Posted inଖେଳ

ବାତ୍ରା ପୁଣି ହେଲେ ଏଫ୍‌ଆଇଏଚ୍‌ ସଭାପତି

ନୂଆଦିଲ୍ଲୀ, ୨୩ା୫ (ପି.ଟି.)-ନରିନ୍ଦର ବାତ୍ରା ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ ହକିି ମହାସଂଘ (ଏଫ୍‌ଆଇଏଚ୍‌)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। କୋଭିଡ୍‌ ଯୋଗୁ ଅନ୍‌ଲାଇନରେ ଅନୁଷ୍ଠିତ ହୋଇଥିବା ଏଫ୍‌ଆଇଏଚ୍‌ର ୪୭ତମ ବାର୍ଷିକ ଅଧିବେଶନରେ ସଭାପତି ପାଇଁ ନିର୍ବାଚନ ହୋଇଥିଲା। ବାତ୍ରା ଆରମ୍ଭରୁ ଫେଭରାଇଟ୍‌ ଥିଲେ। କିନ୍ତୁ ସେ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲେ।
ବାତ୍ରା ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ଜଣେ ସଦସ୍ୟ ରହିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବେଲଜିୟମ ହକି ମହାସଂଘର ମୁଖ୍ୟ ମାର୍କ କୋଡ୍ରନ ଦେଶର ଅଲିମ୍ପିକ୍‌ ପ୍ୟାନେଲର ମଧ୍ୟ ଜଣେ ସଦସ୍ୟ। ଅନ୍‌ଲାଇନ୍‌ ଭୋଟିଂ ପ୍ରକ୍ରିୟାରେ ମୋଟ ୧୨୪ଜଣ ସଦସ୍ୟ ଭାଗ ନେଇଥିଲେ। ବାତ୍ରା ୬୩ଟି ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୬୧ଟି ଭୋଟ ପାଇଥିଲେ। ବାତ୍ରା ୨୦୨୪ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ସଭାପତି ପଦବୀରେ ରହିବେ। ସୂଚନାଯୋଗ୍ୟ, ଏଫ୍‌ଆଇଏଚ୍‌ର ୪୭ତମ ବାର୍ଷିକ ଅଧିବେଶନ ଗତବର୍ଷ ନୂଆଦିଲ୍ଲୀରେ ହେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର କରୋନା ମହାମାରୀର ପ୍ରକୋପ ଯୋଗୁ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା। ତେଣୁ ଏଥର ସଭାପତିଙ୍କ କାର୍ଯ୍ୟକାଳ ୪ବର୍ଷ ପରିବର୍ତ୍ତେ ୩ ବର୍ଷ ରଖାଯାଇଛି। ୨୦୧୬ରେ ଅନୁଷ୍ଠିତ ୪୫ତମ ଅଧିବେଶନରେ ବାତ୍ରା ପ୍ରଥମ ଅଣ-ୟୁରୋପୀୟ ଭାବେ ବିପୁଳ ଭୋଟ ବ୍ୟବଧାନରେ ଏଫ୍‌ଆଇଏଚ୍‌ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଭାରତର ଏହି ଭେଟେରାନ କ୍ରୀଡ଼ା ପ୍ରଶାସକ ସେତେବେଳେ ହକି ଇଣ୍ଡିଆର ମୁଖ୍ୟ ଥିଲେ। ୯୨ ବର୍ଷର ଇତିହାସରେ ପ୍ରଥମ ଏସୀୟ ଭାବେ ବାତ୍ରା ଏଫ୍‌ଆଇଏଚ୍‌ର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?