ଗାଁକୁ ଦିଆଯାଉ ଗୁରୁତ୍ୱ

ଅନୁଗୋଳ ଅଫିସ, ୨୩ା୫: ଅନୁଗୋଳ ଜିଲାରେ କରୋନା ସ୍ଥିତି ଅତି ଗମ୍ଭୀର। ଦୈନିକ ଜିଲାରୁ ହଜାରେ ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଲକ୍‌ଡାଉନ୍‌ ଓ ଶଟଡାଉନ୍‌ କଟକଣା ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ତଳମୁହାଁ ହେଉନାହିଁ। ସହରାଞ୍ଚଳ ପରି ଜିଲାର ଗ୍ରାମାଞ୍ଚଳରୁ ମଧ୍ୟ ପଜିଟିଭ୍‌ ବାହାରିଲେଣି। ୨୨୫ ପଞ୍ଚାୟତରୁ ପାଖାପାଖି ଏକ ହଜାର ଗାଁରେ କୋଭିଡ୍‌ ରୋଗୀ ଚିହ୍ନଟ ହେଲେଣି। ତେଣୁ ଏସବୁ ଅଞ୍ଚଳରୁ ଦୈନିକ ବହୁ ସଂଖ୍ୟକ ଲୋକ କୋଭିଡ୍‌ ଟେଷ୍ଟ ପାଇଁ ଟେଷ୍ଟିଂ ସେଣ୍ଟରଗୁଡ଼ିକରେ ଧାଡ଼ି ଲଗାଉଛନ୍ତି। ଫଳରେ ସେଠାରେ ପ୍ରବଳ ଗହଳି ହେଉଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ିଯାଉଛି। ତେଣୁ ସହରାଞ୍ଚଳର ବିଭିନ୍ନ ଓ୍ବାର୍ଡ ସହ ଗାଁଗୁଡ଼ିକୁ ଗୁରୁତ୍ୱ ଦେଇ ସ୍ବାବ୍‌ ପରୀକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ କରୋନା ପରୀକ୍ଷା ପାଇଁ ୧୩ଟି ସ୍ଥାନରେ ମୋଟ ୨୯ଟି କେନ୍ଦ୍ର କରାଯାଇଛି। ଏହାବାଦ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଟେଷ୍ଟିଂ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ରହୁଛି। ବହୁ ସମୟରେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଅସନ୍ତୋଷ ବଢ଼ୁଥିବାବେଳେ ମେଡିକାଲ ପ୍ରଶାସନର ନୀରବତା ଲୋକଙ୍କ ମଧ୍ୟରେ ଅଧିକ ଭୟ ଖେଳାଇ ଦେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟ କରୋନା ପରୀକ୍ଷା କେନ୍ଦ୍ରରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଲୋକମାନେ ଯେଭଳି ଭିଡ଼ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାହା ପାଳନ ହେଉନାହିଁ। ସେହିପରି ଜିଲାର ବିଭିନ୍ନ ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟ ଟେଷ୍ଟିଂ ସେଣ୍ଟରରେ ମଧ୍ୟ ସମାନ ଅବସ୍ଥା। ପରୀକ୍ଷା କେନ୍ଦ୍ର ଖୋଲିବା ପୂର୍ବରୁ ରାତି ଅଧରୁ ଲୋକମାନେ ଧାଡ଼ି ବାନ୍ଧୁଛନ୍ତି। ଗୁରୁତର, ଅସହାୟ ରୋଗୀଙ୍କୁ ମଧ୍ୟ ଏଥିପାଇଁ ଲାଇନ୍‌ ଦେବାକୁ ପଡ଼ୁଛି। ଜିଲାରେ ଦୈନିକ ୧୫୦୦ ଟେଷ୍ଟ ପାଇଁ ଟାର୍ଗେଟ ରଖାଯାଉଛି। କିନ୍ତୁ ପାଖପାଖି ୨୭୦୦ ଲୋକଙ୍କ ପରୀକ୍ଷା କରାଯାଉଛି। ସେଥିରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୫୦ ଆଣ୍ଟିଜେନ ଓ ପ୍ରାୟ ୫୬୪ ଜଣଙ୍କ ଆରଟି-ପିସିଆର ଟେଷ୍ଟ କରାଯାଉଛି। ଅନ୍ୟପଟେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଭୟ କୁମାର ଦାସ କରୋନା ପରୀକ୍ଷା ସମୟ କମାଇ ଦେଇଥିବାରୁ ସମସ୍ୟା ଦ୍ୱିଗୁଣିତ ହୋଇଯାଉଥିବା କୁହାଯାଉଛି। ସେମାନଙ୍କ କହିବା ମୁତାକବ ଯଦି ସେମାନେ ସୁସ୍ଥ ଥିବେ, ତେବେ ପରୀକ୍ଷା କେନ୍ଦ୍ରକୁ ଗଲେ ନିଶ୍ଚିତ କରୋନା ଧରି ଘରକୁ ଆସିବେ। ଲୋକଙ୍କ ଭିଡ଼କୁ ଦେଖି ସହରାଞ୍ଚଳର ବିଭିନ୍ନ ୱାର୍ଡ ଓ ଗ୍ରାମାଞ୍ଚଳରେ ମଧ୍ୟ କରୋନା ପରୀକ୍ଷା କେନ୍ଦ୍ର ଖୋଲିବାକୁ ସେମାନେ ଦାବି କରିଛନ୍ତି। ଅପରପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଅଧିକ ସଂଖ୍ୟକ କିଟ୍‌ କିଣାଯାଇଛି। ଏହା ଆସିବା ପରେ ପରୀକ୍ଷା ସଂଖ୍ୟା ବଢ଼ାଯିବ। ଅଧିକ ସଂଖ୍ୟକ ପଜିଟିଭ୍‌ ମଧ୍ୟ ବାହାରି ପାରନ୍ତି। ତେଣୁ ଅଯଥାରେ ବାହାରେ ବୁଲାବୁଲି ନ କରି ଘରେ ରହି ସୁସ୍ଥ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଗ୍ରାମାଞ୍ଚଳରେ ଲୋକମାନେ ସୁସ୍ଥ ରହିଲେ ଜିଲା ପାଇଁ ଶୁଭ ସଙ୍କେତ ହେବ। କରୋନା ସଂକ୍ରମଣ ହ୍ରାସ ପାଇବ। ଯଦି ଗ୍ରାମାଞ୍ଚଳରେ ସଂଖ୍ୟା ବଢ଼ିଯାଏ ତା’ହେଲେ ନିଶ୍ଚିତ ଭାବେ ଏହା ପ୍ରଶାସନ ପାଇଁ ଏକ ବଡ଼ ଆହ୍ବାନ ଆଣିବ।

ଜିଲାକୁ ଆସୁଛି ପର୍ଯ୍ୟାପ୍ତ କିଟ୍‌
ଅନୁଗୋଳ ଜିଲାକୁ ପର୍ଯ୍ୟାପ୍ତ ପରିମାଣର କରୋନା ପରୀକ୍ଷଣ କିଟ୍‌ ଆସୁଛି। ବିଭିନ୍ନ କମ୍ପାନୀର ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ପାଣ୍ଠିରୁ ଏହା କିଣାଯାଉଛି। ଖୁବ୍‌ଶୀଘ୍ର ଜିଲାକୁ ମୋଟ ଅଢ଼େଇ ଲକ୍ଷ କିଟ୍‌ ଆସିବ। ରବିବାର ୫୦ ହଜାର କିଟ୍‌ ପହଞ୍ଚତ୍ବ। ଫଳରେ ସହରାଞ୍ଚଳର ବିଭିନ୍ନ ୱାର୍ଡରେ ଟେଷ୍ଟଂ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ସଂକ୍ରମଣ ଭୟ ବଢ଼ାଉଛି ଟେଷ୍ଟିଂ କେନ୍ଦ୍ର
ଭିଡ ଯୋଗୁ କରୋନା ପରୀକ୍ଷଣ କେନ୍ଦ୍ରରେ ସାମାଜିକ ଦୂରତ୍ୱ ରହୁନାହିଁ। ରାତି ଅଧରୁ ଲାଇନ୍‌ ଲାଗୁଥିବାରୁ କେବେ ପାଳି ପଡ଼ିବ ତାହା ଆଶଙ୍କାରେ ରହୁଛି। ଯେପରି ମେଗା ଟିକାଦାନ କରାଯାଉଛି, ସେହିପରି ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉ। ଏପରିକି ପୂର୍ବଭଳି କରୋନା ପରୀକ୍ଷଣକୁ ୨୪ ଘଣ୍ଟିଆ କରାଗଲେ ଜିଲାବାସୀ ଉପକୃତ ହେବେ।
-ସବିତା ଦାସ, ଅନୁଗୋଳ

ଲୋକଙ୍କ ପାଇଁ ସୁବିଧା ହେବା ଆବଶ୍ୟକ
ଜିଲା ମୁଖ୍ୟ ଚିିକିତ୍ସାଳୟରେ ଲୋକଙ୍କୁ ଠିକ୍‌ ଭାବେ ସେବା ମିଳୁନାହିଁ। ମେଡିକାଲ କର୍ତ୍ତୃପକ୍ଷ ଏହାକୁ ହେୟଜ୍ଞାନ କରୁଥିବା ଦେଖାଯାଉଛି। ଯେଉଁମାନେ ଟେଷ୍ଟିଂ ପାଇଁ ଯାଉଛନ୍ତି, ସେମାନେ କି ଅସୁବିଧା ଭୋଗୁଛନ୍ତି ତାହା ଦେଖାଯାଉଛି। ତେଣୁ ବିନା ଦ୍ୱିଧାରେ ଲୋକେ ଯେପରି ଏହି ସୁବିଧା ପାଇପାରିବେ ସେହି ବ୍ୟବସ୍ଥା ହେଉ।
-ଲିପନ କୁମାର ସାହୁ, ଖମାର, ଛେଣ୍ଡିପଦା

ଗ୍ରାମାଞ୍ଚଳରେ ପରୀକ୍ଷା କରାଯାଉ
ଗ୍ରାମାଞ୍ଚଳରେ ଲୋକମାନେ କରୋନା ପରୀକ୍ଷା ନେଇ ସଚେତନ ନୁହନ୍ତି। ଅନେକେ କେଉଁଠାରେ କିପରି ଭାବେ ଏହି ପରୀକ୍ଷଣ କରାଇବେ ତାହା ଜାଣିନାହାନ୍ତି। ତେଣୁ ସ୍କୁଲଗୁଡ଼ିକରେ ଟେଷ୍ଟିଂ ସେଣ୍ଟର ଖୋଲାଗଲେ ଲୋକଙ୍କ ମଧ୍ୟରେ ପରୀକ୍ଷଣ ପାଇଁ ଆଗ୍ରହ ବଢ଼ନ୍ତା। ଏହାଦ୍ୱାରା ଅନେକ ଜୀବନହାନିକୁ ରୋକାଯାଇପାରନ୍ତା।
-ଲୋକନାଥ ସାହୁ, ଶିକ୍ଷାବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri