ଦିନ ଦ୍ୱିପ୍ରହରରେ ସେନକୋ ଜୁଏଲାରୀରେ ସଶସ୍ତ୍ର ଡକାୟତି; କାର୍ ଧକ୍କା ଦେଇ ଲୁଟେରାଙ୍କୁ ଧରିଲେ ଦୋକାନ ମାଲିକ, ୪ କାବୁ

ବାରିପଦା, ,୨୯।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ରବିବାର ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଡକାୟତି ହୋଇଛି। ବାରିପଦା ଟାଉନ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ସ୍ଥାନୀୟ ସେନକୋ ଜୁଏଲାରୀ ଦୋକାନରେ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ପଶି ବନ୍ଧୁକ ମୁନରେ ସୁନାଗହଣା ଲୁଟ୍ କରୁଥିବା ବେଳେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ତତ୍ପରତାରୁ ୪ ଜଣ ଡକାୟତ ଧରାପଡ଼ିଛନ୍ତି। ତେବେ ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି।

ସୂଚନା ଅନୁଯାୟୀ, ରବିବାର ଦିନ ପ୍ରାୟ ୧ଟା ସମୟରେ ୬ ଜଣ ଡକାୟତ ବନ୍ଧୁକ ଧରି ସେନକୋ ଜୁଏଲାରୀ ଶୋ’ରୁମ ଭିତରକୁ ପଶିଥିଲେ। ସେମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଦୋକାନର କର୍ମଚାରୀମାନଙ୍କୁ ଭୟଭୀତ କରାଇ ସୁନାଗହଣା ଲୁଟ୍ କରିବା ଆରମ୍ଭ କରିଥିଲେ। ଏହି ସମୟରେ ବାହାରେ ଥିବା ସ୍ଥାନୀୟ ଲୋକେ ସନ୍ଦେହ କରି ଘଟଣା ସମ୍ପର୍କରେ ଜାଣିପାରିଥିଲେ ଏବଂ ତୁରନ୍ତ ଦୋକାନ ମାଲିକଙ୍କୁ ଫୋନ୍ ଯୋଗେ ଖବର ଦେଇଥିଲେ। ଦୋକାନ ମାଲିକ ବିଳମ୍ବ ନକରି ବାରିପଦା ଟାଉନ ଥାନାକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଲୁଟ୍ କରି ଡକାୟତମାନେ ଦୋକାନରୁ ବାହାରି ବାଇକ୍ ଯୋଗେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଦୋକାନ ମାଲିକ ସାହସିକତା ଦେଖାଇ ନିଜ କାର୍‌ରେ ବାଇକ୍‌ରେ ବସିଥିବା ଦୁଇ ଡକାୟତଙ୍କୁ ଧକ୍କା ଦେଇଥିଲେ। ଫଳରେ ସେମାନେ ତଳେ ପଡ଼ିଯାଇଥିଲେ ଏବଂ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କାବୁ କରିନେଇଥିଲେ। ସେହିପରି ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଅନ୍ୟ ଦୁଇ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ଭିଡ଼ର ସୁଯୋଗ ନେଇ ଅବଶିଷ୍ଟ ଦୁଇ ଡକାୟତ ଫେରାର ହୋଇଯାଇଛନ୍ତି।

ପୋଲିସ ଅଟକ ଥିବା ୪ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିବା ସହ ସେମାନଙ୍କ ନିକଟରୁ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଓ ଲୁଟ୍ ସାମଗ୍ରୀ ଜବତ ପ୍ରକ୍ରିୟା ଆରମ୍ଭ କରିଛି। ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅନ୍ୟପକ୍ଷରେ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଦିନ ଦ୍ୱିପ୍ରହରରେ ଏଭଳି ବନ୍ଧୁକ ମୁନରେ ଡକାୟତି ଘଟଣା ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଓ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସହରରେ ଦିନବେଳା ଲୁଟ୍, ଛିନ୍‌ତାଇ ଓ ଚୋରି ବଢ଼ୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ତୀବ୍ର ଅସନ୍ତୋଷ ଦେଖାଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାରି ଶିଶୁଙ୍କ ଜୀବନ ବଞ୍ଚାଇ ନିଜେ ପୋଖରୀରେ ବୁଡ଼ିଗଲେ ମହିଳା, ଗ୍ରାମରେ ଶୋକର ଛାୟା

ପାପଡାହାଣ୍ଡି,୨୯।୧୧(ସ୍ବପ୍ନଜିତ ପଟ୍ଟନାୟକ) : ନିଜ ଜୀବନକୁ ବାଜି ଲଗାଇ ଚାରି ଜଣ କୁନି କୁନି ଶିଶୁଙ୍କ ଜୀବନ ବଞ୍ଚାଇଲେ ମହିଳା । ହେଲେ ଶେଷରେ ନିଜ ଜୀବନ…

ଚହଲଙ୍କ ପରେ ଏବେ ଭାଜପାରେ ଯୋଗଦେବେ କି ମହମ୍ମଦ ଶାମି? ନୀତିନ ନବୀନଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟର ମହମ୍ମଦ ଶାମି ରବିବାର ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଭାଜପାର କୁଁୱର ବାସିତ…

୨୯୨ଟି ବଲ ପରେ ସଫଳତା ପାଇଲେ ଯଶପ୍ରୀତ ବୁମରା; ଟମ ଲାଥମଙ୍କ ୱିକେଟ ନେବା ପରେ ଦେଲେ ଏକ ଚମତ୍କାର ମନ୍ତବ୍ୟ

ନୂଆଦିଲ୍ଲୀ,୨୯।୧୧: ଜସପ୍ରୀତ ବୁମରା ସେହି ବୋଲରମାନଙ୍କ ମଧ୍ୟରେ ଗଣାଯାଆନ୍ତି, ଯେଉଁମାନେ ନିଜର ବିସ୍ଫୋରକ ବୋଲିଂ ଦ୍ୱାରା ଯେକୌଣସି ବ୍ୟାଟିଂ ଲାଇନ-ଅପକୁ ଅଡୁଆରେ ପକାଇବାର କ୍ଷମତା ରଖନ୍ତି। ତେବେ,…

ବସ୍ ଅପେକ୍ଷାରେ ଥିବା ବେଳେ ମହିଳାଙ୍କୁ ବଳାତ୍କାର ଉଦ୍ୟମ-ମରଣାନ୍ତକ ଆକ୍ରମଣ; ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା…

ଦିଗପହଣ୍ଡି, ,୨୯|୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଜଣେ ୫୩ ବର୍ଷୀୟା ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ଓ ତାଙ୍କ…

ନିଜର ସମସ୍ତ ପରିବାର ତଥା ଆତ୍ମୀୟସ୍ବଜନଙ୍କ ସହ ସମ୍ପର୍କ ଛିନ୍ନ କଲେ ପବନ ସିଂହ; ନିଜ ମା’ ଏବଂ ଭାଇଙ୍କ ଉଦ୍ଦେଶ୍ୟରେ ଲେଖିଲେ ଭାବପ୍ରବଣ ପୋଷ୍ଟ

ପାଟନା,୨୯।୧୧: ଭୋଜପୁରୀ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ତଥା ଗାୟକ ପବନ ସିଂହ, ନିଜ ପାରିବାରିକ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚାରେ…

୫୦ ଟଙ୍କାରେ ୨୮ ଦିନ ରାତିରେ ଅନଲିମିଟେଡ୍ ଡାଟା, ମାତ୍ର ଏତିକି ଦିନ ଅଫର

ଜିଓର ଏକ ଡାଟା ପ୍ୟାକ୍‌ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ବିଶେଷକରି ରାତିରେ ଫିଲ୍ମ ଓ ୱେବ୍‌ ସିରିଜ୍‌ ଦେଖୁଥିବା, ବଡ଼ ଫାଇଲ୍‌ ଡାଉନଲୋଡ୍‌ କରୁଥିବା…

ଖେମୁଣ୍ଡି ଖଲାସି ସଂଘର ନୂଆ କର୍ମକର୍ତ୍ତା ଚୟନ; ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ସାମିଲ ହେବାକୁ…

ଦିଗପହଣ୍ଡି, ୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଖଲାସି ସଂଘର ଏକ ପରିବର୍ଦ୍ଧିତ ଆଲୋଚନା ସଭା ରବିବାର ଦିନ ନିମପଲ୍ଲୀ ଗ୍ରାମ ନିକଟସ୍ଥ…

ବ୍ୟାଗ ଯାଞ୍ଚ ବେଳେ ହଇଚଇ! ୩ଟି ବୋମା ଧରି ସ୍କୁଲ ପହଞ୍ଚିଲେ ଅଷ୍ଟମ ଶ୍ରେଣୀ ଛାତ୍ର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୯।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜ ସହରର ଏକ ସ୍କୁଲରେ ଚାଞ୍ଚଲ୍ୟ ଦେଖାଦେଇଛି । ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରୁ ୩ଟି ଦେଶୀ ବୋମା ମିଳିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?