ବାନ୍ନେରଘାଟ୍ଟ ଜାତୀୟ ଉଦ୍ୟାନ

କର୍ନାଟକସ୍ଥିତ ବାନ୍ନେରଘାଟ୍ଟ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ବହୁ ବିରଳ ପଶୁପକ୍ଷୀଙ୍କ ସମେତ ଜାତିଜାତିକା କୁମ୍ଭୀର, ସାପ ତଥା ପ୍ରଜାପତି ଦେଖିବାର ସୁଯୋଗ ପାଇପାରିବେ। ଏପରିକି ବିଭିନ୍ନ କିସମର ବନସ୍ପତି ବୃକ୍ଷକୁ ଏଠାରେ ଦେଖିବା ସହ ଅନେକ
କିଛି ଅଜଣା ତଥ୍ୟ ହାସଲ ମଧ୍ୟ କରିପାରିବେ..
କର୍ନାଟକସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ବାନ୍ନେରଘାଟ୍ଟ ଜାତୀୟ ଉଦ୍ୟାନର ରହିଛି ବେଶ୍‌ ଖ୍ୟାତି। ଏଠାରେ ଅନେକ ଦୁର୍ଲଭ ତଥା ଲୁପ୍ତପ୍ରାୟ ବନ୍ୟଜୀବଙ୍କ ସମେତ ବିଭିନ୍ନ ପ୍ରଜାତିର ବନସ୍ପତି ବୃକ୍ଷ ଦେଖିବାକୁ ମିଳିଥାଏ। ପ୍ରାୟ ୨୬୦ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ି ଉଠିଥିବା ଏହି ଉଦ୍ୟାନଟି ବାଙ୍ଗାଲୋରଠାରୁ ପାଖାପାଖି ୨୨ କି.ମି. ଦକ୍ଷିଣରେ ଅବସ୍ଥିତ। ସୂଚନାନୁଯାୟୀ, ୧୯୭୦ ମସିହାରେ ଏହା ପ୍ରଥମେ ଏକ ସଂରକ୍ଷଣ କେନ୍ଦ୍ର ଭାବେ ଲୋକଲୋଚନକୁ ଆସିଥିଲା। ପରେ ୧୯୭୪ରେ ଏହାକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଲା। ସେହିପରି ୨୦୦୨ରେ ଏହି ଉଦ୍ୟାନର ଅଳ୍ପ କିଛି ଅଂଶରେ ଏକ ପ୍ରାଣୀ ଉଦ୍ୟାନ ଗଢି ଉଠିଲା, ଯାହାର ନାଁ ରଖାଗଲା ବାନ୍ନେରଘାଟ୍ଟ ପ୍ରାଣୀ ଉଦ୍ୟାନ।
କ’ଣ ଦେଖିବେ
ଏହି ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ମୁଖ୍ୟତଃ ବାଘ, ହାତୀ, ଗୟଳ, ଚିତାବାଘ, ବିଲୁଆ, କୋକିଶିଆଳି, ଚିତ୍ରା ହରିଣ, ବୋବାଉଥିବା ହରିଣ, ଠେକୁଆ, ଜଙ୍ଗଲୀ ବିଲେଇ, ଜିରାଫ, ଜେବ୍ରା, ନୀଳଗାଈ, ହେଟାବାଘ, ଗଧିଆ, ସିଂହ, ଭାଲୁ ଆଦି ପଶୁ ଦେଖିବାକୁ ପାଇପାରିବେ। ସେହିପରି ପ୍ରାୟ ଏକଶହରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ବି ଏହି ଉଦ୍ୟାନରେ ଦେଖାଯାଇଥାନ୍ତି। ସେମାନଙ୍କ ପାଇଁ ଏଠାରେ ଏକ ସ୍ବତନ୍ତ୍ର ଚିଡ଼ିଆଘରର ବ୍ୟବସ୍ଥା କରାଯାଇ ସେମାନଙ୍କର ଯତ୍ନ ନିଆଯାଉଛି। କେବଳ ସେତିକି ନୁହେଁ ଏଠାରେ କୁମ୍ଭୀର, ସାପ ତଥା ପ୍ରଜାପତିଙ୍କ ସୁରକ୍ଷା ନିମନ୍ତେ ପୃଥକ୍‌ ପୃଥକ୍‌ ସଂରକ୍ଷଣ ଫାର୍ମମାନ ମଧ୍ୟ ରହିଛି, ଯେଉଁଠାକୁ ବୁଲିଯାଇ ଆଗନ୍ତୁକ ଅନେକ କିଛି ତଥ୍ୟ ସଂଗ୍ରହ କରିପାରିବେ। ଏଥିସହିତ ନାନା କିସମର ଦୁର୍ଲଭ ବନସ୍ପତି ବୃକ୍ଷକୁ ନିକଟରୁ ଦେଖିବାର ସୁଯୋଗ ବି ଏଠାରୁ ସେମାନେ ପାଇପାରିବେ।
