ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ

ଦାରିଙ୍ଗବାଡ଼ି,୭।୧(ଡି.ଏନ୍‌.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଶୀତ ଫେରିଛି । ଶନିବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲ୍‌ସିୟସ ରହିଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହିଛନ୍ତି। ଗତ କିଛିଦିନ ହେଲା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୩ ଡିଗ୍ରୀ ପର୍ଯ୍ୟନ୍ତ ରହୁଥିଲା। ଶନିବାର ଏବଂ ରବିବାର ରହିଥିବାରୁ ଶୀତର ମଜା ନେବା ପାଇଁ ଜିଲା ତଥା ଜିଲା ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସୁଛନ୍ତି। ପ୍ରବଳ ଶୀତ ପଡ଼ିବାରୁ ଶନିବାରରୁ ୫ ଦିନିଆ ଶୀତ ଉତ୍ସବ ହେବାକୁ ରହିଥିବାରୁ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି।
ସୂଚନାଯୋଗ୍ୟ, ସପ୍ତାହକ ମଧ୍ୟରେ ପାଗ ମେଘୁଆ ସହ କୋହଲା ପବନ ସହ ମଝିରେ ମଝିରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଥିଲା। ଫଳରେ କୋହଲା ପାଗ ଯୋଗୁ ଦିନରେ ଶୀତ ହେଉଥିବା ବେଳେ ରାତିରେ ତାପମାତ୍ରା ବୃଦ୍ଧି ପାଉଥିଲା। ତେବେ ଶୁକ୍ରବାରଠାରୁ ସନ୍ଧ୍ୟାରେ ପୁଣି ଶୀତ ବୃଦ୍ଧି ପାଉଥିଲା। ଏବେ ପାଗ ଶୁଖିଲା ସହ ଦିନରେ ଖରା ହେବା ସହ ଅପରାହ୍ନରୁ ଶୀତର ପ୍ରକୋପ ବୃଦ୍ଧି ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଯାଉଥିଲେ ଜିଲା ପରିଷଦ: ବାଟରେ ଧକ୍କା ଦେଲା ଟ୍ରକ୍‌

କେନ୍ଦୁଝର,୧୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ୍‌ ୨୦ ନମ୍ବର ଜାତୀୟ ରାଜପଥ ଟାଙ୍ଗରାଣୀ ଛକ ନିକଟରେ ଟ୍ରକ୍‌ ଧକ୍କାରେ ୪ ନମ୍ବର ଜୋନ୍‌ ଜିଲା...

ଚିଖିଲି ଗାଁକୁ ଛୁଇଁଲା ବନ୍ୟାଜଳ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ର ଗାଙ୍ଗରେଲ, ସରଗୁଜା ଓ ସାରାଡିହି ଆଦି ଡ୍ୟାମରୁ ମହାନଦୀକୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ...

ରୋଗୀ ମୃତ୍ୟୁ ପରେ ଟଙ୍କା ଦାବି କରିବାରୁ ଉତ୍ତେଜନା

ଗୋପାଳପୁର,୧୨ା୯(ନବିନ ରାଜ ଆଚାରୀ): ଗଞ୍ଜାମ ଜିଲା ଶିତଲାପଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ବିଲ...

ଗଣେଶ ବିସର୍ଜନ ବେଳେ ସଂଘର୍ଷ

ଗୋପାଳପୁର,୧୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ସଂଘର୍ଷ ଘଟି ୭ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି...

ପାରଳା ମହାରାଜା ଇଂଜିନିୟରିଂ କଲେଜରେ ହିନ୍ଦୁ ଛାତ୍ରଙ୍କୁ ଗୋମାଂସ ଖୁଆଇଦେବା ଅଭିଯୋଗ

ଵ୍ରହ୍ମପୁର,୧୨ା୯(ସୁବାସ ଚନ୍ଦ୍ର ପାଢ଼ୀ/ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଶିତଳାପଲ୍ଲୀଠାରେ ଥିବା ପାରଳା ମହାରାଜା ଇଂଜିନିୟରିଂ ମହାବିଦ୍ୟାଳୟର ହଷ୍ଟେଲ କୋଠରୀରେ କିଛି...

ବରଗଡ଼ରେ ସ୍କ୍ରବ୍‌ ଟାଇଫସ୍‌: ଦିନକ ପରେ ମତ ବଦଳାଇଲେ ସିଡିଏମ୍‌ଓ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜିଲାରେ ଏହି ରୋଗରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି...

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ: ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ମାଲକାନଗିରି,୧୨ା୯(ଦୁର୍ଯ୍ୟୋଧନ ପାତ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିନିକିଆ ମାଲକାନଗିରି ଜିଲାକୁ ଯାଇ ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ...

ପରକୀୟା ପ୍ରୀତି ସନ୍ଦେହ: ଶ୍ବଶୁର ଘରେ ସ୍ତ୍ରୀ ତଣ୍ଟି କାଟିଲା ସ୍ବାମୀ

ଉଦଳା,୧୨।୯(ସନ୍ତୋଷ କୁମାର ବାଛିନି): ପରକୀୟା ପ୍ରୀତି ସନ୍ଦେହର କରୁଣ ପରିଣତି । ଶ୍ୱଶୁର ଘରେ ଜ୍ୱାଇଁ ଭିଆଇଲା ନାରକୀୟ କାଣ୍ଡ । ସ୍ତ୍ରୀ ବେକକୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri