ଆକ୍ସନ ମୋଡରେ ବରଗଡ଼ ପୋଲିସ: ପିସ୍ତଲ, ଗୁଳି ସହ ପୁଣି ୨ ପେଶାଦାର ଅପରାଧୀଙ୍କୁ…

ବରଗଡ଼,୭।୧୦(ପ୍ରେମାନନ୍ଦ ଖମାରୀ )- ଆକ୍ସନ ମୋଡରେ ବରଗଡ଼ ଜିଲା ପୋଲିସ । ସୋମବାର ୫ ଦେଶୀ ପିସ୍ତଲ, ୨୦ ଗୁଳି ସହିତ ୧୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଏହାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ବରଗଡ଼ ଟାଉନ ଥାନା ପୋଲିସ ପୁଣି ୨ ପେଶାଦାର ଅପରାଧୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ଜୟପୁରା ଗ୍ରାମର ଶେଖ ୱହିଦ ଅଲୀ(୩୫) ଏବଂ ସୋନପୁର ଜିଲା ଏସ୍‌. ରାମପୁର ଥାନା ବ୍ରାହ୍ମଣୀପାଲି ଗ୍ରାମର ତନ୍ମୟ ବାଗ(୨୫)। ସେମାନଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ୪ଟି ଗୁଳି, ୩ଟି ମୋବାଇଲ ଆଦି ଜବତ ହୋଇଛି। ସ୍ଥାନୀୟ ଜୀରାନଦୀ ବ୍ରିଜ ନିକଟରେ ଅଭିଯୁକ୍ତମାନେ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ସୂଚନା ପାଇ ସେଠାକୁ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ୫ ବର୍ଷର ଶିଶୁର ମୃତ୍ୟୁ ଘଟଣା: ସହାୟତାର ହାତ ବଢ଼ାଇଲେ ସମାଜସେବୀ

ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବନାଞ୍ଚଳ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ହରଡIଗୁଡା  ଗ୍ରାମରେ ଗତ ୩...

ଜିଲାସ୍ତରୀୟ ଶିଶୁ ମହୋତ୍ସବରେ ମୋହନା ଛାତ୍ରୀଛାତ୍ରଙ୍କ ସଫଳତା

ମୋହନା,୮।୧୦(ମନ୍ମଥ ମିଶ୍ର): ପାରଳାଖେମୁଣ୍ଡି ରେ ଆୟୋଜିତ ଗଜପତି ଜିଲା ସ୍ଥରୀୟ ସୁରଭି କାର୍ଯ୍ୟକ୍ରମରେ ମୋହନା ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ହିଲଟପ୍‌ ମାଧ୍ୟମିକ ଉଚ୍ଚ...

ପୁଅ-ବୋହୂଙ୍କ ମାଡ଼ରେ ମା’ ଗୁରୁତର

ଆସିକା, ୮ା୧୧ (ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କରାତଳି ଗ୍ରାମରେ ଶୁକ୍ରବାର ପୁଅ ବୋହୂଙ୍କ ମାଡ଼ରେ ଜଣେ ମା’ ଗୁରୁତର...

ଜି.ଉଦୟଗିରି ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ସହର: ୧୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ

ଜି.ଉଦୟଗିରି,୮ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଦୈନନ୍ଦିନ ପାରଦ କମୁଥିବା ବେଳେ ଶୀତର ପ୍ରକୋପ ବଢ଼ୁଛି।...

୨ଦିନ ହେଲା ଆଖଣ୍ଡଳମଣୀ ପୂଜଜଙ୍କ ମିଳୁନି ପତ୍ତା

ଗଞ୍ଜାମ,୮ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଦାମୋଦରପୁର ଗ୍ରାମ ସ୍ଥିତ ବାବା ଆଖଣ୍ଡଳମଣୀ ମନ୍ଦିର ପୂଜକ ତ୍ରିନାଥ ସାହୁ (୭୦) ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ପରିବାର...

ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ

ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଞ୍ଜିଗଡ଼ ଓ ତ୍ରିଲୋଚନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଗ୍ୟାସ ଲାଇନ ଯିବାକୁ...

ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ

ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଞ୍ଜିଗଡ଼ ଓ ତ୍ରିଲୋଚନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଗ୍ୟାସ ଲାଇନ ଯିବାକୁ...

ନୂଆପଡ଼ାରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ଆଦିବାସୀ ପରିବାରର ତେଣୁ…

ନୂଆପଡ଼ା,୮ା୧୧(ମକାରୁ ବେମାଲ): ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରୋଡ୍‌ ଶୋ’ କରିଛନ୍ତି। ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ  ମୁଖ୍ୟମନ୍ତ୍ରୀ ଭାଜପା ପ୍ରାର୍ଥୀ ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri