ବାର୍ବି ହେବା ପାଇଁ ୭୩ ହଜାର ଡଲାର ଖର୍ଚ୍ଚ

କାନବେରା: ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ତା’ ପାଇଁ ଲୋକେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ଏମିତି କିଛି ଲୋକ ଦୁନିଆରେ ଅଛନ୍ତି ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ଅସ୍ତ୍ରୋପଚାର ଜରିଆରେ ନିଜ ଶରୀରକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦିଅନ୍ତି। ଜର୍ମାନର ୨୧ ବର୍ଷୀୟା ଯୁବତୀ ଜେସି ବନ୍ନୀ। ଯେ ବାର୍ବି ଡଲ୍‌ ପରି ଦେଖାଯିବା ପାଇଁ ନିଜ ଅଙ୍ଗପ୍ରତ୍ୟଙ୍ଗର ଆକାର ରୂପରେଖ ବଦଳାଇଛନ୍ତି। ତାଙ୍କର ଏ ଅଜବ ନିଶା ପାଇଁ ପରିବାର ତାଙ୍କଠାରୁ ସବୁ ସମ୍ପର୍କ ଛିନ୍ନ କରିଛନ୍ତିି। ଏଥିଲାଗି ବର୍ତ୍ତମାନ ସୁଦ୍ଧା ଜେସ୍ସି ୭୩ ହଜାର ଡଲାର (ପାଖାପାଖି ୫୫,୮୪,୪୭୧) ଖର୍ଚ୍ଚ କରିସାରିଛନ୍ତି। ୩ଟି ବ୍ରେଷ୍ଟ୍‌ ସର୍ଜରି ସାଙ୍ଗକୁ ନାକ ଏବଂ ଓଠ ସର୍ଜରି ସେ କରିସାରିଛନ୍ତି। ଜେସିଙ୍କ ପ୍ରକୃତ ନାମ ଜେସିକା ହୋଇଥିବାବେଳେ ସେ ତାଙ୍କ ନାମ ବଦଳାଇ ଜେସି ବନ୍ନୀ ରଖିଛନ୍ତି। ଇନ୍‌ଷ୍ଟାଗ୍ରାମର ବାଇଓରେ ଫ୍ୟାଶନ ମଡେଲ ଭାବେ ନିଜ ପରିଚୟ ଦେଇଛନ୍ତି।
୧୭ ବର୍ଷ ବୟସରେ ଜେସି ନିଜ ଶରୀର ଗଠନ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଡାଇଭିଂ ଶିଖିବା ପାଇଁ ପରିବାରଠାରୁ ଆଣିଥିବା ଅର୍ଥରେ ସେ ପ୍ରଥମ ବ୍ରେଷ୍ଟ୍‌ ସର୍ଜରି କରିଥିଲେ। ଜେସିଙ୍କ ଏ ପ୍ରକାର ନିଷ୍ପତ୍ତିରେ କିନ୍ତୁ ପରିବାର ଲୋକେ ଖୁସି ନ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଘରଛାଡ଼ି ଅଲଗା ରହିବାକୁ ପଡ଼ିଥିଲା। ଜେସ୍ସିଙ୍କ ଏ ପ୍ରକାର ରୁଚି ପାଇଁ ତାଙ୍କ ଭାଇ ଓ ଜେଜେମା’ ଜେଜେବାପା ଜେସ୍ସିଙ୍କ ଫୋନ୍‌ କଲ୍‌ ବ୍ଲକ୍‌ କରିବା ସହ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି, ଯାହାକୁ ନେଇ ସେ ଦୁଃଖିତ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଧାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri