Posted inଫୁରସତ

ଏମିତି ସହର, ଯେଉଁଠି ବ୍ୟବହାର ହୁଏ ନାହିଁ ମୋବାଇଲ, ଟିଭି

ଆଜିର ସମୟ ଡିଜିଟାଲ ହୋଇଗଲାଣି। ଲୋକେ ପ୍ରତ୍ୟେକ କାର୍ଯ୍ୟ ପାଇଁ ଡିଜିଟାଲ ମିଡିଆ ଉପରେ ନିର୍ଭର କରୁଛନ୍ତି। ଆଜିର ସମୟରେ ସ୍ମାର୍ଟଫୋନ ମଣିଷ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଲଟିଛି। ଏହା ବିନା ଗୋଟିଏ ମିନିଟ୍‌ ମଧ୍ୟ କାଟିବା କଷ୍ଟକର ମନେହୁଏ। ଏପରି ପରିସ୍ଥିତିରେ, ଯଦି କହିବା ଦୁନିଆରେ ଏପରି ଏକ ସହର ଅଛି, ଯେଉଁଠାରେ ଆପଣ ଟିଭି ଦେଖିପାରିବେ ନାହିଁ କିମ୍ବା ମୋବାଇଲ ବ୍ୟବହାର କରିପାରିବେ ନାହିଁ? ଆପଣ ଭାବିବେ, ଏହା ନିଶ୍ଚିତ ଭାବରେ ଉତ୍ତର କୋରିଆ ହୋଇଥିବ, କିନ୍ତୁ ତାହା ବି ନୁହଁ।

ଏମିତି ସହର ଆମେରିକାରେ ରହିଛି। ଆମେରିକାର ଏହି ସହରରେ ମୋବାଇଲ, ଟିଭି ଏବଂ ରେଡିଓ ନିଷେଧ। ଏହି ସାମଗ୍ରୀଗୁଡ଼ିକ ଏଠାରେ କେହି ବ୍ୟବହାର କରିପାରିବେ ନାହିଁ। ଯଦି କେହି ବ୍ୟବହାର କରୁଥିବା ଧରାପଡ଼ନ୍ତି ତେବେ ତାଙ୍କୁ ଜେଲ୍‌ ଭୋଗିବାକୁ ପଡ଼ିବ। ଏହି ସହରର ନାମ ହେଲା ଗ୍ରୀନ ବ୍ୟାଙ୍କ। ଏହା ଆମେରିକାର ପଶ୍ଚିମ ଭର୍ଜିନିଆର ପୋକାହୋଣ୍ଟାସରେ ଅବସ୍ଥିତ। ଏଠାରେ ପ୍ରାୟ ୧୫୦ ଜଣ ଲୋକ ବାସ କରନ୍ତି। କିନ୍ତୁ କାହା ପାଖରେ ଟିଭି କିମ୍ବା ମୋବାଇଲ ନାହିଁ। ଏହାର ଏକ ବିଶେଷ କାରଣ ରହିଛି।

ଏହି ସହରରେ ଦୁନିଆର ସବୁଠୁ ବଡ଼ ଷ୍ଟିରେବଲ୍‌ ରେଡିଓ ଟେଲିସ୍କୋପ ରହିଛି। ଏହାକୁ ଗ୍ରୀନ ବ୍ୟାଙ୍କ ଟେଲିସ୍କୋପ ମଧ୍ୟ କୁହାଯାଏ। ଏହି ଟେଲିସ୍କୋପ ବହୁତ ବଡ଼ ଏବଂ ପରିବହନ ଯୋଗ୍ୟ। ତାହା ହେଉଛି, ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ। ଏହି ଟେଲିସ୍କୋପ ଏତେ ବଡ଼ ଯେ ଏକ ବଡ଼ ଫୁଟବଲ ପଡ଼ିଆ ପରି। ଏହି ଟେଲିସ୍କୋପ ଲମ୍ବ ୪୮୫ ଫୁଟ ଏବଂ ଚଉଡ଼ା ୭୬ ଶହ ମେଟ୍ରିକ ଟନ୍‌।

ଯେଉଁଠାରେ ଏହି ବିଶାଳ ଟେଲିସ୍କୋପ ସ୍ଥାପିତ ହୋଇଛି, ସେଠାରେ ଆମେରିକାର ନ୍ୟାଶନାଲ ରେଡିଓ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷକ ରହିଛି। ଏହା ୧୯୫୮ରେ ପ୍ରତିଷ୍ଠିତ ହୋଇଥିଲା। ଏଠାରୁ ବୈଜ୍ଞାନିକମାନେ ମହାକାଶରୁ ପୃଥିବୀକୁ ଆସୁଥିବା ତରଙ୍ଗ ବିଷୟରେ ଜାଣିପାରନ୍ତି। ଏହି ସ୍ଥାନରେ ଅନେକ ଟେଲିସ୍କୋପ ଅଛି, ଯାହା ମାଧ୍ୟାକର୍ଷଣରୁ କଳା ଛିଦ୍ର ପର୍ଯ୍ୟନ୍ତ ଅଧ୍ୟୟନ କରେ। ବିଶାଳ ଟେଲିସ୍କୋପ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଏହା ଏତେ ବଡ଼ ଯେ, ଏହା ମହାକାଶରେ ୧୩ ବିଲିୟନ ଆଲୋକ ବର୍ଷ ଦୂରରେ ମଧ୍ୟ ସଙ୍କେତ ଗ୍ରହଣ କରିଥାଏ। ଟିଭି, ରେଡିଓ, ମୋବାଇଲଠାରୁ ଆରମ୍ଭ କରି ଆଇପ୍ୟାଡ, ବେତାର ହେଡଫୋନ, ରିମୋଟ କଣ୍ଟ୍ରୋଲ ଖେଳନା ଏବଂ ମାଇକ୍ରୋଓ୍ବେଭ୍‌ ମଧ୍ୟ ଏଠାରେ ନିଷେଧ। ଏହାର ଏକ ବିଶେଷ କାରଣ ଅଛି। ଏହି ଇଲେକ୍ଟ୍ରୋନିକ ଉପକରଣଗୁଡ଼ିକରୁ ଉତ୍ପନ୍ନ ତରଙ୍ଗ ମହାକାଶରୁ ଆସୁଥିବା ତରଙ୍ଗକୁ ପ୍ରଭାବିତ କରିବ ଏବଂବୈଜ୍ଞାଜ୍ଞାନିକମାନେ ଏହାକୁ ସଠିକ ଭାବରେ ଧରି ପାରିବେ ନାହିଁ। ଏହି କାରଣରୁ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଜିନିଷ ମଧ୍ୟ ଏଠାରେ ନିଷେଧ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?