ଗାଁକୁ ଦିଆଯାଉ ଗୁରୁତ୍ୱ

ଅନୁଗୋଳ ଅଫିସ, ୨୩ା୫: ଅନୁଗୋଳ ଜିଲାରେ କରୋନା ସ୍ଥିତି ଅତି ଗମ୍ଭୀର। ଦୈନିକ ଜିଲାରୁ ହଜାରେ ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଲକ୍‌ଡାଉନ୍‌ ଓ ଶଟଡାଉନ୍‌ କଟକଣା ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ତଳମୁହାଁ ହେଉନାହିଁ। ସହରାଞ୍ଚଳ ପରି ଜିଲାର ଗ୍ରାମାଞ୍ଚଳରୁ ମଧ୍ୟ ପଜିଟିଭ୍‌ ବାହାରିଲେଣି। ୨୨୫ ପଞ୍ଚାୟତରୁ ପାଖାପାଖି ଏକ ହଜାର ଗାଁରେ କୋଭିଡ୍‌ ରୋଗୀ ଚିହ୍ନଟ ହେଲେଣି। ତେଣୁ ଏସବୁ ଅଞ୍ଚଳରୁ ଦୈନିକ ବହୁ ସଂଖ୍ୟକ ଲୋକ କୋଭିଡ୍‌ ଟେଷ୍ଟ ପାଇଁ ଟେଷ୍ଟିଂ ସେଣ୍ଟରଗୁଡ଼ିକରେ ଧାଡ଼ି ଲଗାଉଛନ୍ତି। ଫଳରେ ସେଠାରେ ପ୍ରବଳ ଗହଳି ହେଉଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ିଯାଉଛି। ତେଣୁ ସହରାଞ୍ଚଳର ବିଭିନ୍ନ ଓ୍ବାର୍ଡ ସହ ଗାଁଗୁଡ଼ିକୁ ଗୁରୁତ୍ୱ ଦେଇ ସ୍ବାବ୍‌ ପରୀକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ କରୋନା ପରୀକ୍ଷା ପାଇଁ ୧୩ଟି ସ୍ଥାନରେ ମୋଟ ୨୯ଟି କେନ୍ଦ୍ର କରାଯାଇଛି। ଏହାବାଦ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଟେଷ୍ଟିଂ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ରହୁଛି। ବହୁ ସମୟରେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଅସନ୍ତୋଷ ବଢ଼ୁଥିବାବେଳେ ମେଡିକାଲ ପ୍ରଶାସନର ନୀରବତା ଲୋକଙ୍କ ମଧ୍ୟରେ ଅଧିକ ଭୟ ଖେଳାଇ ଦେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟ କରୋନା ପରୀକ୍ଷା କେନ୍ଦ୍ରରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଲୋକମାନେ ଯେଭଳି ଭିଡ଼ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାହା ପାଳନ ହେଉନାହିଁ। ସେହିପରି ଜିଲାର ବିଭିନ୍ନ ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟ ଟେଷ୍ଟିଂ ସେଣ୍ଟରରେ ମଧ୍ୟ ସମାନ ଅବସ୍ଥା। ପରୀକ୍ଷା କେନ୍ଦ୍ର ଖୋଲିବା ପୂର୍ବରୁ ରାତି ଅଧରୁ ଲୋକମାନେ ଧାଡ଼ି ବାନ୍ଧୁଛନ୍ତି। ଗୁରୁତର, ଅସହାୟ ରୋଗୀଙ୍କୁ ମଧ୍ୟ ଏଥିପାଇଁ ଲାଇନ୍‌ ଦେବାକୁ ପଡ଼ୁଛି। ଜିଲାରେ ଦୈନିକ ୧୫୦୦ ଟେଷ୍ଟ ପାଇଁ ଟାର୍ଗେଟ ରଖାଯାଉଛି। କିନ୍ତୁ ପାଖପାଖି ୨୭୦୦ ଲୋକଙ୍କ ପରୀକ୍ଷା କରାଯାଉଛି। ସେଥିରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୫୦ ଆଣ୍ଟିଜେନ ଓ ପ୍ରାୟ ୫୬୪ ଜଣଙ୍କ ଆରଟି-ପିସିଆର ଟେଷ୍ଟ କରାଯାଉଛି। ଅନ୍ୟପଟେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଭୟ କୁମାର ଦାସ କରୋନା ପରୀକ୍ଷା ସମୟ କମାଇ ଦେଇଥିବାରୁ ସମସ୍ୟା ଦ୍ୱିଗୁଣିତ ହୋଇଯାଉଥିବା କୁହାଯାଉଛି। ସେମାନଙ୍କ କହିବା ମୁତାକବ ଯଦି ସେମାନେ ସୁସ୍ଥ ଥିବେ, ତେବେ ପରୀକ୍ଷା କେନ୍ଦ୍ରକୁ ଗଲେ ନିଶ୍ଚିତ କରୋନା ଧରି ଘରକୁ ଆସିବେ। ଲୋକଙ୍କ ଭିଡ଼କୁ ଦେଖି ସହରାଞ୍ଚଳର ବିଭିନ୍ନ ୱାର୍ଡ ଓ ଗ୍ରାମାଞ୍ଚଳରେ ମଧ୍ୟ କରୋନା ପରୀକ୍ଷା କେନ୍ଦ୍ର ଖୋଲିବାକୁ ସେମାନେ ଦାବି କରିଛନ୍ତି। ଅପରପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଅଧିକ ସଂଖ୍ୟକ କିଟ୍‌ କିଣାଯାଇଛି। ଏହା ଆସିବା ପରେ ପରୀକ୍ଷା ସଂଖ୍ୟା ବଢ଼ାଯିବ। ଅଧିକ ସଂଖ୍ୟକ ପଜିଟିଭ୍‌ ମଧ୍ୟ ବାହାରି ପାରନ୍ତି। ତେଣୁ ଅଯଥାରେ ବାହାରେ ବୁଲାବୁଲି ନ କରି ଘରେ ରହି ସୁସ୍ଥ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଗ୍ରାମାଞ୍ଚଳରେ ଲୋକମାନେ ସୁସ୍ଥ ରହିଲେ ଜିଲା ପାଇଁ ଶୁଭ ସଙ୍କେତ ହେବ। କରୋନା ସଂକ୍ରମଣ ହ୍ରାସ ପାଇବ। ଯଦି ଗ୍ରାମାଞ୍ଚଳରେ ସଂଖ୍ୟା ବଢ଼ିଯାଏ ତା’ହେଲେ ନିଶ୍ଚିତ ଭାବେ ଏହା ପ୍ରଶାସନ ପାଇଁ ଏକ ବଡ଼ ଆହ୍ବାନ ଆଣିବ।

ଜିଲାକୁ ଆସୁଛି ପର୍ଯ୍ୟାପ୍ତ କିଟ୍‌
ଅନୁଗୋଳ ଜିଲାକୁ ପର୍ଯ୍ୟାପ୍ତ ପରିମାଣର କରୋନା ପରୀକ୍ଷଣ କିଟ୍‌ ଆସୁଛି। ବିଭିନ୍ନ କମ୍ପାନୀର ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ପାଣ୍ଠିରୁ ଏହା କିଣାଯାଉଛି। ଖୁବ୍‌ଶୀଘ୍ର ଜିଲାକୁ ମୋଟ ଅଢ଼େଇ ଲକ୍ଷ କିଟ୍‌ ଆସିବ। ରବିବାର ୫୦ ହଜାର କିଟ୍‌ ପହଞ୍ଚତ୍ବ। ଫଳରେ ସହରାଞ୍ଚଳର ବିଭିନ୍ନ ୱାର୍ଡରେ ଟେଷ୍ଟଂ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ସଂକ୍ରମଣ ଭୟ ବଢ଼ାଉଛି ଟେଷ୍ଟିଂ କେନ୍ଦ୍ର
ଭିଡ ଯୋଗୁ କରୋନା ପରୀକ୍ଷଣ କେନ୍ଦ୍ରରେ ସାମାଜିକ ଦୂରତ୍ୱ ରହୁନାହିଁ। ରାତି ଅଧରୁ ଲାଇନ୍‌ ଲାଗୁଥିବାରୁ କେବେ ପାଳି ପଡ଼ିବ ତାହା ଆଶଙ୍କାରେ ରହୁଛି। ଯେପରି ମେଗା ଟିକାଦାନ କରାଯାଉଛି, ସେହିପରି ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉ। ଏପରିକି ପୂର୍ବଭଳି କରୋନା ପରୀକ୍ଷଣକୁ ୨୪ ଘଣ୍ଟିଆ କରାଗଲେ ଜିଲାବାସୀ ଉପକୃତ ହେବେ।
-ସବିତା ଦାସ, ଅନୁଗୋଳ

ଲୋକଙ୍କ ପାଇଁ ସୁବିଧା ହେବା ଆବଶ୍ୟକ
ଜିଲା ମୁଖ୍ୟ ଚିିକିତ୍ସାଳୟରେ ଲୋକଙ୍କୁ ଠିକ୍‌ ଭାବେ ସେବା ମିଳୁନାହିଁ। ମେଡିକାଲ କର୍ତ୍ତୃପକ୍ଷ ଏହାକୁ ହେୟଜ୍ଞାନ କରୁଥିବା ଦେଖାଯାଉଛି। ଯେଉଁମାନେ ଟେଷ୍ଟିଂ ପାଇଁ ଯାଉଛନ୍ତି, ସେମାନେ କି ଅସୁବିଧା ଭୋଗୁଛନ୍ତି ତାହା ଦେଖାଯାଉଛି। ତେଣୁ ବିନା ଦ୍ୱିଧାରେ ଲୋକେ ଯେପରି ଏହି ସୁବିଧା ପାଇପାରିବେ ସେହି ବ୍ୟବସ୍ଥା ହେଉ।
-ଲିପନ କୁମାର ସାହୁ, ଖମାର, ଛେଣ୍ଡିପଦା

ଗ୍ରାମାଞ୍ଚଳରେ ପରୀକ୍ଷା କରାଯାଉ
ଗ୍ରାମାଞ୍ଚଳରେ ଲୋକମାନେ କରୋନା ପରୀକ୍ଷା ନେଇ ସଚେତନ ନୁହନ୍ତି। ଅନେକେ କେଉଁଠାରେ କିପରି ଭାବେ ଏହି ପରୀକ୍ଷଣ କରାଇବେ ତାହା ଜାଣିନାହାନ୍ତି। ତେଣୁ ସ୍କୁଲଗୁଡ଼ିକରେ ଟେଷ୍ଟିଂ ସେଣ୍ଟର ଖୋଲାଗଲେ ଲୋକଙ୍କ ମଧ୍ୟରେ ପରୀକ୍ଷଣ ପାଇଁ ଆଗ୍ରହ ବଢ଼ନ୍ତା। ଏହାଦ୍ୱାରା ଅନେକ ଜୀବନହାନିକୁ ରୋକାଯାଇପାରନ୍ତା।
-ଲୋକନାଥ ସାହୁ, ଶିକ୍ଷାବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri