Posted inଖେଳ

ହକି ବିଶ୍ୱକପ୍‌ ପାଇଁ ବଶିଷ୍ଠଙ୍କ କ୍ୟାଲେଣ୍ଡର

ଭୁବନେଶ୍ୱର, ୭ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାଠାରୁ ବେଶ୍‌ ଦୂର କେରଳ ରାଜ୍ୟର ସେ ବାସିନ୍ଦା। କାଲିକଟ୍‌ ସହର ମାଲ୍‌ବାର ଖ୍ରୀଷ୍ଟିଆନ କଲେଜର ଇତିହାସ ବିଭାଗର ଆସୋସିଏଟ୍‌ ପ୍ରଫେସର। ତାଙ୍କ ନାମ ହେଉଛି ବଶିଷ୍ଠ। ଓଡ଼ିଶାର ଦୁଇଟି ସହରରେ ହକି ବିଶ୍ୱକପ୍‌ ଆୟୋଜିତ ହେବାକୁ ଯାଉଥିଲା ବେଳେ ସେ ବଡ଼ ଉତ୍ସାହିତ ହୋଇପଡ଼ିଛନ୍ତି। ୨୬ ବର୍ଷ ହେଲା ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଥିବା ବଶିଷ୍ଠ ଜଣେ ଖେଳକୁ ଭଲ ପାଉଥିବା ମଣିଷ। ସେ ଫୁଟବଲ,ଟେନିସ ଓ କ୍ରିକେଟ ଉପରେ କବିତା ଲେଖିବା ସାଙ୍ଗକୁ ସଚିନ ତେନ୍ଦୁଲକରଙ୍କ ଉପରେ ଏକ ସଂଗ୍ରହାଳୟ ତାଙ୍କ କଲେଜରେ ସ୍ଥାପନ କରିଛନ୍ତି। ସଚିନଙ୍କ ଉପରେ ବିଭିନ୍ନ ଭାଷାରେ ଲେଖାଯାଇଥିବା ଲେଖା ସେ ସାଇତି ରଖିଛନ୍ତି। ଓଡ଼ିଆ ଲେଖା ମଧ୍ୟ ସେଥିରେ ଅଛି। ଏଥର ହକି ବିଶ୍ୱକପ୍‌ ସକାଶେ ବଶିଷ୍ଠ ଏକ ସ୍ବତନ୍ତ୍ର କ୍ୟାଲେଣ୍ଡର ତିଆରି କରି ତାକୁ ରିଲିଜ କରିଛନ୍ତି। ବାରମାସର ପୃଷ୍ଠାରେ ହକି ବିଶ୍ୱକପ୍‌ ବାବଦରେ ତଥ୍ୟ ସାଙ୍ଗକୁ ସ୍ମରଣୀୟ ଫଟୋ ମଧ୍ୟ ସ୍ଥାନିତ ହୋଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହକି ବିଶ୍ୱକପ୍‌ ଟ୍ରଫି ସହ ଫଟୋ ସାଙ୍ଗକୁ ୧୯୭୫ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଫଟୋ ମଧ୍ୟ ସେ ଏହି ସ୍ବତନ୍ତ୍ର କ୍ୟାଲେଣ୍ଡରରେ ସ୍ଥାନିତ କରିଛନ୍ତି। ସେ ୨୦୧୮ ବିଶ୍ୱକପ୍‌ ଫାଇନାଲ ଦେଖିବାକୁ ଭୁବନେଶ୍ୱର ଆସିଥିଲେ। ଏଥର ମଧ୍ୟ ସେ ଫାଇନାଲ ଦିନ କଳିଙ୍ଗ ଷ୍ଟାଡ଼ିୟମରେ ବସି ମ୍ୟାଚ୍‌ ଦେଖିବା ଲାଗି ଟିକେଟ କିଣି ସାରିଛନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିଙ୍ଗ ଷ୍ଟାଡିୟମ ହେବ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି

ନୂଆଦିଲ୍ଲୀ, ୧୭ ।୬(ପି.ଟି.)- କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଉତ୍ତମ କ୍ରୀଡ଼ା ଭିତ୍ତିଭୂମି ଥିବା ଦେଶର ୮ଟି ସ୍ଥାନକୁ ଚିହ୍ନଟ କରିଛନ୍ତି। ଏହା ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ...

ଏଆଇଏଫଏଫ ନିର୍ବାଚନ ସପ୍ତାହେ ଘୁଞ୍ଚାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୨।୮ : ସୁପ୍ରିମକୋର୍ଟ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡ଼େରେଶନ (ଏଆଇଏଫଏଫ) ନିର୍ବାଚନକୁ ଏକ ସପ୍ତାହ ସ୍ଥଗିତ ରଖିଛନ୍ତି। ଫିଫା ଏଆଇଏଫଏଫକୁ ନିଲମ୍ବିତ କରିଥିବାରୁ କେନ୍ଦ୍ର...

ଉମରାନ ମଲିକ ତିଳକ ନ ଲଗାଇବା ବିବାଦ ପରେ ଭାଇରାଲ୍‌ ହେଉଛି ଏହି ଫଟୋ

ନୂଆଦିଲ୍ଲୀ,୫।୨:ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ଟେଷ୍ଟ ସିରିଜ ଫେବୃଆରୀ ୯ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସିରିଜ ଆରମ୍ଭ ହେବାର ଠିକ ପୂର୍ବରୁ ଭାରତର...

ଘୁଞ୍ଚିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ,୨୫।୧: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣ ଫାଇନାଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏବେ ୫ ଦିନିଆ ଫାଇନାଲ ମ୍ୟାଚ୍‌ ଚଳିତ ବର୍ଷ ଜୁନ...

ବଜରଙ୍ଗଙ୍କ ସମେତ ୪ ରେସ୍‌ଲର ଫାଇନାଲରେ

ବର୍ମିଂହାମ୍‌, ୬ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ରେସ୍‌ଲରମାନେ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଶୁକ୍ରବାର ବଜରଙ୍ଗ ପୁନିଆ (ପୁରୁଷ ୬୫କେଜି), ସାକ୍ଷୀ ମଲିକ (ମହିଳା...

ଜୋକୋଭିଚ୍‌ଙ୍କୁ ଦାୟିତ୍ୱହୀନ କହିଲେ କିର୍ଗୋସ

ବେଲଗ୍ରେଡ, ୨୫।୬- ବିଶ୍ୱର ନମ୍ବରଓ୍ବାନ ଟେନିସ ତାରକା ନୋଭାକ ଜୋକୋଭିଚ୍‌ ଏବେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ସେ ଆଡ୍ରିଆ ଟୁର୍‌ ଟେନିସ...

ବିବିସି ପୁରସ୍କାର ଦୌଡ଼ରେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ, ୯ା୨(ପି.ଟି.)-ଚଳିତବର୍ଷର ବିବିିସି ‘ଇଣ୍ଡିଆନ୍‌ ସ୍ପୋଟର୍‌ସ ଓମ୍ୟାନ ଅଫ୍‌ ଦି ଇୟର’ ପୁରସ୍କାର ପାଇଁ ୫ଜଣଙ୍କ ନାମ ସୁପାରିସ କରାଯାଇଛି। ତନ୍ମଧ୍ୟରେ ଏସିଆନ ଗେମ୍ସ ୧୦୦ମିଟର...

ଗୋଟିଏ ଓଭରରେ ଇଂଲଣ୍ଡକୁ ଡବଲ ଝଟକା ଦେଲେ ବୁମରା

ଓଭାଲ,୨।୯: ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ୧୯୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଏହାପରେ ଗୋଟିଏ ଓଭରରେ ଇଂଲଣ୍ଡର ଦୁଇ ଓପନରଙ୍କୁ...

Advertisement
Archives

Model This Week