ପ୍ରଶାସନର ଦୃଷ୍ଟି ଆଢୁଆଳରେ ଅବହେଳିତ ବାତରା ମଠ ପୀଠ

ଖଣ୍ଡପଡ଼ା, ୨୦ା୮(ଅଜୟ କୁମାର ମହାରଣା)ଖଣ୍ଡପଡା ବ୍ଲକଠାରୁ ମାତ୍ର ୧୦କିମି ଦୂର ପୂର୍ବ-ଦକ୍ଷିଣ ନୟାଗଡ଼ ଜିଲା ସୀମାନ୍ତରେ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମହୁଲପଡା ଗ୍ରାମ। ଏହି ଗ୍ରାମର ସବୁଜିମା ଭରା ବାତରା ମୁଣ୍ଡିଆ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇ ନ ଥିଲେ ମଧ୍ୟ ଏହା ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ଥାନୀୟ ତଥା ଏହାର ଆଖପାଖ ଅଞ୍ଚଳରେ ପରିଚିତ। ବୋଲଗଡ଼, ନୟାଗଡ଼ ଓ ଖଣ୍ଡପଡ଼ା ବ୍ଲ୍ଳକ ସୀମାନ୍ତକୁ ଲାଗି ବହୁ ପ୍ରାଚୀନ ବାତରା ମଠ (ରଘୁନାଥ ଜୀଉ) ପରିସରରେ ଥିବା ପ୍ରାକୃତିକ ଝରଣା, ସବୁଜ ପରିବେଶ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ଖଣ୍ଡପଡା ଦେବୋତ୍ତର ବିଭାଗ ଅଧୀନରେ ନ ଥିବା ଏହି ପୀଠର ଉନ୍ନତି ପାଇଁ କେବଳ ମଠ ନିକଟସ୍ଥ ପଞ୍ଚାୟତବାସୀ ଓ ଗ୍ରାମବାସୀ ପ୍ରୟାସ ଜାରି ରଖିଛନ୍ତି। ମାତ୍ର ପାହାଡ ଉପରେ ଥିବା ଏହି ମଠର ରକ୍ଷଣାବେକ୍ଷଣ କରିବା ଗ୍ରାମବାସୀଙ୍କ ପକ୍ଷେ ଅସମ୍ଭବ ହୋଇ ପଡୁଛି। ଆବଶ୍ୟକ ରକ୍ଷଣା ବେକ୍ଷଣ ଅଭାବରୁ ଠାକୁର ସ୍ଥାପନ ହୋଇଥିବା ଗୃହର ଛାତ ତଳୁ ସିମେଣ୍ଟ ପ୍ଲାଷ୍ଟର ଛାଡ଼ି ଦୁର୍ବଳ ହୋଇ ପଡ଼ିଛି। ଏହି ପୀଠକୁ ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ରାମ ନବମୀ, ପ୍ରତି ସଂକ୍ରାନ୍ତି ଓ ଗିରି ଗୋବର୍ଦ୍ଧନ ପୂଜା ସମୟରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁମାନେ ଆସିଥିବା ବେଳେ ନୂଆ ବର୍ଷରେ ଶତାଧିକ ପର୍ଯ୍ୟଟକ ଦୂର ଦୂରାନ୍ତରୁ ଏଠାକୁ ବଣ ଭୋଜି କରିବାକୁ ଆସିଥାନ୍ତି। ଜିଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏହି ପୀଠଟି ରହି ଯାଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କ ଏହି ପୀଠ ସମ୍ପର୍କରେ ଜାଣିବା ସମ୍ଭବ ହେଉନାହିଁ। ଏହି ମଠରେ ରାମ, ଲକ୍ଷ୍ମଣ ଓ ମାତା ଜାନକୀଙ୍କ ବିଗ୍ରହ ପୂଜା ପାଉଛନ୍ତି।
ଗ୍ରାମଠାରୁ ପ୍ରାୟ ଏକ କିଲୋମିଟର ଦୂର ପାହାଡ଼ ଉପରେ ରଘୁନାଥ ଜୀଉଙ୍କ ବିଗ୍ରହ ଓ ନବ ନିର୍ମିତ ହନୁମାନ ଜୀଉଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ପାହାଡ଼ ଉପରକୁ ସୁଗମ ରାସ୍ତା ନ ଥିବାରୁ ସେଠାକୁ ଯିବା କଷ୍ଟକର ହୋଇପଡୁଛି। ଏହି ମଠରେ ଗତ ୧୪ରୁ ୧୫ ବର୍ଷ ପୂର୍ବେ ଦିଲ୍ଲୀରୁ ଜନୈକା ଜାହ୍ନବୀ ବାଇ ଓ ମହାମତ୍ା ଆଦେଶାନନ୍ଦ ୨ଜଣ ମହନ୍ତ ଏଠାରେ ରହି ପ୍ରଭୁଙ୍କ ସେବା କରୁଥିବା ବେଳେ ବିଭିନ୍ନ ଅଭାବ ଅସୁବିଧାରେ ଗତି କରୁଥିବା ଏହି ମଠର ପରିଚାଳନା କରିବା ଅସମ୍ଭବ ହୋଇ ପଡିବାରୁ ସମ୍ପୃକ୍ତ ମହନ୍ତମାନେ ୧୦ ବର୍ଷ ପୂର୍ବେ ପୀଠ ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି। ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ମହୁଲପଡା ଗ୍ରାମର ଯୁଗଳ ନାୟକ ସମ୍ପ୍ରତି ଏ ପୀଠର ମହନ୍ତ ଭାବରେ କାର୍ଯ୍ୟ ପରିଚାଳନା କରୁଛନ୍ତି। ଏହି ପୀଠ ସମ୍ପର୍କରେ ବହୁ ବୟସ୍କଙ୍କଠାରୁ ଶୁଣିବାକୁ ମିଳେ ଏଠାରେ ଏକ ଗୁମ୍ଫା ରହିଥିଲା। ଯେଉଁଠାରେ ବହୁ ମୁନି ଋଷିମାନେ ବାସ କରୁଥିଲେ। ଗୁମ୍ଫା ମଧ୍ୟରେ ଏକ ଗହୋର ଥିବା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ବହୁ ବୟସ୍କ ବ୍ୟକ୍ତି ସୂଚନା ଦେଇଛନ୍ତି। ଏହି ମଠ ଦାୟିତ୍ୱରେ ଥିବା ମହନ୍ତ ନାୟକ କୁହନ୍ତି। ପ୍ରତି ସଂକ୍ରାନ୍ତି ମଧ୍ୟ ରାତ୍ରରେ ରଘୁନାଥଜୀଉଙ୍କ ଅନତି ଦୂର ପାହାଡ ପାଖରୁ ଖୋଳ, ତାଳ ତଥା ସଂକୀର୍ତ୍ତନ ହେଉଥିବା ଶବ୍ଦ ଶୁଣିବାକୁ ମିଳେ। ଏହି ପୀଠ ପାଇଁ ସରକାରଙ୍କ କୌଣସି ଅନୁଦାନ ମିଳୁ ନ ଥିବାରୁ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ମହୁଲପଡାବାସୀ ପ୍ରତି ମାସରେ ଠାକୁର ତଥା ମଠ ପରିଚାଳନା ପାଇଁ ମାତ୍ର ୧୪ କିଲୋ ଚାଉଳ ଓ ୪ ଶହ ଟଙ୍କା ଦେଉଛନ୍ତି। ମହନ୍ତ ନିୟମିତ ଗଁାକୁ ଗଁା ବୁଲି ଭିକ୍ଷା କରି ଯାହା ଆଣନ୍ତି ସେଥିରେ କଷ୍ଟେ ମଷ୍ଟେ ପୂଜା ନୀତି ସହ ପ୍ରସାଦ ସେବନର ବ୍ୟବସ୍ଥା ହୋଇ ଯାଇଥାଏ। ମାତ୍ର ତାହା ସବୁବେଳେ ସମ୍ଭବ ହୋଇ ନ ଥିବା ମହନ୍ତ ସୂଚନା ଦେଇଥିଲେ। ଗ୍ରାମବାସୀ ପାହାଡ ଉପର ମଠ ସାମନାରେ ଏକ ପୋଖରୀ ଖନନ କରିଥିବା ବେଳେ କେବଳ ବର୍ଷା ଦିନେ ପାଣି ମୁନ୍ଦେ ଦେଖିବାକୁ ମିଳିଥାଏ। ମାତ୍ର ଅନ୍ୟ ଋତୁରେ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଥିବା ପରିଲକ୍ଷିତ ହୋଇଥାଏ। ପୋଖରୀ ମଧ୍ୟରେ ଏକ କୂପ ଖନନ କରାଯାଇଥିବା ବେଳେ ସେ ପାଣି ପାନୀୟ ଉପଯୋଗୀ ନୁହେଁ। ତେଣୁ ଏଠାରେ ପାଣି ବିନା ନାନା ସମସ୍ୟା ଦେଖା ଦେଉଥିବାରୁ ଏଠାରେ ଏକ ଗଭୀର ନଳ କୂପ ଖନନରର ଆବଶ୍ୟକତା ରହିଛ। ମଠ ନିକଟରେ ଏକ ପ୍ରାକୃତିକ ଝରଣା ବହି ଯାଉଛି। ଗଠିତ ରଘୁନାଥ ଜୀଉ ଆଞ୍ଚଳିକ କମିଟିର ସଦସ୍ୟମାନଙ୍କଠାରୁ ପ୍ରକାଶ ଯେ, ଜିଲା ପ୍ରଶାସନ ଏହି ପୀଠ ପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି। ଏ ପୀଠକୁ ଅନେକ ସମୟରେ ବିଭିନ୍ନ ରାଜ ନେତାମାନେ ଆସି ଏପରି ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ଅନେକ କିଛି କରିବାର ପ୍ରତିଶ୍ରୁତି ଦେଇଥାନ୍ତି। ମାତ୍ର ସେମାନଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇଛି। ୨୦୧୧-୧୨ରେ ପାହାଡ ଉପରେ ଥିବା ପୋଖରୀ ଖନନ ପାଇଁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ କାମ ଠିକ ଭାବରେ କରା ନ ଯାଇ ବିଲ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାତରା ମଠ ପାଖକୁ ରହିଥିବା ବାତରା ଜଙ୍ଗଲକୁ ମହୁଲପଡା, ଦରଦା, କୁଆହରା, ଜଗନ୍ନାଥପ୍ରସାଦ, ହାତକଟା, ପାଟଚଣ୍ଡୀପ୍ରସାଦ, କୁମୁଟିସାହି, ମାଣିକାଗୋଡା, ଗୋବର୍ଦ୍ଧନପୁର ଆଦି ୮ଟି ଅଞ୍ଚଳର ଗ୍ରାମବାସୀ ଜଙ୍ଗଲ ସୁରକ୍ଷା କମିଟି କରି ପରିବେଶକୁ ସୁରକ୍ଷିତ ରଖିଛନ୍ତିି। ଏଠାରେ ବାର୍‌ହା, କୋଟରା, ମୟୂର, ଭାଲୁ ଆଦି ଜଙ୍ଗଲ ଜନ୍ତୁ ବାସ କରୁଥିବା ଜଣାପଡ଼ିଛି। ତେବେ ଏଭଳି ଏକ ସୁନ୍ଦର ସବୁଜିମା ପରିବେଶ ମଧ୍ୟରେ ଥିବା ଅବହେଳିତ ପଯର୍‌ୟଟନ କ୍ଷେତ୍ରର ଉନ୍ନତି ତଥା ବିକାଶ ଦିଗରେ ଜିଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?