ଯୋଗାଡ଼ କରିବା ଜଟିଳ

କେଇ ଦଶନ୍ଧି ପରେ ଢେଙ୍କାନାଳର ଐତିହ୍ୟସମ୍ପନ୍ନ ରଥଯାତ୍ରା ଇତିହାସ ପାଲଟିଯିବନି ତ? ଏବେ ସାରା ସହରରେ ଏଭଳି ଏକ ପ୍ରଶ୍ନ ବୁଦ୍ଧିଜୀବୀ ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି। ଏହାପଛର କାରଣ ରଥ ପାଇଁ କାଠ ଅଭାବ। ଫି’ବର୍ଷ ରଥ ନିର୍ମାଣ ଲାଗି ମନ ମୁତାବକ କାଠ ଯୋଗାଡ଼ କରିବାରେ ଉଭୟ ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ନାକେଦମ୍‌ ହେଉଛି । ବନ ବିଭାଗର ଜଟିଳ ନିୟମ ଜଙ୍ଗଲରୁ କାଠ ସଂଗ୍ରହ କରିବାରେ ଅଡୁଆ ବଢ଼ାଇଛି । ଖର୍ଚ୍ଚ ତୁଳନାରେ ବଜେଟ୍‌ ବୃଦ୍ଧି ହେଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି।

ଢେଙ୍କାନାଳ ଅଫିସ,୨୮ା୫: ରଥଯାତ୍ରା ଆସିଲେ ଢେଙ୍କାନାଳ ଦେବୋତ୍ତର ବିଭାଗର ଆରମ୍ଭ ହୁଏ କାଠଚିନ୍ତା। ଯେନତେନ ପ୍ରକାରେ ରଥ ନିର୍ମାଣ ଶେଷହୁଏ। ଘୋଷଯାତ୍ରା ମଧ୍ୟ ସରିଯାଏ। ଏହାପରେ ସମସ୍ତେ ଭୁଲିଯାଆନ୍ତି ମୂଳ ସମସ୍ୟା। ବନ ବିଭାଗ-ଦେବୋତ୍ତର ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ପ୍ରାୟ ପ୍ରତିବର୍ଷ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି।
ଢେଙ୍କାନାଳର ରଥଯାତ୍ରା ନିଆରା। ଏଠାରେ ଦୁଇଟି ରଥ ନିର୍ମାଣ ହୋଇଥାଏ। ଚଳିତବର୍ଷ ଏଥିଲାଗି ପ୍ରାୟ ୧୩ ଲକ୍ଷ ଟଙ୍କାର ବଜେଟ ହୋଇଛି। ରଥ ତିଆରିରେ ଧଉରା, ଶାଳ, ଶିମିଳି, ନିମ୍ବ କାଠ ଆବଶ୍ୟକ ପଡୁଛି। ନିର୍ଦ୍ଧାରିତ ସମୟରେ କାଠ ଯୋଗାଇଦେବା ଲାଗି ଦେବୋତ୍ତର ବିଭାଗ ପକ୍ଷରୁ ବନ ବିଭାଗକୁ ରୟାଲଟି ବାବଦକୁ ୭୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଇଛି। ହେଲେ ଧଉରା ଏବଂ ଶାଳକାଠ ଅଭାବ ବନ ବିଭାଗ ପୂରଣ କରିପାରୁନାହିଁ। ଅନ୍ୟପଟେ ମହାପ୍ରଭୁଙ୍କ ଏହି ପ୍ରସିଦ୍ଧ ଯାତ୍ରାର ଯଥେଷ୍ଟ ପୂର୍ବରୁ ଏଥିଲାଗି ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ କରାଯାଉନାହିଁ। ବନ ବିଭାଗ-ଦେବୋତ୍ତର ବିଭାଗ ମଧ୍ୟରେ ସମନ୍ବୟ ମଧ୍ୟ ରହୁନାହିଁ। ଏହି କାରଣରୁ ୪ବର୍ଷ ତଳେ ଉଭୟ ବିଭାଗ ମୁହଁାମୁହିଁ ହୋଇଥିଲେ। ଏଥିରେ ଜିଲା ପ୍ରଶାସନକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଗତବର୍ଷ କପିଳାସ ଅଭୟାରଣ୍ୟରୁ ଚକ, ଅଖ ନିର୍ମାଣ ପାଇଁ କାଠ ନିଆଯାଉଥିବାବେଳେ ବନ ବିଭାଗ ଜବତ କରିଥିଲା। ସଂରକ୍ଷିତ ଜଙ୍ଗଲରୁ କାଠ କାଟିବା ଦଣ୍ଡନୀୟ ଅପରାଧ ହୋଇଥିବାବେଳେ ଦେବୋତ୍ତର ବିଭାଗ ହରଡ଼ଘଣାରେ ପଡ଼ିଥିଲା। ଜିଲାପାଳଙ୍କ ହସ୍ତକ୍ଷେପ ପରେ ମାମଲାର ସମାଧାନ ହୋଇଥିଲା। ଚଳିତବର୍ଷ କାଠ ଅଭାବ ସମସ୍ୟା ଭିତରେ ରଥ ନିର୍ମାଣ ଚାଲିଛି। ଦୁଇ ରଥ ପାଇଁ ମୋଟ ୨୦ ଚକ ନିର୍ମାଣ ହେବାକୁ ଥିବାବେଳେ ଅଦ୍ୟାବଧି କେବଳ ୮ଟି ଚକ ନିର୍ମାଣ ଲାଗି ୩ଟି କାଠ ଯୋଗାଡ଼ ହୋଇପାରିଛି। ଏଥିରେ ୨ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଅବଶିଷ୍ଟ କାଠ କେମିତି ସଂଗ୍ରହ ହେବ ତାହାକୁ ନେଇ ଚିନ୍ତାରେ ପଡ଼ିଛି ଦେବୋତ୍ତର ବିଭାଗ। ତେଣୁ ରଥ ନିର୍ମାଣର ପୂର୍ବରୁ ବନ ବିଭାଗ, ଦେବୋତ୍ତର ବିଭାଗ, ଜିଲା ପ୍ରଶାସନ ଏକତ୍ର ବୈଠକ କରି ଏହାର ସମାଧାନ ଦିଗରେ ପ୍ରୟାସ କରିବା ଉଚିତ ବୋଲି ମତପ୍ରକାଶ ପାଇଛି। ଅନ୍ୟପଟେ ରଥ ନିର୍ମାଣ ବଜେଟ୍‌ ବୃଦ୍ଧି କରିବାକୁ ମଧ୍ୟ ବୁଦ୍ଧିଜୀବୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ସହକାରୀ ବନ ସଂରକ୍ଷକ ସୁବ୍ରତ କୁମାର ପାତ୍ର କୁହନ୍ତି, ବନ ବିଭାଗ ପକ୍ଷରୁ କଟାଯାଇ ରଖାଯାଇଥିବା କାଠକୁ ନିୟମ ଅନୁଯାୟୀ ଦିଆଯାଇପାରିବ। ବେନିୟମ ଭାବେ କାଠ ଦେଇହେବନାହିଁ। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ପାଇଁ କେତେକ ରେଞ୍ଜ୍‌ରେ ଚାରା ରୋପଣ ହୋଇଛି। ସେସବୁ ସ୍ଥାନରେ କେବଳ ଫାଶି ଚାରା ଲଗାଯାଇଛି।

ରଥକାଠ ସମସ୍ୟାର ସମାଧାନ ଲାଗି ପ୍ରାୟ ୩୦ ବର୍ଷ ତଳେ କପିଳାସ ପାଦ ଦେଶରେ ପୁରୀ ଗଜପତିଙ୍କ ଦ୍ୱାରା ୧୦୦ ଏକର ଜମିରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ। ହେଲେ ବନ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ବହୁ ଗଛ ନଷ୍ଟ ହୋଇଯାଇଥିଲା। ୧୯୯୯ ମହାବାତ୍ୟାରେ ପ୍ରକଳ୍ପ ସମ୍ପୂର୍ଣ୍ଣ ଉଜୁଡ଼ିଯାଇ ଶ୍ରୀହୀନ ହୋଇପଡ଼ିଛି। ବନୀକରଣ ସମୟରେ ଏଠାରେ ରଥ ନିର୍ମାଣ ଉପଯୋଗୀ ଗଛ ଲଗାଇଲେ କିଛି ବର୍ଷ ମଧ୍ୟରେ କାଠ ସଂଗ୍ରହ ହୋଇପାରନ୍ତା। ହେଲେ ଏହାର ପୁନରୁଦ୍ଧାର ଲାଗି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ଚାରାରୋପଣ ଜରୁରୀ
ଦିନକୁ ଦିନ ବନ ବିଭାଗର ନିୟମ କଡ଼ାକଡ଼ି ହେଉଛି। ତେଣୁ ସମସ୍ୟାର ସମାଧାନ ଲାଗି ରଥ ନିର୍ମାଣ ଉପଯୋଗୀ ଚାରା ରୋପଣ କରିବା ଜରୁରୀ। ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ସୋଗରସ୍ଥିତ ମହାତ୍ମା ଗାନ୍ଧୀ ଜାତୀୟ ଔଷଧୀୟ ଅରଣ୍ୟରେ ଚାରା ଲଗାଯାଇପାରିବ।
-ସୁକାନ୍ତ କୁମାର ମିଶ୍ର, ସାମାଜିକ କର୍ମୀ

ଦେବୋତ୍ତର ଜମିରେ ପ୍ରକଳ୍ପ କରାଯାଉ
ଜଗନ୍ନାଥ ବନ ପ୍ରକଳ୍ପ ଉଜୁଡ଼ି ଯିବା ପରେ ରଥ କାଠ ସଂଗ୍ରହରେ ଦେବୋତ୍ତର ବିଭାଗ ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ଦେବୋତ୍ତର ବିଭାଗ ଜମିରେ ବନ ବିଭାଗ ଏହି ପ୍ରକଳ୍ପ ପୁନର୍ବାର ଆରମ୍ଭ କରିବା ଉଚିତ୍‌। ଏବେଠାରୁ ସଜାଗ ନ ହେଲେ ଆଗକୁ ସମସ୍ୟା ଜଟିଳ ହେବ ା
-ପ୍ରଦ୍ୟୁମ୍ନ ରଥ, ଢେଙ୍କାନାଳ ଶ୍ରୀଜଗନ୍ନାଥ ସେବା ପରିଷଦ, ସଭାପତି

ସକାରାତ୍ମକ ଆଲୋଚନା ହେଉ
କାଠ ଅଭାବ ସମସ୍ୟା ଦୂର କରିବା ଲାଗି ଜିଲାପାଳ ଓ ଜିଲା ବନଖଣ୍ଡ ଅଧିକାରୀ ଏକାଠି ବିଚାରବିମର୍ଶ କରିବା ଜରୁରୀ। ଠାକୁରଙ୍କ ପାଇଁ କୌଣସି କାମ କେବେ ଅଟକିବନାହିଁ। ଏଥିପାଇଁ ସକାରାତ୍ମକ ଆଲୋଚନା ହେଉ।
-ଅବନୀ କୁମାର ମିଶ୍ର, ରାଜ୍ୟ ଲୋକକକଳା ସଂଘ ଉପସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?