ଋଣ ଶୁଝିବାକୁ ବ୍ୟାଙ୍କ ଲୁଟ୍‌

ଭୁବନେଶ୍ୱର,୬।୧୦ (ବ୍ୟୁରୋ): ରାଜଧାନୀ ଉପକଣ୍ଠ ନନ୍ଦନବିହାର ଓ ବରିମୁଣ୍ଡା ବ୍ୟାଙ୍କ୍‌ ଲୁଟ୍‌ ଘଟଣା ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଏହି ଦୁଇ ଘଟଣାରେ ଜଣେ ହିଁ ସମ୍ପୃକ୍ତ ଥିବା ଜଣାପଡିଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଟାଙ୍ଗୀବନ୍ତ ଗଁାର ଶିକ୍ଷିତ ବ୍ୟବସାୟୀ ସୌମ୍ୟରଞ୍ଜନ ଜେନା(୨୫)। ତାଙ୍କ ନିକଟରୁ ପୋଲିସ ଗୋଟିଏ ଅସଲି ବନ୍ଧୁକ, ୯ଟି ଗୁଳି, ଗୋଟିଏ ଏୟାର ଗନ୍‌,୧୦ ଲକ୍ଷ ଟଙ୍କା, ଲୁଟ୍‌ ସମୟରେ ବ୍ୟବହାର କରିଥିବା ସ୍କୁଟି, ଜୋତା, ଗ୍ଲୋଭ୍‌ସ, ହେଲ୍‌ମେଟ୍‌ ଓ ବ୍ଲାକ୍‌ ଶାର୍ଟକୁ ଜବତ କରିଛି। ପଚରାଉଚରା ପରେ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଲକ୍‌ଡାଉନ ପାଇଁ ବ୍ୟବସାୟରେ କ୍ଷତି ଓ ଋଣ ବୋଝ ସୌମ୍ୟଙ୍କୁ ଲୁଟେରା ସଜାଇ ଦେଇଛି। ଅଭିଯୁକ୍ତ ଜଣକ ବ୍ୟାଙ୍କ ଋଣ ଶୁଝିବା ପାଇଁ ଏପରି ଲୁଟ୍‌ କରିଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୋମବାର ଖବରଦାତା ସମ୍ମଳନୀରେ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ସୌମ୍ୟ ଧରାପଡ଼ିବା ପରେ ପୋଲିସ ତାଙ୍କୁ ଲୁଟ୍‌ କରିଥିବା ଦୁଇଟି ବ୍ୟାଙ୍କ୍‌କୁ ନେଇ କ୍ରାଇମ୍‌ ସିନ୍‌ ରି-କ୍ରିଏଶନ୍‌ କରିଥିଲା। ସେଠାରେ ସେ କିଭଳି ଲୁଟ କରିଥିଲେ ତାହାର ଲାଇଭ୍‌ ଦୃଶ୍ୟ ପୋଲିସକୁ ଦେଖାଇଥିଲେ। ତେବେ ତାଙ୍କୁ ପଚରାଉଚରାବେଳେ ପୋଲିସ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସୌମ୍ୟ ଯୁକ୍ତ ୨ବାଣିଜ୍ୟ ପାସ୍‌ କରିବା ପରେ ବ୍ୟବସାୟ କରିବାକୁ ସ୍ଥିର କରିଥିଲେ। କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଇନ୍‌ଫୋସିଟି ଥାନା ନନ୍ଦନବିହାରସ୍ଥିତ ଇଣ୍ଡିଆନ୍‌ ଓଭରସିସ୍‌ ବ୍ୟାଙ୍କ୍‌ ଓ ବରିମୁଣ୍ଡ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ ୧୯ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଲକ୍‌ଡାଉନ୍‌ ପୂର୍ବରୁ ସେ ଟାଙ୍ଗୀବନ୍ତ ଗଁାରେ ଜେନା ନିଉ ଷ୍ଟାଇଲ୍‌ ନାମକ ଏକ ପୋଷାକ ଓ ଜୋତା ଦୋକାନ ଖୋଲିଥିଲେ। ଆରମ୍ଭରୁ ମାସକୁ ୯ରୁ ୧୦ ଲକ୍ଷର ବ୍ୟବସାୟ ହେଉଥିଲା। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଦୋକାନ ବନ୍ଦ ରହିବାରୁ ତାଙ୍କ ଉପରେ ଋଣ ବୋଝ ମାଡ଼ି ପଡିଥିଲା। ତାହାକୁ ଶୁଝିବା ପାଇଁ ଦୀର୍ଘଦିନ ଧରି ମାନସିକ ଚିନ୍ତାରେ ରହିବା ପରେ ଶେଷରେ ଲୁଟ୍‌ କରିବାକୁ ବାଛି ନେଇଥିଲେ। କୌଣସି ଲୁଟେରା ଗ୍ୟାଙ୍ଗ୍‌ କିମ୍ବା ଅପରାଧୀଙ୍କ ସହ ହାତ ନ ମିଳାଇ ୟୁଟ୍ୟୁବ୍‌ ଭିଡିଓରୁ ଲୁଟ୍‌ କରିବାର କଳା ଶିଖି ଓ୍ବାନ୍‌ ମ୍ୟାନ୍‌ ଲୁଟେରା ପାଲଟିଯାଇଥିଲେ। ପାଖରେ ଅର୍ଥ ନ ଥିବାରୁ ଚୋରା ବନ୍ଧୁକ କିଣିପାରି ନ ଥିଲେ। ତେଣୁ ସେ ଏକ ଦୋକାନରୁ ଏୟାରଗନ (ଖେଳଣା ବନ୍ଧୁକ) କିଣି ବ୍ୟାଙ୍କ୍‌ରୁ ଲୁଟ୍‌ ପାଇଁ ଯୋଜନା କରିଥିଲେ। ଋଣ ଆଣିଥିବା ଦୁଇଟି ବ୍ୟାଙ୍କ୍‌ରେ ପୂର୍ବରୁ କାରବାର ଥିବାରୁ କର୍ମଚାରୀଙ୍କ ଉପସ୍ଥିତି ଓ ଭୌଗୋଳିକ ସ୍ଥିତି ବିଷୟରେ ଭଲଭାବେ ଅବଗତ ଥିବାରୁ ତେଣୁ ଲୁଟ୍‌ ପାଇଁ ପୂରା ପ୍ରସ୍ତୁତ ହୋଇଥିଲେ। ଏଥିପାଇଁ ଏକ ନମ୍ବର ବିହୀନ ସ୍କୁଟି ଯୋଗାଡ଼ କରିଥିଲେ। ପ୍ରଥମେ ସେ ସେପ୍ଟେମ୍ବର ୭ରେ ନନ୍ଦନବିହାରସ୍ଥିତ ଇଣ୍ଡିଆନ୍‌ ଓଭରସିସ୍‌ ବ୍ୟାଙ୍କ୍‌ରୁ ଲୁଟ୍‌ ପାଇଁ ଉକ୍ତ ସ୍କୁଟିରେ ସେଠାରେ ପହଞ୍ଚତ୍ଥିଲେ। ସୁଯୋଗ ଦେଖି ଅପରାହ୍ନ ୩ଟା ୩୦ରେ ହେଲମେଟ ପିନ୍ଧି ଓ କାନ୍ଧରେ ବ୍ୟାଗ୍‌ ପକାଇ ବ୍ୟାଙ୍କ୍‌ ଭିତରକୁ ପଶି ଖେଳଣା ବନ୍ଧୁକ ଦେଖାଇ ୨ଲକ୍ଷ ୮୦ ହଜର ଟଙ୍କା ଲୁଟିନେଇଥିଲେ। ଏଥିରେ ସଫଳ ହେବା ପରେ ସୌମ୍ୟ ଦ୍ୱିତୀୟ ଲୁଟ୍‌ ବରିମୁଣ୍ଡ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ କରିବାକୁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ଏଥିଲାଗି ସେ ଲୁଟ୍‌ ଟଙ୍କାରୁ ୭୧ ହଜାରରେ ଏକ ଅସଲି ବନ୍ଧୁକ କିଣିଥିଲେ। ଏହାପରେ ପୂର୍ବଭଳି କଳା ଶାର୍ଟ, ଗ୍ଲୋବ୍‌ସ୍‌ ଓ ହେଲମେଟ୍‌ ପିନ୍ଧିବା ସହ ଗୋଟିଏ ହାତରେ ଅସଲି ଓ ଅନ୍ୟ ହାତରେ ନକଲି ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଏଥିରୁ ସେ ୬ଲକ୍ଷ ଟଙ୍କାର ଋଣ ଶୁଝିଥିଲେ।
ତେବେ ଏହି ଘଟଣା ପରେ କମିଶନରେଟ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଥିଲା। ହେଲେ ସୌମ୍ୟ ଜଣେ ପେଷାଦାର ଲୁଟେରା ହୋଇ ନ ଥିବାରୁ ତାଙ୍କ ନାମରେ କୌଣସି ଥାନାରେ ମାମଲା ନ ଥିବାରୁ ପୋଲିସ ତାଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିଲା। ତେବେ ପୋଲିସ ଉଭୟ ବ୍ୟାଙ୍କ୍‌ର ସିସିଟିଭି ଫୁଟେଜକୁ ଯାଞ୍ଚ କରିବାବେଳେ ଦୁଇ ଘଟଣାରେ ଜଣେ ସମ୍ପୃକ୍ତ ଥିବା ଜଣାପଡିଥିଲା। ଏହାପରେ ପୋଲିସ ଉଭୟ ବ୍ୟାଙ୍କ୍‌ରୁ ଲୋନ୍‌ ନେଇଥିବା ଗ୍ରାହକଙ୍କ ତାଲିକା ଯାଞ୍ଚ କରିବାରୁ ସୌମ୍ୟ ଲକ୍‌ଡାଉନ୍‌ ପୂର୍ବରୁ ଲୋନ୍‌ ନେଇ ଲୁଟ୍‌ ପରେ ଶୁଝିଥିବା ଜଣାପଡିଥିଲା। ପୋଲିସ ସୌମ୍ୟଙ୍କ ଗାଁକୁ ଯାଇ ପୋଲିସ ତାଙ୍କର ଆର୍ଥିକ ସ୍ଥିତିକୁ ପରଖିବା ପରେ ସନ୍ଦେହ ବଢ଼ିଥିଲା। ପୋଲିସ ସେଠାରେ ଉକ୍ତ ସ୍କୁଟିକୁ ଦେଖିବା ପରେ ସେ ହିଁ ଦୁଇ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା। ତାଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ସୌମ୍ୟ ସବୁ ସତ କଥା କହିଥିଲେ। ତେବେ ତାଙ୍କ ପରିବାର ଲୋକେ ତଦନ୍ତରେ ସହଯୋଗ କରିଥିବା ସିପି କହିଛନ୍ତି। ସୌମ୍ୟ ଜଣେ ଭଲ ପିଲା ବୋଲି ଗାଁ ଲୋକେ ଜାଣିଥିଲେ। ଏବେ ବ୍ୟାଙ୍କ୍‌ ଲୁଟ୍‌ରେ ସମ୍ପୃକ୍ତ ଥିବା ଶୁଣିବା ପରେ ଚକିତ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ବିଧାନସଭା ଅଧିବେଶନ: ୫ ଦିନ ଆଗରୁ ସରିଲା

ଭୁବନେଶ୍ୱର,୪।୮(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଶନିବାର ଶେଷ ହୋଇଛି। ନିର୍ଦ୍ଧାରିତ ସମୟର ୫ ଦିନ ପୂର୍ବରୁ ଅଧିବେଶନକୁ ବନ୍ଦ କରି ଦିଆଯାଇଛି। ଏହି ଅଧିବେଶନ...

ଭୁବନେଶ୍ୱରରେ ପହଞ୍ଚିଲେ ୬୧୮ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର, ୩ା୬ (ବ୍ୟୁରୋ)- ବୁଧବାର ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଏୟାର ଏସିଆର ୩ଟି ବିମାନ ଅବତରଣ କରିଛି। ଏଥିରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନେ...

ଅଜାତିରେ ଖାଇ ଅଜେତ୍‌ ହେଇଥିଲେ: ଖଁଦ୍‌ ଦେବାକେ ମନାକଲେ ଜାତିଭାଇ

  ଚିପିଲିମା, ୧୧।୨ (ଡି.ଏନ୍‌.ଏ.)- ବିଗିଅଁାନ ଯୁଗ୍‌ରେ ବି ଅନେକ ଜାତି, ଧରମ୍‌, ସମାଜର ଲୋକ୍‌ ଅଁଧ୍‌ ବିଶୁଆସରେ ବଁାଧି ହେଇ ରହିଛନ୍‌। ଆଏଜ୍‌ ବି...

ଜୁଲାଇ ୨୧ରେ ସ୍ବତନ୍ତ୍ର ଓଜେଇଇ

ଭୁବନେଶ୍ୱର,୩୦ା୬(ବ୍ୟୁରୋ)- ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ଦ୍ୱିତୀୟ ସ୍ବତନ୍ତ୍ର ଓଜେଇଇ। ଏଥିଲାଗି ରବିବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରୀଛାତ୍ରମାନେ ଜୁଲାଇ ୭ ତାରିଖ...

ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟନସ୍ଥଳ ପାଇଁ ଦାବି

ପୁରୁଣା ଭୁବନେଶ୍ୱର, ୧୪। ୮(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ଓ ଅର୍କକ୍ଷେତ୍ର କୋଣାର୍କ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟନସ୍ଥଳ ରୂପେ ପରିଗଣିତ କରିବାକୁ ନିକଟରେ କେତେଜଣ ବିଧାୟକ...

ଇଭେଣ୍ଟ ମ୍ୟାନେଜରଙ୍କୁ ଅପହରଣ ପରେ ମୁଣ୍ଡଜାମିନ: ମାଷ୍ଟରମାଇଣ୍ଡ ଗିରଫ, ଜଣେ ଫେରାର

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ଜଣେ ଇଭେଣ୍ଟ ମ୍ୟାନେଜରଙ୍କୁ ଅପହରଣ ପରେ ମୁଣ୍ଡଜାମିନ କରି ସାଢେ ୩ଲକ୍ଷ ନେବା ଅଭିଯୋଗରେ ନୟାପଲ୍ଲୀ ପୋଲିସ ରବିବାର ମାଷ୍ଟରମାଇଣ୍ଡଙ୍କୁ ଗିରଫ କରି କୋର୍ଟଚାଲାଣ...

ଭିତରକନିକା ଜାତୀୟ ଉଦ୍ୟାନ: ୧୯ରେ ଡଲଫିନ୍‌ ଗଣନା

ରାଜନଗର, ୭।୧ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତା ୧୯ ତାରିଖରେ ଡଲଫିନ୍‌ ଗଣନା କରାଯିବ। ୧୮ ତାରିଖରେ ଡଲଫିନ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୪୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ଆରୋଗ୍ୟ ହେଲେ ୬୪୮ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୦୭୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ...

Play 250+ Trending Games
Archives

Model This Week

Why Dharitri