ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକ ପକ୍ଷରୁ ପ୍ରଦାନ କରାଯାଉଥିବା ସେବାରେ ଗ୍ରାହକ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ନଜରକୁ ଆସିଛି। ଫଳରେ ଗ୍ରାହଙ୍କ ସେବା ସଂକ୍ରାନ୍ତ ଅଭିଯୋଗ ୫୭% ବୃଦ୍ଧି ପାଇ ୩.୦୮ ଲକ୍ଷ ଛୁଇଁଛି। ୨୦୨୦ ଜୁନ୍ ୩୦ ସୁଦ୍ଧା ଗ୍ରାହକ ଏଭଳି ଅଭିଯୋଗ କରିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଏହାର ଅମ୍ବୁଡସମ୍ୟାନ ସ୍କିମ୍ ରିପୋର୍ଟରେ କହିଛି, ମୋଟ ଅଭିଯୋଗ ମଧ୍ୟରୁ ପ୍ରାୟ ଏକ ପଞ୍ଚମାଂଶ ଏଟିଏମ୍ କିମ୍ବା ଡେବିଟ୍ କାର୍ଡ ସହ ସମ୍ପର୍କ ରହିଛି। ସେହିଭଳି ୧୩.୩୮% ମାମଲା ମୋବାଇଲ କିମ୍ବା ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଙ୍ଗ୍ ସହ ଜଡିତ ରହିଛି। ସେହିଭଳି ତୃତୀୟରେ ଫେୟାର ପ୍ରାକ୍ଟିସ କୋଡ୍ ଠିକ୍ ଭାବେ ପାଳନ ହେଉ ନ ଥିବା ଅଭିଯୋଗ ଆସୁଛି। ସେହିଭଳି କ୍ରେଡିଟ୍ କାର୍ଡ, ପ୍ରତିଶ୍ରୁତି ପାଳନରେ ଅବହେଳା, ବିନା ନୋଟିସରେ ଚାର୍ଜ ଲଗାଇବା, ଋଣ ଏବଂ ଅଗ୍ରିମ ସମେତ ବ୍ୟାଙ୍କିଙ୍ଗ୍ କୋଡ୍ ଏବଂ ଷ୍ଟାଣ୍ଡାର୍ଡ ବୋର୍ଡ ଅଫ୍ ଇଣ୍ଡିଆ (ବିସିଏସ୍ବିଆଇ) ନିୟମ ପାଳନ ହେଉଥିବାର ଅଭିଯୋଗ ବୃଦ୍ଧି ହେଉଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

