ପାଟନା,୧୩।୧୦: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର ମନ୍ତ୍ରୀ ତେଜ ପ୍ରତାପଙ୍କ ଏକ ଚମତ୍କାର ଘଟଣା ଘଟିଛି। ତେଜ ପ୍ରତାପ କହିଛନ୍ତି, ଶିରିଡି ସାଇ ବାବା ତାଙ୍କ ସହ ଚମତ୍କାର କରିଛନ୍ତି। ସେ ଟିଭିରେ ସାଇ ବାବା ସିରିଏଲ ଦେଖୁଥିଲେ। ସାଇ ବାବାଙ୍କ ଆଶୀର୍ବାଦରୁ ଲୋକଙ୍କ ରୋଗ ଏବଂ ସମସ୍ୟା ଦୂର ହୋଇଯାଉଥିବା ସେ ସିରିଏଲରେ ଦେଖିଥିଲେ। ତେଜ ପ୍ରତାପ ବାବାଙ୍କୁ ହୃଦୟରୁ କାମନା କରିଥିଲେ ଯେ ତାଙ୍କୁ ମଧ୍ୟ ବାବାଙ୍କ ଆଶୀର୍ବାଦ ମିଳୁ। ପରଦିନ ସେ ଘରୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ପରେ ତାଙ୍କ ଟେବୁଲ ଉପରେ ବାବାଙ୍କ ଉଡି ପ୍ରସାଦ ପ୍ୟାକେଟ୍ ରଖାଯାଇଥିବା ସେ ଦେଖିବାକୁ ପାଇଥିଲେ। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ତେଜ ପ୍ରତାପ ଏହାକୁ ସାଇ ବାବା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ବୋଲି ବର୍ଣ୍ଣନା କରିଛନ୍ତି। ସେ ଖୁବ୍ଶୀଘ୍ର ଶିରଡି ଦର୍ଶନ ପାଇଁ ଯିବେ ବୋଲି କହିଛନ୍ତି।
बिहार के मंत्री तेज प्रताप यादव का दावा… शिरडी के साईं बाबा को याद किया और सोचा उनका भभूत मिल जाए. घर पर अपने ऑफिस में गया तो टेबल पर मिला भभूत का पैकेट. @TejYadav14
Video- @iajeetkumar pic.twitter.com/Ke7vrsbQjv
— Shubham Singh Chauhan (@shubhamsjourno) October 13, 2022