ଆଉ କ’ଣ ଖାସ୍‌ ରହିଛି ଏଠାରେ
ଏହି ଜାତୀୟ ଉଦ୍ୟାନ ପରିସରରେ ଅନେକ ପ୍ରାଚୀନ ମନ୍ଦିର ଦେଖିବାକୁ ମିଳିଥାଏ। ତା’ଛଡ଼ା ଛୋଟମୋଟ ପାହାଡ଼ଘେରା ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ଟ୍ରେକିଂ ତଥା ହାଇକିଂର ସୁବିଧା ମଧ୍ୟ ରହିଛି। ଏପରିକି ଏଠାରେ ଜଙ୍ଗଲ ସଫାରି ପାଇଁ ବି ସୁବ୍ୟବସ୍ଥା ଅଛି। ସେହିପରି ଏହି ଉଦ୍ୟାନଠାରୁ କିଛି ଦୂରରେ ତିନୋଟି ବଡ଼ ବଡ଼ ଘେରା ଅଞ୍ଚଳ ରହିଥିବାର ପର୍ଯ୍ୟଟକ ଦେଖିପାରିବେ, ଯେଉଁଠାରେ ନିକଟସ୍ଥ ଗ୍ରାମବାସୀଙ୍କ ଦ୍ୱାରା ମେଣ୍ଢା ଓ ଗୋପାଳନ ଆଦି କରାଯାଇଥାଏ।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲି ଯିବାର ସୁବିଧା ଥିଲେ ହେଁ, ଅକ୍ଟୋବରରୁ ଫେବୃୟାରୀ ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ନିମନ୍ତେ ଅନୁକୂଳ ରହିବା ସହ ଶସ୍ୟଶ୍ୟାମଳା ବୃକ୍ଷଲତା ତଥା ପଶୁପକ୍ଷୀଙ୍କୁ ସହଜରେ ନିକଟରୁ ଦେଖିବାର ସୁବିଧା ମିଳିଥାଏ। ସେହିପରି ଏହି ଉଦ୍ୟାନ ନିକଟକୁ ଯିବା ପାଇଁ ଗମନାଗମନର ମଧ୍ୟ ସୁବ୍ୟବସ୍ଥା ରହିଛି। ବାଙ୍ଗାଲୋରଠାରୁ ଏହା ଯେହେତୁ ମାତ୍ର ୨୨ କି.ମି. ଦୂରରେ ଅବସ୍ଥିତ, ତେଣୁ ପ୍ରଥମେ ବାଙ୍ଗାଲୋର୍‌ରେ ପହଞ୍ଚତ୍ ସେଠାରୁ ଆରାମରେ ଟ୍ୟାକ୍ସି ହେଉ କିମ୍ବା ଟାଉନ୍‌ ବସ୍‌ ମାଧ୍ୟମରେ ପର୍ଯ୍ୟଟକ ସୁବିଧାରେ ଯାଇ ଏହି ଜାତୀୟ ଉଦ୍ୟାନ ନିକଟରେ ପହଞ୍ଚତ୍ ଯାଇପାରିବେ।
ଜାଣିବା କଥା
ଏହି ଉଦ୍ୟାନ ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପ୍ରତି ପର୍ଯ୍ୟଟକଙ୍କୁ ପ୍ରବେଶ ଶୁଳ୍କ ଦେବାକୁ ହୋଇଥାଏ। ତା’ଛଡ଼ା ଉକ୍ତ ଉଦ୍ୟାନଟି ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ ଯାଏଁ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଖୋଲା ରହିଥାଏ। ତେବେ ପ୍ରତି ମଙ୍ଗଳବାର ଦିନ ଏହି ଉଦ୍ୟାନଟି ବନ୍ଦ ରହୁଥିବା ସୂଚାନ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri