ପୋଲିସ ହାତରେ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ): ବ୍ଲାକ୍‌ମେଲିଂ କରି ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କଠାରୁ ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ କମିଶନରେଟ ପୋଲିସର ହସ୍ତଗତ ହୋଇଛି। ଅର୍ଚ୍ଚନା କମ୍‌ ଦିନ ମଧ୍ୟରେ କିପରି ଅମାପ ସମ୍ପତ୍ତି ହାତେଇଲେ, ତାଙ୍କ ପାଖକୁ କିଏ ଟଙ୍କା ପଠାଉଥିଲା, କେଉଁ ବ୍ୟାଙ୍କରୁ ଟଙ୍କା ଆସୁଥିଲା ଏବଂ ଏହି ଟଙ୍କା ସେ କେଉଁ ବାଟେ ବିନିଯୋଗ କରିଥିଲେ, ତାହାର ସବୁ ତଥ୍ୟ ଜାଣିବା ଲାଗି ଗତ ୫ ବର୍ଷର ରିପୋର୍ଟ କମିଶନରେଟ ପୋଲିସ ମାଗିଥିବାବେଳେ ଆରବିଆଇ ୩ଟି ବ୍ୟାଙ୍କର ଷ୍ଟେଟ୍‌ମେଣ୍ଟ ଦେଇଛି। ତେବେ ଉକ୍ତ ଷ୍ଟେଟମେଣ୍ଟରେ କେତେ ଟଙ୍କା ରହିଛି, କାହାକୁ କାହାକୁ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି, ସେନେଇ ତଦନ୍ତ ଚାଲିରହିଥିବାରୁ ଅଧିକ ତଥ୍ୟ ଦେବାକୁ ଡିସିପି ପ୍ରତୀକ ସିଂ ମନା କରିଦେଇଛନ୍ତି। ଅପରପକ୍ଷରେ ବ୍ୟାଙ୍କ ଡିଟେଲ୍ସ ତଥ୍ୟ ପୋଲିସର ହସ୍ତଗତ ହେବାପରେ ଅନେକ ରାଜନେତା, ବିଲ୍ଡର, ପ୍ରଯୋଜକ, କିଛି ପୋଲିସ ଅଧିକାରୀଙ୍କ ମନରେ ଛନକା ପଶିଥିବା ଆଲୋଚନା ହେଉଛି। ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ କେବଳ ନେତା, ମନ୍ତ୍ରୀଙ୍କ ସହ ଫଟୋ ଉଠାଉ ନ ଥିଲେ ବରଂ ପୋଲିସ ଅଧିକାରୀଙ୍କ ସହ ମଧ୍ୟ ଫଟୋ ଉଠାଇଥିଲେ। ଉଭୟ ଦମ୍ପତି ନିକଟରେ ଅବସର ନେଇଥିବା ଡିସିପି(ସିକ୍ୟୁରିଟି) ନିର୍ମଳ କୁମାର ଶତପଥୀଙ୍କ ସହ ଫଟୋ ଉଠାଇଥିବା ସୋସିଆଲ ମିଡିଆରେ ଘୂରି ବୁଲୁଛି। ତେଣୁ ରାଜନେତାଠାରୁ ଆରମ୍ଭ କରି ମନ୍ତ୍ରୀ , ପୋଲିସ ଓ ଅଫିସରଙ୍କ ଫଟୋ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ଏବେ ହଇଚଇ ସୃଷ୍ଟି ହୋଇଛି।

୩୦ତାରିଖରେ ନୟାପଲ୍ଲୀ ଥାନାରେ ପ୍ରଥମେ ଅର୍ଚ୍ଚନା ଓ ଜଣେ ଯୁବତୀଙ୍କ ନାମରେ ଏଫ୍‌ଆଇଆର ପ୍ରଯୋଜକ ଅକ୍ଷୟ ପରିଜା ଦେଇଥିଲେ। ବ୍ଲାକ୍‌ମେଲିଂ ଭଳି ଅଶ୍ଳୀଳ ଫଟୋ ରଖି ୩ କୋଟି ଟଙ୍କା ମାଗିବା ନେଇ ଅଭିଯୋଗରେ ଦର୍ଶାଇଥିଲେ। ଏହାପରେ ଅକ୍ଟୋବର ୨ରେ ଖଣ୍ଡଗିରି ଥାନାରେ ଯୁବତୀ ଜଣଙ୍କ ଅର୍ଚ୍ଚନାଙ୍କ ନାମରେ ଅଭିଯୋଗ ଦେଇଥିଲେ। ଯୁବତୀଙ୍କ ଅଭିଯୋଗକୁ ଆଧାର କରି କମିଶନରେଟ୍‌ ପୋଲିସ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ତେବେ ଅକ୍ଷୟ ପରିଜାଙ୍କ ଅଭିଯୋଗରେ ଅଭିଯୁକ୍ତ ଥିବା ଯୁବତୀ କିପରି ନିଜେ ଅଭିଯୋଗକାରୀ ହେଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନାଙ୍କ ଓକିଲ ଆଇନଜୀବୀ ଦେବାଶିଷ ମହାପାତ୍ର। ସେହିଭଳି ଗିରଫ ବେଳେ ଅର୍ଚ୍ଚନାଙ୍କ ଠାରୁ ପୋଲିସ ଲାପ୍‌ଟପ ଓ ପେନ୍‌ଡ୍ରାଇଭ ସହ ମୋବାଇଲ ଜବତ କରିଥିଲା। ପୋଲିସ କହୁଛି ସବୁ ପ୍ରମାଣ ସାଇଣ୍ଟିଫିକ ଲ୍ୟାବକୁ ପଠାଯାଇଛି। ତେବେ ଅଭିଯୁକ୍ତ ଜେଲରେ ଥିବା ବେଳେ କିଏ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଚଳାଇ ତଥ୍ୟ ଡିଲିଟ କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। କେବଳ ଏଇ ଘଟଣା ନୁହେଁ, ଗୋପ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ତାଙ୍କ ମୋବାଇଲରେ କିଛି ଭିଡିଓ ଥିବା ସେ କହିଥିଲେ। ହେଲେ ଇତିମଧ୍ୟରେ ୧୮ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ସେ ଭିଡିଓରେ କେଉଁମାନଙ୍କ ସମ୍ପର୍କ ରହିଛି ସେ ସମ୍ପର୍କରେ କୌଣସି ସୂଚନା ଦେଇପାରିଲା ନାହିଁ। ସେହିପରି ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମୃତ ରୁଚିକାଙ୍କ ମୋବାଇଲ ସିଙ୍ଗାପୁର ପଠାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ପ୍ରମାଣ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri