା ବସା କରି ରହୁଥିବା ବାଇ ଚଢ଼େଇ ତାର ସ୍ବରରେ ବେଶ ଆନନ୍ଦ ଦେଉଥିଲା। ସାମ୍ପ୍ରତିକ ପରିସ୍ଥିତିରେ ଏହି ବାଇ ଚଢ଼େଇ ପକ୍ଷୀଙ୍କ ବସା ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ଏହାକୁ ନେଇ ଗାଁ ଗାଁ ବୁଲି ‘ବାଇ ଚଢ଼େଇରେ ବାଇ ଚଢ଼େଇ ମୋ ଘରକୁ ଆ, ମୋ ପିଲା ଦେଖି ଭାତ ଖାଇବ ତୁ ମୋ ଘରକୁ ଆ’ ଗୀତ ଗାଇ ନିଜକୁ ବାଇ ଚଢ଼େଇ ବସା ବେଶରେ ଲୋକଙ୍କୁ ସଚେତନତା କରୁଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର ପ୍ରକୃତି ବନ୍ଧୁ ତଥା ଦେବଦୂତ ପୁରସ୍କାରପ୍ରାପ୍ତ ଏବଂ ସାମାଜିକ କର୍ମୀ ଏ. ବ୍ରହ୍ମାନନ୍ଦ ଆଚାରୀ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ହାଇସ୍କୁଲରେ ଖୋଲିବ ଯୁକ୍ତ ୨

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri