Posted inଖେଳ

ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ବରୁଣ ଚକିତ

ଶାରଜା : ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇବା ପରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଚକିତ ହେବା ସହ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ଆଗାମ ଅଷ୍ଟ୍ରେଲିଆ ଗସ୍ତ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି। ୨୯ ବର୍ଷୀୟ ବରୁଣ ଦଳରେ ସାମିଲ ହେବେ ବୋଲି ଭାବି ନ ଥିଲେ। ସୋମବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ ଖେଳିସାରିବା ପରେ ଜାତୀୟ ଦଳରେ ସାମିଲ ହୋଇଛି ବୋଲି ଜାଣିବାକୁ ପାଇଥିଲି। ଏହା ମୋ ପାଇଁ ଅବିଶ୍ୱସନୀୟ ଥିଲା ବୋଲି ବରୁଣ କହିଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ନିୟମିତ ଖେଳିବା ସହ ନିଜର ଯୋଗଦାନ କରିବା ପାଇଁ ଲକ୍ଷ୍ୟ ରଖିଥାଏ ଓ ଭାରତୀୟ ଦଳ ପାଇଁ ମଧ୍ୟ ଏହା କରିବା ମୋର ମୂଳ ଲକ୍ଷ୍ୟ। ମୋତେ ଭରସା କରିଥିବାରୁ ଚୟନକର୍ତ୍ତାମାନଙ୍କୁ ଧନ୍ୟବାଦ୍‌ ଜଣାଉଛି ଓ ଏଥିପାଇଁ ମୋ ପାଖରେ ଭାଷା ନାହିଁ ବୋଲି ସେ କହିଛନ୍ତି। ୨୦୧୮ରେ ବରୁଣ ସ୍ପିନ୍‌ ବୋଲିଂ କରିବା ଆରମ୍ଭ କରିଥିଲେ। ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌)ରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତବର୍ଷ ଅଧିକ ସୁଯୋଗ ପାଇ ନ ଥିଲି। ତେବେ ଏବର୍ଷ ପ୍ରତ୍ୟାବର୍ତ୍ତନ କରିବାକୁ ସକ୍ଷମ ହୋଇଛି। ଦୀର୍ଘଦିନ ହେବ କଠିନ ପରିଶ୍ରମ କରି ଆସୁଛି। ସୁଯୋଗ ମିଳିଲେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବି ବୋଲି ବରୁଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

୨୦୨୭ ଆଇପିଏଲ୍‌ ଆଗୁଆ ହୋଇପାରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮ା୬- ମେ’ ମାସର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ବିସିସିଆଇ ଆଇପିଏଲ୍‌କୁ ଆଗୁଆ କରିବାକୁ ଯୋଜନା ଚଳାଇଛି। ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ସଂସ୍କରଣ ଲାଗି ମାର୍ଚ୍ଚ…

ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ପାଖରେ ଖସିଲା ଡ୍ରୋନ

ଗୁଆଡାଲାଜାରା,୧୮ା୬: ମେକ୍ସିକୋ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ କୋରିଆର ଜାତୀୟ ଫୁଟବଲ ଦଳର ଟ୍ରେନିଂ କ୍ୟାମ୍ପ ପାଖରେ ଗୁରୁବାର ଉଡ଼ୁଥିବା ଏକ ଡ୍ରୋନକୁ ମେକ୍ସିକାନ ସାମରିକ ବାହିନୀ…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା; ଦଳର ଅଧିନାୟକ ନୂଆ ଖେଳାଳି

ନୂଆଦିଲ୍ଲୀ,୧୮।୬: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର (ଜୁନ ୧୮) ଭାରତୀୟ ମହିଳା ଦଳ ବିପକ୍ଷରେ ଐତିହାସିକ ଏକମାତ୍ର ଟେଷ୍ଟ ପାଇଁ ୧୫ ଜଣିଆ…

ବୈଭବ ସୂର୍ଯ୍ୟବଂଶୀଙ୍କ ଲଢ଼େଇ ଉପରେ ବିସିସିଆଇ ଦେଲା ଏଭଳି ବୟାନ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ’ଏ’ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି, ଯେଉଁଠାରେ ତ୍ରିଦେଶୀୟ ସିରିଜ (ଟ୍ରାଇ-ନେସନ ସିରିଜ) ଖେଳାଯାଉଛି। ଏହି ସିରିଜରେ ଶ୍ରୀଲଙ୍କା ‘ଏ’ ଏବଂ…

ଏମିତି ରେକର୍ଡ କଲେ ସ୍ମୃତି ମନ୍ଧାନା, କୋଶେ ଦୂରରେ ରିହିବେ ପୁରୁଷ କ୍ରିକେଟର

ନୂଆଦିଲ୍ଲୀ,୧୮।୬: ସ୍ମୃତି ମନ୍ଧାନା ଆଇସିସି ମହିଳା ବିଶ୍ୱକପ 2026 ରେ ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ; ପାକିସ୍ତାନ ବିପକ୍ଷରେ ୬୮ ରନର ଇନିଂସ ପରେ,…

ଫିଫା ବିଶ୍ୱକପ୍‌: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି

ଇଷ୍ଟ ରଦରଫୋର୍ଡ (ଆମେରିକା),୧୮।୬: ଫୁଟ୍‌ବଲ ସୁପର ଷ୍ଟାର ଲିଓନେଲ ମେସିଙ୍କ ହାଟ୍ରିକ୍‌ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ୩-୦ ଗୋଲରେ ଆଲ୍‌ଜେରିଆକୁ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri