ଭାରିଯାନ ଚଳାଚଳରେ ରୋକ୍‌

ଆନନ୍ଦପୁର,୧୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ସେତୁ ଉପରେ ଭାରିଯାନ ଚଳାଚଳ ଉପରେ ରୋକ୍‌ ଲାଗିଛି। ଘଟଗାଁସ୍ଥିତ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସୁପରିଣ୍ଟେଣ୍ଡେଣ୍ଡ ଅଫ ଇଞ୍ଜିନିୟର୍‌ଙ୍କ ଚିଠି ନଂ. ୬୭୮୦/୧୪ ନଭେମ୍ବର ୨୦୨୨ରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଆନନ୍ଦପୁର ଉପଜିଲାପାଳଙ୍କୁ ଅବଗତ କରାଯାଇଛି। ଏହା ସହିତ କେନ୍ଦୁଝର ଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକ, ଘସିପୁରା ଓ ଆନନ୍ଦପୁର ଥାନା ଅଧିକାରୀ, ଆନନ୍ଦପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏବଂ ମୁଖ୍ୟ ଯନ୍ତ୍ରୀ (ଡିପିଆଇ ଏଣ୍ଡ ରୋଡସ୍‌) ଓଡ଼ିଶାଙ୍କ ଅବଗତି ନିମନ୍ତେ ଜଣାଯାଇଛି।
ଆନନ୍ଦପୁର ବୈତରଣୀ ସେତୁର ୬ ନଂ. ପିଲାର ବ୍ୟାରିଂରେ ତ୍ରୁଟି ପରିଲକ୍ଷିତ ହେବାରୁ ସ୍ପାନ ଦବି ଦୁର୍ବଳ ଅବସ୍ଥାରେ ରହିଛି। ଏଥିରେ ଓଭର ଲୋଡ୍‌ ବାଲି ବୋଝେଇ ହାଇଓ୍ବା ସହିତ ଅନ୍ୟ ଭାରିଯାନ ଚଳାଚଳ ବୃଦ୍ଧି ପାଉଥିବାରୁ ଆଗକୁ ବିପଦ ଆଶଙ୍କା ରହିଥିବା ଚିଠିରେ ଦର୍ଶାଯାଇଛି। ଏହି କ୍ରମରେ ସେତୁର ମରାମତି କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆନନ୍ଦପୁର ଉପଜିଲାପାଳଙ୍କୁ କୁହାଯାଇଛି। ସୂଚନାଯୋଗ୍ୟ, ସେତୁର ସ୍ପାନ ଦବିବା ନେଇ ଅକ୍ଟୋବର ୨୨ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ପଦକ୍ଷେପ ଗ୍ରହଣ ପାଇଁ ଆନନ୍ଦପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଚିଠି ନଂ. ୮୦୮/୪ ନଭେମ୍ବର ୨୦୨୨ରେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

ଶୀତଦିନେ ରୁମ୍‌ ହିଟର କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ନଚେତ୍‌ ପସ୍ତାଇବେ

ଶୀତଦିନେ ସକାଳୁ ବିଛଣାରୁ ଉଠିବା କଷ୍ଟକର ହୋଇପଡ଼େ। ଘର ଭିତରେ ଥଣ୍ଡା ଯୋଗୁଁ ହାତ ଓ ପାଦ ମଧ୍ୟ ବରଫ ଭଳି ଥଣ୍ଡା ହୋଇଯାଏ। ଏଭଳି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?