Posted inଖେଳ

କୋଏମ୍ୟାନ ବାର୍ସିଲୋନାର ନୂଆ କୋଚ୍‌

ବାର୍ସିଲୋନା, ୨୦।୮(ଏପି)- ନେଦରଲାଣ୍ଡ୍ସର ରୋନାଲ୍ଡ କୋଏମ୍ୟାନ ବାର୍ସିଲୋନାର ନୂଆ କୋଚ୍‌ ନିଯୁକ୍ତ ହୋଇଛନ୍ତି। ବୁଧବାର ଏହା କ୍ଲବ ପକ୍ଷରୁ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ଚାମ୍ପିୟନ୍ସ ଲିଗ୍‌ର କ୍ୱାର୍ଟର ଫାଇନାଲରେ ବେୟରନ ମ୍ୟୁନିଚ୍‌ଠାରୁ ୨-୮ ଗୋଲରେ ଲଜ୍ଜାଜନକ ପରାଜୟର ୫ ଦିନ ପରେ ବାର୍ସିଲୋନା ଏହାର ନୂଆ କୋଚ୍‌ ପାଇଛି। ପୂର୍ବତନ ଡିଫେଣ୍ଡର କୋଏମ୍ୟାନଙ୍କ ସହ ବାର୍ସିଲୋନା ୨୦୨୨ ଜୁନ୍‌ ପର୍ଯ୍ୟନ୍ତ ଚୁକ୍ତି କରିଛି। ବିଦାୟୀ କୋଚ୍‌ ଫ୍ରେଡ୍‌ କ୍ୱିକ୍‌ ଷ୍ଟେଇନ୍‌ଙ୍କ ସ୍ଥାନରେ କୋଏମ୍ୟାନଙ୍କୁ ଏହି ନିଯୁକ୍ତି ମିଳିଛି। ଗତ ଜାନୁୟାରୀରେ ଏର୍ନାଷ୍ଟୋ ଭାଲଭେର୍ଡଙ୍କ ସ୍ଥାନରେ କୋଚ୍‌ ହୋଇଥିବା ଷ୍ଟେଇନଙ୍କ କାର୍ଯ୍ୟକାଳ ମାତ୍ର ୨୫ ମ୍ୟାଚରେ ସୀମିତ ରହିଥିଲା। କୋଏମ୍ୟାନଙ୍କର ୨୦ ବର୍ଷ ଧରି ମ୍ୟାନେଜର ରହିବା ଏବଂ ୮ ଟ୍ରଫି ଜିତିବାର ଅଭିଜ୍ଞତା ରହିଛି। ଡଚ୍‌ ନ୍ୟାଶନାଲ ଟିମ୍‌କୁ ସେ ୨୦୧୮ ପର୍ଯ୍ୟନ୍ତ କୋଚିଂ ଦେଇଥିଲେ। ପୂର୍ବରୁ ସେ ସ୍ପାଶିସ୍‌ ଲିଗ୍‌, ଡଚ୍‌ ଲିଗ୍‌ ଏବଂ ପର୍ତ୍ତୁଗୀଜ୍‌ ଲିଗ୍‌ରେ କୋଚ୍‌ ଦାୟିତ୍ୱ ତୁଲାଇଥିଲେ। ୫୭ ବର୍ଷୀୟ କୋଏମ୍ୟାନ ପୂର୍ବରୁ ୧୯୯୦ ଶେଷଭାଗରେ ବାର୍ସିଲୋନାର ସହକାରୀ କୋଚ୍‌ ଥିଲେ। ଜଣେ ଖେଳାଳିଭାବେ ସେ ବାର୍ସିଲୋନାକୁ ଏହାର ପ୍ରଥମ ୟୁରୋପିଆନ ଟାଇଟଲ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଦୁଇ ଦଶନ୍ଧୀ ପୂର୍ବରୁ ଅନୁଷ୍ଠିତ ଫାଇନାଲରେ ତାଙ୍କ ଅତିରିକ୍ତ ସମୟ ଗୋଲ ବଳରେ ବାର୍ସିଲୋନା ପ୍ରତିପକ୍ଷ ସାମ୍ପଡୋରିଆକୁ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri